ଆରଜି କର ମାମଲା ମମତା ସରକାରଙ୍କ ପାଇଁ ଚେତାବନୀ, କାହିଁକି ଏମିତି କହିଲେ ଦଳ ଛାଡିଥିବା ନେତା
କୋଲକାତା,୧୦।୯: ପଶ୍ଚିମବଙ୍ଗର ତ୍ରୁଣମୂଳ କଂଗ୍ରେସ (ଟିଏମସି) ଛାଡିବା ପରେ ଜବାହର ସରକାର ସୋମବାର କହିଛନ୍ତି ଯେ ସେ ରାଜନୀତିରୁ ବାହାରିବା ତାଙ୍କ ମୂଲ୍ୟବୋଧକୁ ହ୍ରାସ କରିବ ନାହିଁ ଏବଂ ମହିଳା ଅଧିକାରକୁ ସମର୍ଥନ କରିବା ଦିଗରେ ଦେଇଥିବା ପ୍ରତିବଦ୍ଧତାକୁ ହ୍ରାସ କରିବ ନାହିଁ। ସେ କହିଛନ୍ତି ମୁଁ ରାଜନୀତି ଛାଡିଛି, କିନ୍ତୁ ନୀତି ଛାଡିବି ନାହିଁ। ଏଏନଆଇକୁ ସୂଚନା ଦେଇ ସରକାର କହିଛନ୍ତି, ମୁଁ ଏମପି, ଟିଏମସି ଏବଂ ରାଜନୀତି ପଦ ଛାଡିଛି, କିନ୍ତୁ ନୀତି ଛାଡିବି […] The post ଆରଜି କର ମାମଲା ମମତା ସରକାରଙ୍କ ପାଇଁ ଚେତାବନୀ, କାହିଁକି ଏମିତି କହିଲେ ଦଳ ଛାଡିଥିବା ନେତା appeared first on Dharitri Odia News.
କୋଲକାତା,୧୦।୯: ପଶ୍ଚିମବଙ୍ଗର ତ୍ରୁଣମୂଳ କଂଗ୍ରେସ (ଟିଏମସି) ଛାଡିବା ପରେ ଜବାହର ସରକାର ସୋମବାର କହିଛନ୍ତି ଯେ ସେ ରାଜନୀତିରୁ ବାହାରିବା ତାଙ୍କ ମୂଲ୍ୟବୋଧକୁ ହ୍ରାସ କରିବ ନାହିଁ ଏବଂ ମହିଳା ଅଧିକାରକୁ ସମର୍ଥନ କରିବା ଦିଗରେ ଦେଇଥିବା ପ୍ରତିବଦ୍ଧତାକୁ ହ୍ରାସ କରିବ ନାହିଁ। ସେ କହିଛନ୍ତି ମୁଁ ରାଜନୀତି ଛାଡିଛି, କିନ୍ତୁ ନୀତି ଛାଡିବି ନାହିଁ।
ଏଏନଆଇକୁ ସୂଚନା ଦେଇ ସରକାର କହିଛନ୍ତି, ମୁଁ ଏମପି, ଟିଏମସି ଏବଂ ରାଜନୀତି ପଦ ଛାଡିଛି, କିନ୍ତୁ ନୀତି ଛାଡିବି ନାହିଁ। ମୁଁ ସାମ୍ପ୍ରଦାୟିକ ବିରୋଧୀ ରହିବି, ମୁଁ ମହିଳା ଅଧିକାର ପାଇଁ ରହିବି। ମୁଁ ଯାହା କହିବି ତାହା ଟିଏମସି ଉପରେ ପ୍ରଭାବ ପକାଇବ ଏବଂ ମୁଁ ଟିଏମସି ଛାଡିବାର ଏହା ଏକ ଦୁଃଖଦ କାରଣ। ଆପଣ କୌଣସି ଦଳରେ ରହି ବିପ୍ଳବ ଘୋଷଣା କରିପାରିବେ ନାହିଁ।
ଅଗଷ୍ଟ ୧୪ରେ ହୋଇଥିବା ବିରୋଧ ସମୟରେ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭଙ୍ଗାରୁଜା ଘଟଣାରେ ଅଧିକାରୀଙ୍କ ନିଷ୍କ୍ରିୟତା ଉପରେ ପୂର୍ବତନ ଟିଏମସି ନେତା ପ୍ରଶ୍ନ କରିଥିଲେ ଏବଂ ଏପର୍ଯ୍ୟନ୍ତ ଏହି ଘଟଣା ପାଇଁ କାହାରିକୁ କୋର୍ଟ ଚାଲାଣ କରାଯାଇ ନାହିଁ କିମ୍ବା ଗିରଫ କରାଯାଇ ନାହିଁ ବୋଲି ପଚାରିଥିଲେ। ସେ କହିଛନ୍ତି, ମୁଁ ବୁଝିପାରୁ ନାହିଁ କାହିଁକି ଭଙ୍ଗାରୁଜା ମାମଲାରେ ଆଜି ପର୍ଯ୍ୟନ୍ତ କୌଣସି ମାମଲା ରୁଜୁ କରାଯାଇ ନାହିଁ। ପୋଲିସ କାହିଁକି ଭାଙ୍ଗାରୁଜା କରିଥିବା ବ୍ୟକ୍ତିଙ୍କୁ ଗିରଫ କରୁନାହିଁ? ପ୍ରାରମ୍ଭିକ କାର୍ଯ୍ୟ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଥରେ ବିଶ୍ୱାସ ନଷ୍ଟ ହୋଇଗଲେ ଏହା କଷ୍ଟସାଧ୍ୟ ହୋଇଯାଏ।
The post ଆରଜି କର ମାମଲା ମମତା ସରକାରଙ୍କ ପାଇଁ ଚେତାବନୀ, କାହିଁକି ଏମିତି କହିଲେ ଦଳ ଛାଡିଥିବା ନେତା appeared first on Dharitri Odia News.