ସିଜେ ଡାର୍ସଲ୍ ସହ ଜେଏସ୍ଏଲ୍ର ବୁଝାମଣା
ଭୁବନେଶ୍ୱର,୧।୧୦: ଭାରତର ଅନ୍ୟତମ ଅଗ୍ରଣୀ ଲଜିଷ୍ଟିକ୍ ପ୍ରଦାନକାରୀ ସିଜେ ଡାର୍ସଲ୍ ଲଜିଷ୍ଟିକ୍ ଲିମିଟେଡ୍ ଏବଂ ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡ (ଜେଏସ୍ଏଲ୍) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଉଚ୍ଚ ଶକ୍ତି ବିଶିଷ୍ଟ ଜେଟି ଗ୍ରେଡ୍ ଷ୍ଟେନଲେସ୍ ଷ୍ଟିଲରେ (ବିଆଇଏସ୍ ୬୯୯୧ ସ୍ପେସିଫିକେଶନ୍ ଅନୁଯାୟୀ ଏନ୍୭ ନାମରେ ପରିଚିତ) ନିର୍ମିତ ଏହି କଣ୍ଟେନରଗୁଡ଼ିକ ପଲିମର ବ୍ୟାଟେରି ଏବଂ ରବର ସମେତ ବିଭିନ୍ନ ସାମଗ୍ରୀ ପରିବହନ ପାଇଁ ଡିଜାଇନ୍ କରାଯାଇଛି। ଏ ସମ୍ପର୍କରେ ଜେଏସଏଲର ଏମ୍ଡି ଅଭ୍ୟୁଦୟ […] The post ସିଜେ ଡାର୍ସଲ୍ ସହ ଜେଏସ୍ଏଲ୍ର ବୁଝାମଣା appeared first on Dharitri Odia News.
ଭୁବନେଶ୍ୱର,୧।୧୦: ଭାରତର ଅନ୍ୟତମ ଅଗ୍ରଣୀ ଲଜିଷ୍ଟିକ୍ ପ୍ରଦାନକାରୀ ସିଜେ ଡାର୍ସଲ୍ ଲଜିଷ୍ଟିକ୍ ଲିମିଟେଡ୍ ଏବଂ ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡ (ଜେଏସ୍ଏଲ୍) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଉଚ୍ଚ ଶକ୍ତି ବିଶିଷ୍ଟ ଜେଟି ଗ୍ରେଡ୍ ଷ୍ଟେନଲେସ୍ ଷ୍ଟିଲରେ (ବିଆଇଏସ୍ ୬୯୯୧ ସ୍ପେସିଫିକେଶନ୍ ଅନୁଯାୟୀ ଏନ୍୭ ନାମରେ ପରିଚିତ) ନିର୍ମିତ ଏହି କଣ୍ଟେନରଗୁଡ଼ିକ ପଲିମର ବ୍ୟାଟେରି ଏବଂ ରବର ସମେତ ବିଭିନ୍ନ ସାମଗ୍ରୀ ପରିବହନ ପାଇଁ ଡିଜାଇନ୍ କରାଯାଇଛି। ଏ ସମ୍ପର୍କରେ ଜେଏସଏଲର ଏମ୍ଡି ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି,ଭାରତର ଅଭିବୃଦ୍ଧିଶୀଳ ଅର୍ଥନୀତିର ମୂଳଦୁଆ ସାଜିଥିବା ଲଜିଷ୍ଟିକ୍ କ୍ଷେତ୍ରରେ ସ୍ଥାୟତ୍ୱର ଆବଶ୍ୟକତା ରହିଛି। ଲଜିଷ୍ଟିକ୍ସ ଏବଂ ଗତିଶକ୍ତିରେ ଷ୍ଟେନଲେସ୍ ଷ୍ଟିଲ୍ ସମାଧାନ ଏକ ସବୁଜ ଭବିଷ୍ୟତ ଦିଗରେ ଏକ ଆଶାଜନକ ମାର୍ଗ ପ୍ରଶସ୍ତ କରିଛି। ଜେଟି ଗ୍ରେଡ୍ ଷ୍ଟେନଲେସ୍ ଷ୍ଟିଲର ବ୍ୟବହାର କେବଳ କଣ୍ଟେନରର ଓଜନ ହ୍ରାସ କରେ ନାହିଁ ବରଂ ଇନ୍ଧନ ଦକ୍ଷତାରେ ଉନ୍ନତି ଆଣିଥାଏ। ସର୍ବନିମ୍ନ ରକ୍ଷଣାବେକ୍ଷଣ ସହିତ ଏକ ଦୀର୍ଘ ଜୀବନକାଳ ସୁନିଶ୍ଚିତ କରେ ଏବଂ ସର୍ବନିମ୍ନ କାର୍ବନ ଫୁଟପ୍ରିଣ୍ଟ ସହିତ ସବୁଠାରୁ ସ୍ଥାୟୀ ସମାଧାନ ପ୍ରଦାନ କରିଥାଏ। ସେହିଭଳି ସିଜେ ଡାର୍ସଲ ଲଜିଷ୍ଟିକ୍ସ ଲିମିଟେଡର ଅଧ୍ୟକ୍ଷ ପ୍ରଦୀପ ବଂଶଲ୍ କହିଛନ୍ତି, ଏହି ପଦକ୍ଷେପ ଷ୍ଟେନଲେସ୍ ଷ୍ଟିଲର ଶକ୍ତି, ହାଲୁକା ଓଜନ ଏବଂ ସ୍ଥାୟିତ୍ୱକୁ ଉପଯୋଗ କରି ଲଜିଷ୍ଟିକ୍ ଶିଳ୍ପରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ସବୁଜ ଲଜିଷ୍ଟିକ୍ସର ଚାହିଦା ବୃଦ୍ଧି ପାଉଥିବାରୁ ଭାରତୀୟ ଲଜିଷ୍ଟିକ୍ କ୍ଷେତ୍ର ସଷ୍ଟେନେବଲ୍ ଅଭ୍ୟାସକୁ ଅଧିକରୁ ଅଧିକ ଆପଣେଇବାରେ ଲାଗିଛି।
The post ସିଜେ ଡାର୍ସଲ୍ ସହ ଜେଏସ୍ଏଲ୍ର ବୁଝାମଣା appeared first on Dharitri Odia News.