ମଣପୁରମ୍ ଡକାୟତି ମାମଲା: ସରିଲା ରିମାଣ୍ଡ, ଜେଲ ଗଲେ ମୁଖ୍ୟ ଅଭିଯୁକ୍ତ
ସମ୍ବଲପୁର,୮ା୪(ପ୍ରମୋଦ ବହିଦାର) ବହୁ ଚର୍ଚ୍ଚିତ ସମ୍ବଲପୁର ବୁଢ଼ାରଜାସ୍ଥିତ ମଣପୁରମ୍ ସୁନା ଋଣସଂସ୍ଥା ଡକାୟତି ମାମଲାର ମୁଖ୍ୟ ଅଭିଯୁକ୍ତ ସୁବୋଧ ସିଂ(୨୮)ଙ୍କ ରିମାଣ୍ଡ ଅବଧି ଶେଷ ହେବା ପରେ ଜେଲ ପଠାଇ ଦିଆଯାଇଛି। ୧୦ ଦିନିଆ ରିମାଣ୍ଡ ଶେଷ ହେବା ପରେ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଥିଲା। ଏହା ପରେ ତାଙ୍କୁ ଏସ୍ଡିଜେଏମ୍ କୋର୍ଟରେ ହାଜର କରାଯାଇ ସ୍ଥାନୀୟ ମଣ୍ଡଳ ଜେଲ୍କୁ ପଠାଇ ଦିଆଯାଇଛି। ରିମାଣ୍ଡ ଅବିଧି ସମୟରେ ଲୁଟ୍ ଘଟଣା ସହ […] The post ମଣପୁରମ୍ ଡକାୟତି ମାମଲା: ସରିଲା ରିମାଣ୍ଡ, ଜେଲ ଗଲେ ମୁଖ୍ୟ ଅଭିଯୁକ୍ତ appeared first on Dharitri Odia News.
ସମ୍ବଲପୁର,୮ା୪(ପ୍ରମୋଦ ବହିଦାର) ବହୁ ଚର୍ଚ୍ଚିତ ସମ୍ବଲପୁର ବୁଢ଼ାରଜାସ୍ଥିତ ମଣପୁରମ୍ ସୁନା ଋଣସଂସ୍ଥା ଡକାୟତି ମାମଲାର ମୁଖ୍ୟ ଅଭିଯୁକ୍ତ ସୁବୋଧ ସିଂ(୨୮)ଙ୍କ ରିମାଣ୍ଡ ଅବଧି ଶେଷ ହେବା ପରେ ଜେଲ ପଠାଇ ଦିଆଯାଇଛି। ୧୦ ଦିନିଆ ରିମାଣ୍ଡ ଶେଷ ହେବା ପରେ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଥିଲା। ଏହା ପରେ ତାଙ୍କୁ ଏସ୍ଡିଜେଏମ୍ କୋର୍ଟରେ ହାଜର କରାଯାଇ ସ୍ଥାନୀୟ ମଣ୍ଡଳ ଜେଲ୍କୁ ପଠାଇ ଦିଆଯାଇଛି। ରିମାଣ୍ଡ ଅବିଧି ସମୟରେ ଲୁଟ୍ ଘଟଣା ସହ ସେ ସଂଶ୍ଲିଷ୍ଟ ଥିବା ଅନ୍ୟାନ୍ୟ ଆପରାଧିକ ମାମଲା ତଥା ତାଙ୍କ ସହିତ ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ବିଷୟରେ ପୋଲିସ ପଚରାଉଚରା କରିଥିଲା। ପଚାରାଉଚରା ବେଳେ ତାଙ୍କଠାରୁ ପୋଲିସ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ହସଲ କରିବାରେ ସକ୍ଷମ ହୋଇଥିବା କୁହାଯାଇଛି।
ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ୩ ତାରିଖ ସମ୍ବଲପୁର ସହରର ବ୍ୟସ୍ତବହୁଳ ବୁଢ଼ାରଜା ଅଞ୍ଚଳରେ ଥିବା ମଣପୁରମ ସୁନା ଋଣ ସଂସ୍ଥାରୁ ଡକାୟତମାନେ ସ୍ପଷ୍ଟ ଦିବାଲୋକରେ ବନ୍ଧୁକ ମୁନରେ ୩୦କେଜି ସୁନା ଓ ନଗଦ ପ୍ରାୟ ସାଢ଼େ ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟି ନେଇ ଫେରାର ହୋଇ ଯାଇଥିଲେ। ଏହି ମାମାଲାରେ ତନାଘନା ଆରମ୍ଭ କରି ପୋଲିସ ପର୍ଯ୍ୟାୟକ୍ରମେ ମୁଖ୍ୟ ଅଭିଯୁକ୍ତ ସୁବୋଧ ସିଂଙ୍କ ସହିତ ମୋଟ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ମାତ୍ର ଏପର୍ଯ୍ୟନ୍ତ ସେମାନଙ୍କ ନିକଟରୁ ଲୁଟ୍ ସୁନା ଓ ଟଙ୍କା ମିଳି ପାରିନାହିଁ।
The post ମଣପୁରମ୍ ଡକାୟତି ମାମଲା: ସରିଲା ରିମାଣ୍ଡ, ଜେଲ ଗଲେ ମୁଖ୍ୟ ଅଭିଯୁକ୍ତ appeared first on Dharitri Odia News.