ସରକାରଙ୍କ ବଡ଼ ଘୋଷଣା, ରୋପ୍ୟ ପଦକ ବିଜେତା ଭଳି ସମ୍ମାନ ଓ ସୁବିଧା ପାଇବେ ଭିନେଶ ଫୋଗଟ

ନୂଆଦିଲ୍ଲୀ,୮।୮: ପ୍ୟାରିସ ଅଲିମ୍ପିକ୍ସରେ ଅଯୋଗ୍ୟ ହେବା ପରେ ଭାରତୀୟ ମହିଳା ରେସଲର ଭିନେଶ ଫୋଗେଟ କୁସ୍ତିରୁ ସନ୍ୟାସ ଘୋଷଣା କରିଛନ୍ତି। ସେପଟେ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନି ଏକ ବଡ଼ ଘୋଷଣା କରିଛନ୍ତି। ସେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଭିନେଶଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଆମ ହରିୟାଣାର ସାହାସୀ ଝିଅ ଭିନେଶ ଫୋଗଟ ଅଲିମ୍ପିକ୍ସରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ସେ ଫାଇନାଲରେ ପ୍ରବେଶ କରିଥିଲେ ହେଲେ କିଛି କାରଣ ଯୋଗୁଁ ସେ […] The post ସରକାରଙ୍କ ବଡ଼ ଘୋଷଣା, ରୋପ୍ୟ ପଦକ ବିଜେତା ଭଳି ସମ୍ମାନ ଓ ସୁବିଧା ପାଇବେ ଭିନେଶ ଫୋଗଟ appeared first on Dharitri Odia News.

ସରକାରଙ୍କ ବଡ଼ ଘୋଷଣା, ରୋପ୍ୟ ପଦକ ବିଜେତା ଭଳି ସମ୍ମାନ ଓ ସୁବିଧା ପାଇବେ ଭିନେଶ ଫୋଗଟ

ନୂଆଦିଲ୍ଲୀ,୮।୮: ପ୍ୟାରିସ ଅଲିମ୍ପିକ୍ସରେ ଅଯୋଗ୍ୟ ହେବା ପରେ ଭାରତୀୟ ମହିଳା ରେସଲର ଭିନେଶ ଫୋଗେଟ କୁସ୍ତିରୁ ସନ୍ୟାସ ଘୋଷଣା କରିଛନ୍ତି। ସେପଟେ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନି ଏକ ବଡ଼ ଘୋଷଣା କରିଛନ୍ତି। ସେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଭିନେଶଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଆମ ହରିୟାଣାର ସାହାସୀ ଝିଅ ଭିନେଶ ଫୋଗଟ ଅଲିମ୍ପିକ୍ସରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ସେ ଫାଇନାଲରେ ପ୍ରବେଶ କରିଥିଲେ ହେଲେ କିଛି କାରଣ ଯୋଗୁଁ ସେ ଏଥିରୁ ବାଦ୍‌ ପଡିଲେ। ଏସବୁ ପରେ ମଧ୍ୟ ସେ ଜଣେ ଚାମ୍ପିୟନ ଅଟନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଆମ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଭିନେଶ ଫୋଗଟଙ୍କୁ ପଦକ ବିଜେତା ଭଳି ସ୍ବାଗତ ଓ ସମ୍ମାନିତ କରାଯିବ। ଅଲିମ୍ପିକରେ ରୋପ୍ୟ ପଦକ ବିଜେତା ଭଳି ଭିନେଶ ହରିୟାଣା ସରକାରଙ୍କ ଠାରୁ ସମସ୍ତ ସମ୍ମାନ, ପୁରସ୍କାର ଏବଂ ସୁବିଧା ପାଇବେ। ଆମେ ତୁମକୁ କୃତଜ୍ଞତା ଜଣାଉଛୁ। ତୁମ ପାଇଁ ଆମେ ଗର୍ବିତ!

ସୂଚନାଯୋଗ୍ୟ, ପ୍ୟାରିସ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ଖେଳାଳିଙ୍କୁ ହରିୟାଣା ସରକାର ୬ କୋଟି ଟଙ୍କା, ରୋପ୍ୟ ପଦକ ବିଜେତାଙ୍କୁ ୪ କୋଟି, ବ୍ରୋଞ୍ଜ ପଦକ ବିଜେତାଙ୍କୁ ୪ କୋଟି ପ୍ରଦାନ କରନ୍ତି। ଏହା ବ୍ୟତୀତ ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ଖେଳାଳିଙ୍କୁ ୧୫ ଲକ୍ଷ ଟଙ୍କା ମଧ୍ୟ ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାର କହଛନ୍ତି। ଏହା ସହିତ ପଦକ ଅନୁଯାୟୀ ଗ୍ରୁପ ଏ, ଗ୍ରୁପ ବି କିମ୍ବା ଗ୍ରୁପ ସି ସରକାରୀ ଚାକିରି ମଧ୍ୟ ଦିଆଯିବ।

The post ସରକାରଙ୍କ ବଡ଼ ଘୋଷଣା, ରୋପ୍ୟ ପଦକ ବିଜେତା ଭଳି ସମ୍ମାନ ଓ ସୁବିଧା ପାଇବେ ଭିନେଶ ଫୋଗଟ appeared first on Dharitri Odia News.