ଏଏନ୍ଏମ୍ ଟ୍ରେନିଂ ସେଣ୍ଟରର ୧୧ ଛାତ୍ରୀ ଅସୁସ୍ଥ
ଦେବଗଡ଼,୧୮।୧୧: ଦେବଗଡ଼ ଜିଲା ମୁଖ୍ୟ ହସ୍ପିଟାଲ ପରିସର ଏଏନ୍ଏମ୍ ଟ୍ରେନିଂ ସେଣ୍ଟରରେ ସୋମବାର ଏକ ଅଘଟଣ ଘଟିଛି। ୧୧ଜଣ ଏଏନ୍ଏମ୍ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଜିଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଅନ୍ୟପକ୍ଷେ ଏଏନ୍ଏମ୍ ଟ୍ରେନିଂ ସେଣ୍ଟରର ଛାତ୍ରୀମାନଙ୍କୁ ବାସି ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଛି। ଏନେଇ ଟ୍ରେନିଂ ସେଣ୍ଟରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଅନ୍ୟ ଛାତ୍ରୀମାନେ ପ୍ରିନ୍ସପାଲଙ୍କ ବଦଳି ଦାବିରେ ସିଡିଏମ୍ଓ ଅଫିସ […] The post ଏଏନ୍ଏମ୍ ଟ୍ରେନିଂ ସେଣ୍ଟରର ୧୧ ଛାତ୍ରୀ ଅସୁସ୍ଥ appeared first on Dharitri Odia News.
ଦେବଗଡ଼,୧୮।୧୧: ଦେବଗଡ଼ ଜିଲା ମୁଖ୍ୟ ହସ୍ପିଟାଲ ପରିସର ଏଏନ୍ଏମ୍ ଟ୍ରେନିଂ ସେଣ୍ଟରରେ ସୋମବାର ଏକ ଅଘଟଣ ଘଟିଛି। ୧୧ଜଣ ଏଏନ୍ଏମ୍ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଜିଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।
ଅନ୍ୟପକ୍ଷେ ଏଏନ୍ଏମ୍ ଟ୍ରେନିଂ ସେଣ୍ଟରର ଛାତ୍ରୀମାନଙ୍କୁ ବାସି ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଛି। ଏନେଇ ଟ୍ରେନିଂ ସେଣ୍ଟରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଅନ୍ୟ ଛାତ୍ରୀମାନେ ପ୍ରିନ୍ସପାଲଙ୍କ ବଦଳି ଦାବିରେ ସିଡିଏମ୍ଓ ଅଫିସ ଘେରାଉ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀମାନଙ୍କୁ ବୁଝାଶୁଝା କରୁଛି।
The post ଏଏନ୍ଏମ୍ ଟ୍ରେନିଂ ସେଣ୍ଟରର ୧୧ ଛାତ୍ରୀ ଅସୁସ୍ଥ appeared first on Dharitri Odia News.