ସର୍ଫରାଜ, ଜୁରେଲଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ
ନୂଆଦିଲ୍ଲୀ,୧୯ା୩: ବିସିସିଆଇର ଆପେକ୍ସ କାଉନସିଲ୍ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଧ୍ରୁବ ଜୁରେଲ ଓ ସର୍ଫରାଜ ଖାନଙ୍କୁ କେନ୍ଦ୍ରୀୟ ଚୁକ୍ତିରେ ସାମିଲ କରାଯାଇଛି। ଉଭୟ ଖେଳାଳିଙ୍କୁ ସି ଗ୍ରେଡ୍ରେ ସାମିଲ କରାଯାଇଛି। ପୂର୍ବରୁ ଘୋଷଣା କରାଯାଇଥିବା କେନ୍ଦ୍ରୀୟ ଚୁକ୍ତିରେ ଉଭୟ ଖେଳାଳିଙ୍କ ନାମ ନ ଥିଲା। ତେବେ ଗୋଟିଏ ସିଜନରେ ୩ ଟେଷ୍ଟ ଖେଳିବା ପରେ ଉଭୟ ଖେଳାଳି କେନ୍ଦ୍ରୀୟ ଚୁକ୍ତିରେ ସାମିଲ ହେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ସେହିପରି ରଣଜୀ ଟ୍ରଫିର […] The post ସର୍ଫରାଜ, ଜୁରେଲଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ appeared first on Dharitri Odia News.
ନୂଆଦିଲ୍ଲୀ,୧୯ା୩: ବିସିସିଆଇର ଆପେକ୍ସ କାଉନସିଲ୍ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଧ୍ରୁବ ଜୁରେଲ ଓ ସର୍ଫରାଜ ଖାନଙ୍କୁ କେନ୍ଦ୍ରୀୟ ଚୁକ୍ତିରେ ସାମିଲ କରାଯାଇଛି। ଉଭୟ ଖେଳାଳିଙ୍କୁ ସି ଗ୍ରେଡ୍ରେ ସାମିଲ କରାଯାଇଛି। ପୂର୍ବରୁ ଘୋଷଣା କରାଯାଇଥିବା କେନ୍ଦ୍ରୀୟ ଚୁକ୍ତିରେ ଉଭୟ ଖେଳାଳିଙ୍କ ନାମ ନ ଥିଲା। ତେବେ ଗୋଟିଏ ସିଜନରେ ୩ ଟେଷ୍ଟ ଖେଳିବା ପରେ ଉଭୟ ଖେଳାଳି କେନ୍ଦ୍ରୀୟ ଚୁକ୍ତିରେ ସାମିଲ ହେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ସେହିପରି ରଣଜୀ ଟ୍ରଫିର କାର୍ଯ୍ୟସୂଚୀକୁ ନେଇ ମଧ୍ୟ ଏକ ବଡ ଘୋଷଣା ସାମ୍ନାକୁ ଆସିଛି। ଆସନ୍ତା ରଣଜୀ ଟ୍ରଫି କ୍ୟାଲେଣ୍ଡରରେ ଶୀତ ଋତୁରେ ଉତ୍ତର ଭାରତରେ କୌଣସି ମ୍ୟାଚ୍ ନ କରିବା ପାଇଁ ନିଷ୍ପତ୍ତି ନିଆ ଯାଇଛି। ଡିସେମ୍ବର ଓ ଜାନୁଆରୀରେ ଉତ୍ତର ଭାରତରେ ପ୍ରବଳ କୁହୁଡି ପଡିଥାଏ। ଫଳରେ ଖରାପ ଆଲୋକ କାରଣରୁ ଏକାଧିକ ମ୍ୟାଚ୍ର ଫଳାଫଳ ପ୍ରଭାବିତ ହୋଇଥାଏ। ଦିଲ୍ଲୀ, ଚଣ୍ଡୀଗଡ, କାନପୁର, ମୀରଟ, ଜମ୍ମୁ, ଧର୍ମଶାଳାରେ ଖେଳା ଯାଇଥିବା ମ୍ୟାଚ୍ ଗୁଡିକ ଘନ କୁହୁଡି କାରଣରୁ ପ୍ରଭାବିତ ହୋଇଥିଲା। ତେଣୁ ଉତ୍ତର ଭାରତରେ ରଣଜୀ ଟ୍ରଫି ମ୍ୟାଚ୍ ନ କରିବା ପାଇଁ ନିଷ୍ପତ୍ତି ନିଆ ଯାଇଛି।
The post ସର୍ଫରାଜ, ଜୁରେଲଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ appeared first on Dharitri Odia News.