BCCI ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟରୁ ବାଦ୍ ପଡ଼ିବେ ରୋହିତ୍-ବିରାଟ ? ଆୟର-ଇଷାନଙ୍କ ଭଳି ହେବ ଅବସ୍ଥା !

ମୁମ୍ବାଇ: ଟିମ୍ ଇଣ୍ଡିଆର ଅଧିନାୟକ ଏବଂ ଷ୍ଟାର୍ ବ୍ୟାଟର ବିରାଟ କୋହଲିଙ୍କ କ୍ରିକେଟ୍ କ୍ୟାରିୟର ଅନ୍ତିମ ପର୍ଯ୍ୟାୟରେ । ଏହାକୁ ନିଜେ ଅନୁଭବ କରିସାରିଲେଣି ବିରାଟ୍ ଏବଂ ରୋହିତ । ବିସିସିଆଇ ରିଭ୍ୟୁ ମିଟିଂରେ ଏହା ସ୍ପଷ୍ଟ ହୋଇଛି ଯେ, ଖେଳରେ ଯାହାର ପ୍ରଦର୍ଶନ ଖରାପ  ରହିବ ତାଙ୍କୁ ଟିମରୁ ବାଦ୍ ଦିଆଯିବ । ଚାମ୍ପିଅନ୍ସ ଟ୍ରଫିରେ ଅଧିନାୟକ ରୋହିତ୍ ଶର୍ମା ଏବଂ ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ଏଥିରେ ଦୁଇ ବରିଷ୍ଠ ଖେଳାଳିଙ୍କ ପ୍ରଦର୍ଶନ ଖରାପ ହେଲେ ସେମାନଙ୍କୁ ଟିମ୍ ଇଣ୍ଡିଆରୁ ଛୁଟି ଦେଇଦିଆଯିବ ।ବିସିସିଆଇ ରିଭ୍ୟୁ ବୈଠକରେ ଏହା ମଧ୍ୟ ସ୍ପଷ୍ଟ କରିଛି, ଖେଳାଳିମାନେ ଅନ୍ତଃରାଷ୍ଟ୍ରୀୟ କ୍ରିକେଟକୁ ଯେତିକି ଫୋକସ୍ କରିବେ ସେତିକି ଫୋକସ୍ ତାଙ୍କୁ ଘରୋଇ କ୍ରିକେଟକୁ ଦେବାକୁ ପଡ଼ିବ । ଯାହାକୁ ନେଇ ଟିମର ଦୁଇ ବରିଷ୍ଠ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ଉଭୟ ଆଗାମୀ ସିଜିନ୍ ରେ ଘରୋଇ କ୍ରିକେଟ୍ ଖେଳିବେ କି ନାହିଁ ତାହା ଜଣାପଡ଼ିବ । ଫାଷ୍ଟ କ୍ଲାସ୍ କ୍ରିକେଟ ନଖେଳିଲେ ସେମାନଙ୍କ ଉପରେ ବିସିସିଆଇ କଡ଼ା ଆକ୍ସନ ନେଇପାରେ । ଦୁଇ ବରିଷ୍ଠ ଖେଳାଳି ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟରୁ ବାଦ୍ ପଡ଼ିପାରନ୍ତି । ଗତ ବର୍ଷ ଟିମ୍ ଇଣ୍ଡିଆର ଅନ୍ୟ ଦୁଇ ଖେଳାଳିଙ୍କ ସହିତ ଏପରି କିଛି ହୋଇଥିଲା । ଶ୍ରେୟସ ଆୟର ଏବଂ ଇଷାନ କିଶନଙ୍କ ଡୋମେଷ୍ଟିକ୍ କ୍ରିକେଟରେ ଭାଗ ନନେବାରୁ

BCCI ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟରୁ ବାଦ୍ ପଡ଼ିବେ ରୋହିତ୍-ବିରାଟ ? ଆୟର-ଇଷାନଙ୍କ ଭଳି ହେବ ଅବସ୍ଥା !

ମୁମ୍ବାଇ: ଟିମ୍ ଇଣ୍ଡିଆର ଅଧିନାୟକ ଏବଂ ଷ୍ଟାର୍ ବ୍ୟାଟର ବିରାଟ କୋହଲିଙ୍କ କ୍ରିକେଟ୍ କ୍ୟାରିୟର ଅନ୍ତିମ ପର୍ଯ୍ୟାୟରେ । ଏହାକୁ ନିଜେ ଅନୁଭବ କରିସାରିଲେଣି ବିରାଟ୍ ଏବଂ ରୋହିତ । ବିସିସିଆଇ ରିଭ୍ୟୁ ମିଟିଂରେ ଏହା ସ୍ପଷ୍ଟ ହୋଇଛି ଯେ, ଖେଳରେ ଯାହାର ପ୍ରଦର୍ଶନ ଖରାପ  ରହିବ ତାଙ୍କୁ ଟିମରୁ ବାଦ୍ ଦିଆଯିବ । ଚାମ୍ପିଅନ୍ସ ଟ୍ରଫିରେ ଅଧିନାୟକ ରୋହିତ୍ ଶର୍ମା ଏବଂ ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ଏଥିରେ ଦୁଇ ବରିଷ୍ଠ ଖେଳାଳିଙ୍କ ପ୍ରଦର୍ଶନ ଖରାପ ହେଲେ ସେମାନଙ୍କୁ ଟିମ୍ ଇଣ୍ଡିଆରୁ ଛୁଟି ଦେଇଦିଆଯିବ ।

ବିସିସିଆଇ ରିଭ୍ୟୁ ବୈଠକରେ ଏହା ମଧ୍ୟ ସ୍ପଷ୍ଟ କରିଛି, ଖେଳାଳିମାନେ ଅନ୍ତଃରାଷ୍ଟ୍ରୀୟ କ୍ରିକେଟକୁ ଯେତିକି ଫୋକସ୍ କରିବେ ସେତିକି ଫୋକସ୍ ତାଙ୍କୁ ଘରୋଇ କ୍ରିକେଟକୁ ଦେବାକୁ ପଡ଼ିବ । ଯାହାକୁ ନେଇ ଟିମର ଦୁଇ ବରିଷ୍ଠ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ଉଭୟ ଆଗାମୀ ସିଜିନ୍ ରେ ଘରୋଇ କ୍ରିକେଟ୍ ଖେଳିବେ କି ନାହିଁ ତାହା ଜଣାପଡ଼ିବ । ଫାଷ୍ଟ କ୍ଲାସ୍ କ୍ରିକେଟ ନଖେଳିଲେ ସେମାନଙ୍କ ଉପରେ ବିସିସିଆଇ କଡ଼ା ଆକ୍ସନ ନେଇପାରେ । ଦୁଇ ବରିଷ୍ଠ ଖେଳାଳି ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟରୁ ବାଦ୍ ପଡ଼ିପାରନ୍ତି । ଗତ ବର୍ଷ ଟିମ୍ ଇଣ୍ଡିଆର ଅନ୍ୟ ଦୁଇ ଖେଳାଳିଙ୍କ ସହିତ ଏପରି କିଛି ହୋଇଥିଲା । ଶ୍ରେୟସ ଆୟର ଏବଂ ଇଷାନ କିଶନଙ୍କ ଡୋମେଷ୍ଟିକ୍ କ୍ରିକେଟରେ ଭାଗ ନନେବାରୁ ତାଙ୍କଠୁ ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟ କାଢ଼ି ନେଇଥିଲା ବିସିସିଆଇ । ତେବେ ଏଠି ପ୍ରଶ୍ନ ଉଠୁଛି ରୋହିତ ଶର୍ମା ଏବଂ ବିରାଟ୍ କୋହଲି ଘରୋଇ କ୍ରିକେଟ୍ ନଖେଳିଲେ, କ’ଣ ବିସିସିଆଇ ତାଙ୍କ ପକ୍ଷେ ଏଭଳି ଆକ୍ସନ ନେବ ?

ଏକ ଜାତୀୟ ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି, ଯଦି ଅଧିନାୟକ ରୋହିତ୍ ଶର୍ମା ଏବଂ ବିରାଟ କୋହଲି ଋଣଜୀ ଟ୍ରଫି ମ୍ୟାଚ୍ ନଖେଳନ୍ତି, ତେବେ ଶ୍ରେୟସ ଆୟର ଏବଂ ଇଷାନ କିଶନଙ୍କ ଭଳି ଟ୍ରିଟମେଣ୍ଟ ଦିଆଯିବ ନାହିଁ । ବୋର୍ଡ ଭିତରେ ଏହାକୁ ନେଇ ମଧ୍ୟ ବିଚାର କରାଯାଇଛି । ବିରଟ କୋହଲି ଯଦି ଘରୋଇ କ୍ରିକେଟ୍ ନଖେଳିବାକୁ ଯାହାନ୍ତି, ତେବେ ତାଙ୍କୁ ଇଣ୍ଟର ନ୍ୟାସନାଲ୍ କ୍ରିକେଟରେ ପୂର୍ବ ଭଳି ଜବରଦସ୍ତ ପ୍ରଦର୍ଶନ ଦେଖାଇବାକୁ ହେବ ।