ଘଟଗାଁ ତାରିଣୀ ମନ୍ଦିରରେ ଅଘଟଣ: ମହିଳାଙ୍କ ଶାଢ଼ିରେ ଲାଗିଲା ଦୀପ ନିଆଁ, ଆଉ ତା’ପରେ…
କେନ୍ଦୁଝର/ଘଟଗାଁ (ନରେଶ ଚନ୍ଦ୍ର ପଟ୍ଟନାୟକ/ରାଜେନ୍ଦ୍ର ପଟ୍ଟନାୟକ)୧୫ା୧୨: କେନ୍ଦୁଝର ଜିଲା ଘଟଗାଁ ମା’ ତାରିଣୀ ମନ୍ଦିରରେ ରବିବାର ଅଘଟଣ ଘଟିଛି। ଦୀପଷ୍ଟାଣ୍ଡ୍ରୁ ଜଣେ ମହିଳାଙ୍କ ଶାଢ଼ିରେ ନିଆଁ ଲାଗିଯିବାରୁ ଗୁରୁତର ହୋଇଛନ୍ତି। ଆହତଙ୍କ ନାମ ମିନାକ୍ଷୀ ବରାଳ ଏବଂ ଘର ଢେଙ୍କାନାଳ ଜିଲା କୁରୁଣ୍ଟି ଗ୍ରାମରେ ବୋଲି ଜଣାପଡ଼ିଛି। ପୂର୍ବାହ୍ନ ୧୧ ଟାରେ ବେଢ଼ା ମଧ୍ୟରେ ଥିବା ଦୀପଷ୍ଟାଣ୍ଡ୍ରେ ମହିଳାଙ୍କ ଶାଢ଼ିରେ ନିଆଁ ଲାଗି ଯାଇଥିଲା। ତାଙ୍କୁ ତୁରନ୍ତ ଅନ୍ୟ ଭକ୍ତ, ମନ୍ଦିର କର୍ମଚାରୀ ଓ ଦମକଳ କର୍ମଚାରୀମାନେ […] The post ଘଟଗାଁ ତାରିଣୀ ମନ୍ଦିରରେ ଅଘଟଣ: ମହିଳାଙ୍କ ଶାଢ଼ିରେ ଲାଗିଲା ଦୀପ ନିଆଁ, ଆଉ ତା’ପରେ… appeared first on Dharitri Odia News.
କେନ୍ଦୁଝର/ଘଟଗାଁ (ନରେଶ ଚନ୍ଦ୍ର ପଟ୍ଟନାୟକ/ରାଜେନ୍ଦ୍ର ପଟ୍ଟନାୟକ)୧୫ା୧୨: କେନ୍ଦୁଝର ଜିଲା ଘଟଗାଁ ମା’ ତାରିଣୀ ମନ୍ଦିରରେ ରବିବାର ଅଘଟଣ ଘଟିଛି। ଦୀପଷ୍ଟାଣ୍ଡ୍ରୁ ଜଣେ ମହିଳାଙ୍କ ଶାଢ଼ିରେ ନିଆଁ ଲାଗିଯିବାରୁ ଗୁରୁତର ହୋଇଛନ୍ତି। ଆହତଙ୍କ ନାମ ମିନାକ୍ଷୀ ବରାଳ ଏବଂ ଘର ଢେଙ୍କାନାଳ ଜିଲା କୁରୁଣ୍ଟି ଗ୍ରାମରେ ବୋଲି ଜଣାପଡ଼ିଛି।
ପୂର୍ବାହ୍ନ ୧୧ ଟାରେ ବେଢ଼ା ମଧ୍ୟରେ ଥିବା ଦୀପଷ୍ଟାଣ୍ଡ୍ରେ ମହିଳାଙ୍କ ଶାଢ଼ିରେ ନିଆଁ ଲାଗି ଯାଇଥିଲା। ତାଙ୍କୁ ତୁରନ୍ତ ଅନ୍ୟ ଭକ୍ତ, ମନ୍ଦିର କର୍ମଚାରୀ ଓ ଦମକଳ କର୍ମଚାରୀମାନେ ଉଦ୍ଧାର କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଥିବା ସୂଚନା ମିଳିଛି। ଏ ନେଇ ସମ୍ବଲପୁରସ୍ଥିତ ଡିଭିଜନ ଇନ୍ସପେକ୍ଟର ଦକ୍ଷିଣ ମାରାଣ୍ଡି କହିଛନ୍ତି, ତାଙ୍କ ପାଖରେ କୌଣସି ସୂଚନା ନାହିଁ। ସେ ଏଭଳି ଘଟଣା ସମ୍ପର୍କରେ ଅବଗତ ନାହାନ୍ତି। କଣ ହୋଇଛି ବୁଝିକି କହିବେ। ମନ୍ଦିରର ନିର୍ବାହୀ ଅଧିକାରୀ ସଞ୍ଜୀବ ମହାପାତ୍ର କହିଛନ୍ତି, ଅସାବଧାନତା କାରଣରୁ ଦୀପଷ୍ଟାଣ୍ଡ୍ରୁ ମହିଳାଙ୍କ ଶାଢ଼ୀରେ ନିଆଁ ଲାଗିଥିଲା। ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା। ତେବେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଏଥି ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।
The post ଘଟଗାଁ ତାରିଣୀ ମନ୍ଦିରରେ ଅଘଟଣ: ମହିଳାଙ୍କ ଶାଢ଼ିରେ ଲାଗିଲା ଦୀପ ନିଆଁ, ଆଉ ତା’ପରେ… appeared first on Dharitri Odia News.