ସମୁଦ୍ରରେ ଶତ୍ରୁଙ୍କୁ କେମିତି ଚିହ୍ନେ ସବମରିନ୍? ଜାଣନ୍ତୁ କେଉଁ ଟେକ୍ନୋଲୋଜିର ହେଉଛି ବ୍ୟବହାର...
ନୂଆଦିଲ୍ଲୀ ୨୧।୦୫: ବିଶ୍ୱର ଅନେକ ବଡ଼ ବଡ଼ ଦେଶ ପାଖରେ ରହିଛି ଶକ୍ତିଶାଳୀ ବୁଡ଼ାଜାହାଜ । ଏହା ଯେକୌଣସି ସମୟରେ ଶତ୍ରୁକୁ ଦେଇଥାଏ ମାତ୍ । ଏମିତିକି ଯୁଦ୍ଧକ୍ଷେତ୍ରରୁ ପଛକୁ ହଟିବାକୁ ଶତ୍ରୁକୁ କରିଥାଏ ବାଧ୍ୟ । ବିଶ୍ୱର ଅନେକ ଦେଶ ଏହି ବୁଡ଼ାଜାହାଜଗୁଡ଼ିକୁ ସେମାନଙ୍କର ନୌସେନାରେ ସାମିଲ କରୁଛନ୍ତି । ଯାହା ସମୁଦ୍ର ଭିତରେ ରହି ଆକ୍ରମଣ କରିବାକୁ ସକ୍ଷମ। କିନ୍ତୁ ଜାଣନ୍ତି କି ବୁଡ଼ାଜାହାଜ କେବଳ ଯୁଦ୍ଧରେ ବ୍ୟବହାର କରାଯାଏନି ବରଂ ପାଣି ତଳେ ରହି ଅନେକ ମିଶନରେ ବ୍ୟବହାର ହୋଇଥାଏ । ସମୁଦ୍ର ଭିତରେ ଅନେକ କିଲୋମିଟର ଗଭୀରତାରେ ବୁଡ଼ାଜାହାଜ କାମ କରେ । ଏଗୁଡ଼ିକ ସମୁଦ୍ର ତଳେ କିଛି ଦିନରୁ କିଛି ମାସ ପର୍ଯ୍ୟନ୍ତ ରହିପାରନ୍ତି । କେବେ ଭାବିଛନ୍ତି କି କିପରି ଏକ ବୁଡ଼ାଜାହାଜ ସମୁଦ୍ର ଭିତରେ ତା'ର ଶତ୍ରୁକୁ ଚିହ୍ନଟ କରେ ? କାରଣ ବୁଡ଼ାଜାହାଜଗୁଡ଼ିକ ସବୁ ପାର୍ଶ୍ୱରୁ ବନ୍ଦ ରହିଥାଏ ଏବଂ ବାହାର କୌଣସି ଜିନିଷ ଦେଖିବା ପାଇଁ ସୁବିଧା ନଥାଏ । ବାସ୍ତବରେ ବୁଡ଼ାଜାହାଜରେ ସୋନାର ଟେକ୍ନୋଲୋଜ ବ୍ୟବହାର କରାଯାଏ। ବୁଡ଼ାଜାହାଜଟି ଆଗକୁ ବଢ଼ିବା ସହିତ ଶବ୍ଦ ତରଙ୍ଗ ଛାଡ଼ିଥାଏ । ଯଦି ଏହି ତରଙ୍ଗଗୁଡ଼ିକ ଫେରି ଆସେ, ତେବେ 'ହୋଷ୍ଟ ସବମେରିନ୍' ଏହି ତଥ୍ୟ ବିଶ୍ଳେଷଣ କରି ଶବ୍ଦ ତରଙ୍ଗ କେଉଁଠାରୁ ଆସୁଛି ତାହା ନିର୍ଣ୍ଣୟ କରିଥାଏ । ଏହି ଟେକ୍ନୋଲୋଜି ବ୍ୟବହାର କରି ବୁଡ଼ାଜାହାଜଗୁଡ଼ିକ ମଧ୍ୟ ଶତ୍ରୁମାନଙ୍କୁ ଚିହ୍ନଟ କରନ୍ତି । ଯେତ
ନୂଆଦିଲ୍ଲୀ ୨୧।୦୫: ବିଶ୍ୱର ଅନେକ ବଡ଼ ବଡ଼ ଦେଶ ପାଖରେ ରହିଛି ଶକ୍ତିଶାଳୀ ବୁଡ଼ାଜାହାଜ । ଏହା ଯେକୌଣସି ସମୟରେ ଶତ୍ରୁକୁ ଦେଇଥାଏ ମାତ୍ । ଏମିତିକି ଯୁଦ୍ଧକ୍ଷେତ୍ରରୁ ପଛକୁ ହଟିବାକୁ ଶତ୍ରୁକୁ କରିଥାଏ ବାଧ୍ୟ । ବିଶ୍ୱର ଅନେକ ଦେଶ ଏହି ବୁଡ଼ାଜାହାଜଗୁଡ଼ିକୁ ସେମାନଙ୍କର ନୌସେନାରେ ସାମିଲ କରୁଛନ୍ତି ।

ଯାହା ସମୁଦ୍ର ଭିତରେ ରହି ଆକ୍ରମଣ କରିବାକୁ ସକ୍ଷମ। କିନ୍ତୁ ଜାଣନ୍ତି କି ବୁଡ଼ାଜାହାଜ କେବଳ ଯୁଦ୍ଧରେ ବ୍ୟବହାର କରାଯାଏନି ବରଂ ପାଣି ତଳେ ରହି ଅନେକ ମିଶନରେ ବ୍ୟବହାର ହୋଇଥାଏ । ସମୁଦ୍ର ଭିତରେ ଅନେକ କିଲୋମିଟର ଗଭୀରତାରେ ବୁଡ଼ାଜାହାଜ କାମ କରେ ।

ଏଗୁଡ଼ିକ ସମୁଦ୍ର ତଳେ କିଛି ଦିନରୁ କିଛି ମାସ ପର୍ଯ୍ୟନ୍ତ ରହିପାରନ୍ତି । କେବେ ଭାବିଛନ୍ତି କି କିପରି ଏକ ବୁଡ଼ାଜାହାଜ ସମୁଦ୍ର ଭିତରେ ତା'ର ଶତ୍ରୁକୁ ଚିହ୍ନଟ କରେ ? କାରଣ ବୁଡ଼ାଜାହାଜଗୁଡ଼ିକ ସବୁ ପାର୍ଶ୍ୱରୁ ବନ୍ଦ ରହିଥାଏ ଏବଂ ବାହାର କୌଣସି ଜିନିଷ ଦେଖିବା ପାଇଁ ସୁବିଧା ନଥାଏ ।

ବାସ୍ତବରେ ବୁଡ଼ାଜାହାଜରେ ସୋନାର ଟେକ୍ନୋଲୋଜ ବ୍ୟବହାର କରାଯାଏ। ବୁଡ଼ାଜାହାଜଟି ଆଗକୁ ବଢ଼ିବା ସହିତ ଶବ୍ଦ ତରଙ୍ଗ ଛାଡ଼ିଥାଏ । ଯଦି ଏହି ତରଙ୍ଗଗୁଡ଼ିକ ଫେରି ଆସେ, ତେବେ 'ହୋଷ୍ଟ ସବମେରିନ୍' ଏହି ତଥ୍ୟ ବିଶ୍ଳେଷଣ କରି ଶବ୍ଦ ତରଙ୍ଗ କେଉଁଠାରୁ ଆସୁଛି ତାହା ନିର୍ଣ୍ଣୟ କରିଥାଏ ।

ଏହି ଟେକ୍ନୋଲୋଜି ବ୍ୟବହାର କରି ବୁଡ଼ାଜାହାଜଗୁଡ଼ିକ ମଧ୍ୟ ଶତ୍ରୁମାନଙ୍କୁ ଚିହ୍ନଟ କରନ୍ତି । ଯେତେବେଳେ ଶବ୍ଦ ତରଙ୍ଗ ଫେରି ଆସେ, ଶତ୍ରୁ ବୁଡ଼ାଜାହାଜ କେତେ ଦୂରରେ ଅଛି ଏବଂ ଏହା କେଉଁ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ତାହା ନିର୍ଣ୍ଣୟ କରିବା ପାଇଁ ସେଗୁଡ଼ିକୁ ବିଶ୍ଳେଷଣ କରାଯାଏ।