କେବେ ଆସିବ ସେହି ଶୁଭଦିନ: ଦିନ ଗଣୁଛନ୍ତି ବରୁଣ
ବରୁଣ ଧାଓ୍ବନ ଏବେ ଦିନ ଗଣିବାରେ ବ୍ୟସ୍ତ। କାରଣ ସେ ଯେଉଁ ଫିଲ୍ମଟିକୁ ନେଇ ଢ଼େର ଆଶା ବାନ୍ଧି ବସିଛନ୍ତି ତାହା ଚଳିତ ବର୍ଷ ଡିସେମ୍ବର ୨୫ରେ ମୁକ୍ତିଲାଭ କରିବାକୁ ଯାଉଛି। ତେଣୁ ସେ ବେଶ୍ ଉତ୍ସୁକତାର ସହ ସେହି ଶୁଭ ଦିନକୁ ଚାହିଁ ବସିଛନ୍ତି। ଏହି ଫିଲ୍ମଟିର ଟାଇଟଲ ରହିଛି ‘ବେବି ଜନ୍’। ଏଥିରେ ବରୁଣ ଜଣେ ପୋଲିସ ଅଫିସର ଭୂମିକାରେ ଅଭିନୟ କରୁଛନ୍ତି। ଚିତ୍ରଟିର କାହାଣୀ ରଚନା କରିଛନ୍ତି ଅନ୍ୟତମ ଆଗଧାଡିର ନିର୍ଦ୍ଦେଶକ ତଥା […] The post କେବେ ଆସିବ ସେହି ଶୁଭଦିନ: ଦିନ ଗଣୁଛନ୍ତି ବରୁଣ appeared first on Dharitri Odia News.
ବରୁଣ ଧାଓ୍ବନ ଏବେ ଦିନ ଗଣିବାରେ ବ୍ୟସ୍ତ। କାରଣ ସେ ଯେଉଁ ଫିଲ୍ମଟିକୁ ନେଇ ଢ଼େର ଆଶା ବାନ୍ଧି ବସିଛନ୍ତି ତାହା ଚଳିତ ବର୍ଷ ଡିସେମ୍ବର ୨୫ରେ ମୁକ୍ତିଲାଭ କରିବାକୁ ଯାଉଛି। ତେଣୁ ସେ ବେଶ୍ ଉତ୍ସୁକତାର ସହ ସେହି ଶୁଭ ଦିନକୁ ଚାହିଁ ବସିଛନ୍ତି। ଏହି ଫିଲ୍ମଟିର ଟାଇଟଲ ରହିଛି ‘ବେବି ଜନ୍’। ଏଥିରେ ବରୁଣ ଜଣେ ପୋଲିସ ଅଫିସର ଭୂମିକାରେ ଅଭିନୟ କରୁଛନ୍ତି। ଚିତ୍ରଟିର କାହାଣୀ ରଚନା କରିଛନ୍ତି ଅନ୍ୟତମ ଆଗଧାଡିର ନିର୍ଦ୍ଦେଶକ ତଥା କାହାଣୀକାର ଅଟଲି। ଏହାକୁ ଆଧାର କରି ସଂଳାପ ରଚନା କରିଛନ୍ତି ସୁମିତ ଆରୋରା। ଚିତ୍ରନାଟ୍ୟ ରଚନା କରିବା ସହ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି କାଲିସ୍। ଫିଲ୍ମ ବିଷୟରେ ବରୁଣ କହନ୍ତି, ”ଏହି ଫିଲ୍ମର କାହାଣୀରେ ରହସ୍ୟ ରୋମାଞ୍ଚ ଭରି ରହିଛି। ଜଣେ ପୋଲିସ ଅଫିସରର ଜୀବନୀକୁ ନେଇ କାହାଣୀ ଗତିଶୀଳ। “ ଏହି ଫିଲ୍ମରେ ବରୁଣଙ୍କ ଅପୋଜିଟ୍ରେ ଅଛନ୍ତି କୀର୍ତ୍ତି ସୁରେଶ। ଜ୍ୟାକି ଶ୍ରଫଙ୍କୁ ମଧ୍ୟ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।
The post କେବେ ଆସିବ ସେହି ଶୁଭଦିନ: ଦିନ ଗଣୁଛନ୍ତି ବରୁଣ appeared first on Dharitri Odia News.