ଟ୍ରାଙ୍କୁଲାଇଜ୍‌ ହେଲା ବାଘୁଣୀ ଜିନ୍ନତ

ବାରିପଦା୨୯ା୧୨: ବାଘୁଣୀ ଜିନ୍ନତକୁ ରବିବାର ଟ୍ରାଙ୍କୁଲାଇଜ୍‌ କରାଯାଇଛି। ପଶ୍ଚିମବଙ୍ଗର ବାଙ୍କୁରାଠାରେ ଜିନ୍ନତକୁ ଟ୍ରାଙ୍କୁଲାଇଜ୍‌ କରାଯାଇଛି। ଟ୍ରାଙ୍କୁଲାଇଜ୍‌ ପରେ ଜିନ୍ନତ ଏବେ ଜନ୍ତାରେ ରହିଛି। ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଆଲିପୁର ନିଆଯିବ ବୋଲି ପିସିସିଏଫ୍‌ ସୂଚନା ଦେଇଛନ୍ତି।   ପଶ୍ଚିମବଙ୍ଗର ପୁରୁଲିଆ ଜିଲା ରାଇକିଆ ପାହାଡ଼ ସଂଲଗ୍ନ କ୍ୱିଲାପାଳ ଜଙ୍ଗଲରେ ବୁଲୁଥିବା ମହାବଳ ବାଘୁଣୀ ଜିନ୍ନତକୁ ଧରିବା ପାଇଁ ବନ ବିଭାଗ ପ୍ରୟାସ ଜାରି ରଖିଥିଲା। ଯନ୍ତାରେ ଛେଳି ଓ ବାର୍‌ହା ରଖି ଖାଦ୍ୟ ଦିଆଯାଉଥିଲେ ମଧ୍ୟ ବାଘୁଣୀ […] The post ଟ୍ରାଙ୍କୁଲାଇଜ୍‌ ହେଲା ବାଘୁଣୀ ଜିନ୍ନତ appeared first on Dharitri Odia News.

ଟ୍ରାଙ୍କୁଲାଇଜ୍‌ ହେଲା ବାଘୁଣୀ ଜିନ୍ନତ

ବାରିପଦା୨୯ା୧୨: ବାଘୁଣୀ ଜିନ୍ନତକୁ ରବିବାର ଟ୍ରାଙ୍କୁଲାଇଜ୍‌ କରାଯାଇଛି। ପଶ୍ଚିମବଙ୍ଗର ବାଙ୍କୁରାଠାରେ ଜିନ୍ନତକୁ ଟ୍ରାଙ୍କୁଲାଇଜ୍‌ କରାଯାଇଛି। ଟ୍ରାଙ୍କୁଲାଇଜ୍‌ ପରେ ଜିନ୍ନତ ଏବେ ଜନ୍ତାରେ ରହିଛି। ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଆଲିପୁର ନିଆଯିବ ବୋଲି ପିସିସିଏଫ୍‌ ସୂଚନା ଦେଇଛନ୍ତି।

 

ପଶ୍ଚିମବଙ୍ଗର ପୁରୁଲିଆ ଜିଲା ରାଇକିଆ ପାହାଡ଼ ସଂଲଗ୍ନ କ୍ୱିଲାପାଳ ଜଙ୍ଗଲରେ ବୁଲୁଥିବା ମହାବଳ ବାଘୁଣୀ ଜିନ୍ନତକୁ ଧରିବା ପାଇଁ ବନ ବିଭାଗ ପ୍ରୟାସ ଜାରି ରଖିଥିଲା। ଯନ୍ତାରେ ଛେଳି ଓ ବାର୍‌ହା ରଖି ଖାଦ୍ୟ ଦିଆଯାଉଥିଲେ ମଧ୍ୟ ବାଘୁଣୀ ଖାଇବାକୁ ଆସୁ ନ ଥିଲା। ଜଙ୍ଗଲରେ ଛେଳି, ବାର୍‌ହା, ମଇଁଷି ଭଳି ପ୍ରାଣୀଙ୍କୁ ବାନ୍ଧି ଉପରୁ ଜାଲ ବିଛାଯାଇଥିଲା।
ମଙ୍ଗଳବାର ଭୋର ସମୟରେ ଜିନ୍ନତ ବୁଦୱାନ ଗାଁରେ ପଶି ୪ଟି ଛେଳିକୁ ମାରିଥିବା ବେଳେ ୨ଟିକୁ ଖାଇଥିଲା। ଏନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ବନ ବିଭାଗ ଦେଉଥିବା ଖାଦ୍ୟ ଖାଇବା ପୂର୍ବରୁ ଧରାପଡ଼ିବା ଭୟରେ ଜିନ୍ନତ ଚତୁରତାର ସହ ଖସିଯାଉଥିଲା। ବିଭାଗୀୟ କର୍ମଚାରୀମାନେ ବାଘୁଣୀକୁ ଧରିବା ପାଇଁ ଅତ୍ୟାଧୁନିକ ଟ୍ରାକିଂ ସିଷ୍ଟମ ଜରିଆରେ ଟାଙ୍କୁଲାଇଜ୍‌ କରିବାକୁ ଯୋଜନା କରୁଥିଲେ।

The post ଟ୍ରାଙ୍କୁଲାଇଜ୍‌ ହେଲା ବାଘୁଣୀ ଜିନ୍ନତ appeared first on Dharitri Odia News.