ଖୋଲିଲା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁମର: ଛାଡପତ୍ର ପରେ ଏମିତି କହିଲେ ପୂର୍ବତନ ସ୍ତ୍ରୀ

ନୂଆଦିଲ୍ଲୀ,୨୭।୮: କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟାଙ୍କଠାରୁ ଛାଡପତ୍ର ନେବା ପରେ ଅଭିନେତ୍ରୀ ନତାଶା ଷ୍ଟାନକୋଭିକ ନିକଟରେ ଏକ କ୍ରିପ୍ଟିକ ନୋଟ ଶେୟାର କରିଛନ୍ତି। ଟିମ ଇଣ୍ଡିଆ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଛାଡପତ୍ର ହେବାର ପ୍ରକୃତ କାରଣ ହେଉଛି ତାଙ୍କର ଅହଂକାର ବୋଲି ଚର୍ଚ୍ଚା ହେଉଥିଲା। ନତାଶାଙ୍କ ଏହି ନୋଟ ଦେଖି ପ୍ରଶଂସକମାନେ ଅନୁମାନ କରୁଛନ୍ତି, ଭାଇରାଲ ଖବର ପଛରେ ନିଶ୍ଚିତ କିଛି ସତ୍ୟତା ଅଛି। ଯଦିଓ ନତାଶା ଏପର୍ଯ୍ୟନ୍ତ ସର୍ବସାଧାରଣରେ ଏହାର କାରଣ ବିଷୟରେ କହିନାହାଁନ୍ତି, କିନ୍ତୁ […] The post ଖୋଲିଲା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁମର: ଛାଡପତ୍ର ପରେ ଏମିତି କହିଲେ ପୂର୍ବତନ ସ୍ତ୍ରୀ appeared first on Dharitri Odia News.

ଖୋଲିଲା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁମର: ଛାଡପତ୍ର ପରେ ଏମିତି କହିଲେ ପୂର୍ବତନ ସ୍ତ୍ରୀ

ନୂଆଦିଲ୍ଲୀ,୨୭।୮: କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟାଙ୍କଠାରୁ ଛାଡପତ୍ର ନେବା ପରେ ଅଭିନେତ୍ରୀ ନତାଶା ଷ୍ଟାନକୋଭିକ ନିକଟରେ ଏକ କ୍ରିପ୍ଟିକ ନୋଟ ଶେୟାର କରିଛନ୍ତି। ଟିମ ଇଣ୍ଡିଆ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଛାଡପତ୍ର ହେବାର ପ୍ରକୃତ କାରଣ ହେଉଛି ତାଙ୍କର ଅହଂକାର ବୋଲି ଚର୍ଚ୍ଚା ହେଉଥିଲା। ନତାଶାଙ୍କ ଏହି ନୋଟ ଦେଖି ପ୍ରଶଂସକମାନେ ଅନୁମାନ କରୁଛନ୍ତି, ଭାଇରାଲ ଖବର ପଛରେ ନିଶ୍ଚିତ କିଛି ସତ୍ୟତା ଅଛି।
ଯଦିଓ ନତାଶା ଏପର୍ଯ୍ୟନ୍ତ ସର୍ବସାଧାରଣରେ ଏହାର କାରଣ ବିଷୟରେ କହିନାହାଁନ୍ତି, କିନ୍ତୁ ସେ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ଶେୟାର କରି ପ୍ରେମ କିପରି ହେବା ଉଚିତ ଏବଂ ଏହା କିପରି ହେବା ଉଚିତ ନୁହେଁ ସେ ବିଷୟରେ ବର୍ଣ୍ଣନା କରିଛନ୍ତି। ନୋଟରେ ଲେଖାଥିଲା, ପ୍ରେମ ଧୈର୍ଯ୍ୟବାନ ଏବଂ ଦୟାଳୁ ଅଟେ। ଏହା ଈର୍ଷାପରାୟଣ ହେବା ଉଚିତ୍‌ ନୁହେଁ। ଏହା ଅନ୍ୟମାନଙ୍କୁ ଅପମାନିତ କରେ ନାହିଁ। ଏହା ସ୍ବାର୍ଥପର ନୁହେଁ। ଏହା ସହଜରେ କ୍ରୋଧିତ ହୁଏ ନାହିଁ। ଏହା ଭୁଲକୁ ସହ୍ୟ କରେ ନାହିଁ। ଏହା ସର୍ବଦା ସୁରକ୍ଷା କରେ।
ସେ ଏହି ପୋଷ୍ଟକୁ ଶେୟାର କରିବା ମାତ୍ରେ, ପ୍ରଶଂସକ ହୃଦୟଙ୍ଗମ କରିଛନ୍ତି ହାର୍ଦ୍ଦିକଙ୍କ ସହ ତାଙ୍କର ତିକ୍ତ ସମ୍ପର୍କ ଏବଂ ଏହା ଛାଡପତ୍ର ହେବାର ପ୍ରକୃତ କାରଣ।
ମାସେ ଧରି କଳ୍ପନାଜଳ୍ପନା ପରେ ଚଳିତ ବର୍ଷ ଜୁଲାଇରେ ହାର୍ଦ୍ଦିକ ଏବଂ ନତାଶା ମିଳିତ ବିବୃତ୍ତିରେ ଛାଡପତ୍ର ଘୋଷଣା କରିଥିଲେ।

 

The post ଖୋଲିଲା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁମର: ଛାଡପତ୍ର ପରେ ଏମିତି କହିଲେ ପୂର୍ବତନ ସ୍ତ୍ରୀ appeared first on Dharitri Odia News.