୯୭ କୋଟି ଅନୁମୋଦନ କଲେ ରାଜ୍ୟ ସରକାର, ଏହି ଜିଲାରେ ନିର୍ମାଣ ହେବ ବ୍ୟାରେଜ

ଭୁବନେଶ୍ୱର,୧୪।୫: ଓଡ଼ିଶା ସରକାର ରାଜ୍ୟରେ ଜଳସେଚନ ତଥା ଶିଳ୍ପ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ମନ୍ତ୍ରୀମଣ୍ଡଳୀ ବୈଠକରେ ମୟୂରଭଞ୍ଜ ଜିଲାର ଜଶୀପୁର ବ୍ଲକର ଅଁଳାବେଣୀ ଗ୍ରାମରେ ଖଇରିବନ୍ଧନ ନଦୀ ଉପରେ ଖଇରିବନ୍ଧନ ବ୍ୟାରେଜ୍ ପ୍ରକଳ୍ପ ନିର୍ମାଣକୁ ଅନୁମୋଦନ ଦେଇଛନ୍ତି। ଏହାଦ୍ୱାରା ପଛୁଆ, ଦୁର୍ବଳ ଏବଂ ଆଦିବାସୀ ଗୋଷ୍ଠୀ ବାସ କରୁଥିବା ଏହି ଦୀର୍ଘକାଳୀନ ମରୁଡ଼ି ପ୍ରବଣ ଅଞ୍ଚଳରେ ଖରିଫ […] The post ୯୭ କୋଟି ଅନୁମୋଦନ କଲେ ରାଜ୍ୟ ସରକାର, ଏହି ଜିଲାରେ ନିର୍ମାଣ ହେବ ବ୍ୟାରେଜ appeared first on Dharitri Odia News.

୯୭ କୋଟି ଅନୁମୋଦନ କଲେ ରାଜ୍ୟ ସରକାର, ଏହି ଜିଲାରେ ନିର୍ମାଣ ହେବ ବ୍ୟାରେଜ

ଭୁବନେଶ୍ୱର,୧୪।୫: ଓଡ଼ିଶା ସରକାର ରାଜ୍ୟରେ ଜଳସେଚନ ତଥା ଶିଳ୍ପ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ମନ୍ତ୍ରୀମଣ୍ଡଳୀ ବୈଠକରେ ମୟୂରଭଞ୍ଜ ଜିଲାର ଜଶୀପୁର ବ୍ଲକର ଅଁଳାବେଣୀ ଗ୍ରାମରେ ଖଇରିବନ୍ଧନ ନଦୀ ଉପରେ ଖଇରିବନ୍ଧନ ବ୍ୟାରେଜ୍ ପ୍ରକଳ୍ପ ନିର୍ମାଣକୁ ଅନୁମୋଦନ ଦେଇଛନ୍ତି। ଏହାଦ୍ୱାରା ପଛୁଆ, ଦୁର୍ବଳ ଏବଂ ଆଦିବାସୀ ଗୋଷ୍ଠୀ ବାସ କରୁଥିବା ଏହି ଦୀର୍ଘକାଳୀନ ମରୁଡ଼ି ପ୍ରବଣ ଅଞ୍ଚଳରେ ଖରିଫ ଜଳସେଚନ ସୁନିଶ୍ଚତ କରିବା ଏହି ପ୍ରସ୍ତାବର ମୂଳ ଉଦ୍ଦେଶ୍ୟ।

ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନିମିତ୍ତ ୯୭,୬୭,୯୮,୭୫୫/- (ସତାନବେ କୋଟି ସତଷଠି ଲକ୍ଷ ଅଠାନବେ ହଜାର ର ସାତଶହ ପଞ୍ଚାବନ) ଟଙ୍କାର ଟେଣ୍ଡରକୁ ଆଜି ରାଜ୍ୟ କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଛନ୍ତି। ପ୍ରକଳ୍ପଟିକୁ ତିରିଶ (୩୦) ମାସ ମଧ୍ଯରେ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରଖାଯାଇଛି।

ଏହି ପ୍ରକଳ୍ପ ଦ୍ବାରା ମୟୂରଭଞ୍ଜ ଜିଲାର ଜଶୀପୁର, ରାରୁଆଁ ଏବଂ ସୁକୃଳି ବ୍ଲକର ୪୭ ଟି ଗ୍ରାମର ୬୯୫୦ ହେକ୍ଟର ଚାଷଜମିକୁ ଭୂତଳ ପାଇପଲାଇନ ଜଳବଣ୍ଟନ ବ୍ୟବସ୍ଥା (UGPL) ମାଧ୍ଯମରେ ଖରିଫ ଜଳସେଚନ ସୁବିଧା ଯୋଗାଇ ଦିଆଯିବ । ଏତଦବ୍ୟତୀତ ଏହି ପ୍ରକଳ୍ପ ୩୫,୦୦୦ ଅଧିକ ଜନସଂଖ୍ୟାକୁ ପାନୀୟ ଜଳ ସୁବିଧା ଯୋଗାଇବା ସହିତ ଘରୋଇ ଶୁପାଳନ ତଥା ମତ୍ସ୍ୟ ଚାଷର ଚାହିଦାକୁ ମଧ୍ଯ ପୂରଣ କରିବ ।

ପ୍ରକଳ୍ପଟି ସମ୍ପୂର୍ଣ ହେବା ଦ୍ବାରା ଭୂତଳ ଜଳ ସ୍ତରର ବୃଦ୍ଧି ଏବଂ ସ୍ଥାୟୀ ଖାଦ୍ୟ ଉତ୍ପାଦନ ସୁନିଶ୍ଚିତ କରିବା ସହିତ ଜୀବିକା ନିର୍ବାହ ନିମନ୍ତେ କୃଷି ଉପରେ ନିର୍ଭରଶୀଳ ସାମାଜିକ ଓ ଆର୍ଥିକ ଉନ୍ନତି ଦିଗରେ ସହାୟକ ହେବ ।

The post ୯୭ କୋଟି ଅନୁମୋଦନ କଲେ ରାଜ୍ୟ ସରକାର, ଏହି ଜିଲାରେ ନିର୍ମାଣ ହେବ ବ୍ୟାରେଜ appeared first on Dharitri Odia News.