KIIT ଜମି….,ଜବରଦଖଲ ଜମିକୁ ଅବରୋଧମୁକ୍ତ କରିବାକୁ ସ୍ପେଶାଲ ଡ୍ରାଇଭ ହେବ: ମନ୍ତ୍ରୀ ହରିଚନ୍ଦନ
ଭୁବନେଶ୍ୱର,୨୩ା୨(ସୁନିତ୍ ମିଶ୍ର): କିଟ୍ରେ ନେପାଳ ଛାତ୍ରୀଙ୍କ ମୃତ୍ୟୁ ଘଟଣା ପରେ କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନେକ ଜମି ଦୁର୍ନୀତି କରାଯାଇଥିବା ଅଭିଯୋଗ ମଧ୍ୟ ଉଠିଛି। ଏହି ଘଟଣାରେ ଶନିବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଯେଉଁଠି ସବୁ ଜବରଦଖଲ ରହିଛି ସେସବୁ ସ୍ଥାନକୁ ଜବରଦଖଲମୁକ୍ତ କରିବା ସକାଶେ ରାଜସ୍ବ ଏବଂ ଜିଏ ବିଭାଗ ପକ୍ଷରୁ ଏକ ସ୍ପେଶାଲ ଡ୍ରାଇଭ କରିବାକୁ ଯୋଜନା ହେଉଛି। କିଟ୍ ଜଙ୍ଗଲ ଜମି ଜବରଦଖଲ ନେଇ ଠୋସ୍ ତଥ୍ୟ […] The post KIIT ଜମି….,ଜବରଦଖଲ ଜମିକୁ ଅବରୋଧମୁକ୍ତ କରିବାକୁ ସ୍ପେଶାଲ ଡ୍ରାଇଭ ହେବ: ମନ୍ତ୍ରୀ ହରିଚନ୍ଦନ appeared first on Dharitri Odia News.
ଭୁବନେଶ୍ୱର,୨୩ା୨(ସୁନିତ୍ ମିଶ୍ର): କିଟ୍ରେ ନେପାଳ ଛାତ୍ରୀଙ୍କ ମୃତ୍ୟୁ ଘଟଣା ପରେ କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନେକ ଜମି ଦୁର୍ନୀତି କରାଯାଇଥିବା ଅଭିଯୋଗ ମଧ୍ୟ ଉଠିଛି। ଏହି ଘଟଣାରେ ଶନିବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଯେଉଁଠି ସବୁ ଜବରଦଖଲ ରହିଛି ସେସବୁ ସ୍ଥାନକୁ ଜବରଦଖଲମୁକ୍ତ କରିବା ସକାଶେ ରାଜସ୍ବ ଏବଂ ଜିଏ ବିଭାଗ ପକ୍ଷରୁ ଏକ ସ୍ପେଶାଲ ଡ୍ରାଇଭ କରିବାକୁ ଯୋଜନା ହେଉଛି।
କିଟ୍ ଜଙ୍ଗଲ ଜମି ଜବରଦଖଲ ନେଇ ଠୋସ୍ ତଥ୍ୟ ତାଙ୍କ ପାଖରେ ଏ ପର୍ଯ୍ୟନ୍ତ ନାହିଁ। ହେଲେ ଯେଉଁଠାରେ ଜବରଦଖଲ ରହିଛି ରାଜସ୍ବ ବିଭାଗ ତରଫରୁ ଏହାକୁ ଅବରୋଧମୁକ୍ତ କରାଯିବ। ଜଙ୍ଗଲ ଜମିଗୁଡ଼ିକ ଯେଉଁଠି ଅବରୋଧ କରାଯାଇ କମର୍ସିଆଲ ବ୍ୟବହାର କରାଯାଉଥିବ ତାହା ବିରୋଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।
The post KIIT ଜମି….,ଜବରଦଖଲ ଜମିକୁ ଅବରୋଧମୁକ୍ତ କରିବାକୁ ସ୍ପେଶାଲ ଡ୍ରାଇଭ ହେବ: ମନ୍ତ୍ରୀ ହରିଚନ୍ଦନ appeared first on Dharitri Odia News.