ବାଚସ୍ପତିଙ୍କ କାରର ବଡ଼ ଦୁର୍ଘଟଣା, ଡିଭାଇଡରରେ ପିଟିହୋଇ…

ନୂଆଦିଲ୍ଲୀ, ୧୯ା୭: ଗୋଆ ବିଧାନସଭା ବାଚସ୍ପତି ରମେଶ ତୱାଡକର ଶୁକ୍ରବାର ଦିନ କହିଛନ୍ତି ଯେ ଏହି ସପ୍ତାହ ଆରମ୍ଭରେ ଦକ୍ଷିଣ ଗୋଆର ନ୍ୟୁ ଜୁଆରି ବ୍ରିଜରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କାରରେ ବୈଷୟିକ ତ୍ରୁଟି ଦେଖାଦେବା କାରଣରୁ ଏହି ଦୁର୍ଘଟଣା ଘଟିଥିଲା । ହେଲେ ସେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ବାଚସ୍ପତି କହିଛନ୍ତି ଯେ ଜୁଲାଇ ୧୭ରେ ସେ ବିଧାନସଭାର ମୌସୁମୀ ଅଧିବେଶନରେ ଯୋଗଦେବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। […] The post ବାଚସ୍ପତିଙ୍କ କାରର ବଡ଼ ଦୁର୍ଘଟଣା, ଡିଭାଇଡରରେ ପିଟିହୋଇ… appeared first on Dharitri Odia News.

ବାଚସ୍ପତିଙ୍କ କାରର ବଡ଼ ଦୁର୍ଘଟଣା, ଡିଭାଇଡରରେ ପିଟିହୋଇ…

ନୂଆଦିଲ୍ଲୀ, ୧୯ା୭: ଗୋଆ ବିଧାନସଭା ବାଚସ୍ପତି ରମେଶ ତୱାଡକର ଶୁକ୍ରବାର ଦିନ କହିଛନ୍ତି ଯେ ଏହି ସପ୍ତାହ ଆରମ୍ଭରେ ଦକ୍ଷିଣ ଗୋଆର ନ୍ୟୁ ଜୁଆରି ବ୍ରିଜରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କାରରେ ବୈଷୟିକ ତ୍ରୁଟି ଦେଖାଦେବା କାରଣରୁ ଏହି ଦୁର୍ଘଟଣା ଘଟିଥିଲା । ହେଲେ ସେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ବାଚସ୍ପତି କହିଛନ୍ତି ଯେ ଜୁଲାଇ ୧୭ରେ ସେ ବିଧାନସଭାର ମୌସୁମୀ ଅଧିବେଶନରେ ଯୋଗଦେବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ତାଙ୍କ କାର ଆଗରେ ଏବଂ ପଛରେ ପୋଲିସ ଗାଡି ଥିଲା।

ତାୱାଡକର କହିଛନ୍ତି ଯେ ଯେତେବେଳେ ତାଙ୍କ ଏସୟୁଭି କାର ନ୍ୟୁ ଜୁଆରୀ ବ୍ରିଜରେ ପହଞ୍ଚିଲା ସେତେବେଳେ ଗାଡିର ପଛ ଚକ ହଠାତ ଜାମ ହୋଇଗଲା। ସେହି ସମୟରେ ଗାଡିର ବେଗ ଘଣ୍ଟା ପ୍ରତି ୭୦ କିଲୋମିଟର ଥିଲା। ପଛ ଦୁଇ ଚକ ଜାମ ହେବା ଫଳରେ ଗାଡିଟି ଡିଭାଇଡର୍‌ରେ ପିଟି ହୋଇ ଛିଟ୍‌କି ପଡ଼ିଥିଲା । କିନ୍ତୁ ସୌଭାଗ୍ୟବଶତଃ ଗାଡିଟି ସିଧା ହୋଇ ରହିଯାଇଥିବା ବେଳେ ଓଲଟି ପଡ଼ିନଥିଲା । ସେ କିମ୍ବା ତାଙ୍କ ସୁରକ୍ଷା ଅଧିକାରୀ ଏବଂ କର୍ମଚାରୀ ଏହି ଦୁର୍ଘଟଣାରେ ଆହତ ହୋଇନାହାଁନ୍ତି । ପରେ ସେ ପୋଲିସ ଗାଡିରେ ବିଧାନସଭାରେ ପହଞ୍ଚିଥିଲେ ବୋଲି କହିଛନ୍ତି ।

The post ବାଚସ୍ପତିଙ୍କ କାରର ବଡ଼ ଦୁର୍ଘଟଣା, ଡିଭାଇଡରରେ ପିଟିହୋଇ… appeared first on Dharitri Odia News.