ପୁଣି ଫେରିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ରାଜନୀତି
ନନ୍ଦିଘୋଷ ବ୍ୟୁରୋ: ପଶ୍ଚିମ ଓଡ଼ିଶାରେ ଦରକାର ନାହିଁ ହାଇକୋର୍ଟ ସ୍ଥାୟୀ ବେଞ୍ଚ। କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲଙ୍କ ଏହି... The post ପୁଣି ଫେରିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ରାଜନୀତି appeared first on .
ନନ୍ଦିଘୋଷ ବ୍ୟୁରୋ: ପଶ୍ଚିମ ଓଡ଼ିଶାରେ ଦରକାର ନାହିଁ ହାଇକୋର୍ଟ ସ୍ଥାୟୀ ବେଞ୍ଚ। କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲଙ୍କ ଏହି ବୟାନକୁ ନେଇ ବଢିଛି ରାଜନୀତି। ଇ-କୋର୍ଟ ବ୍ୟବସ୍ଥାରେ ଓଡ଼ିଶା ଆଗରେ ରହିଛି । ଭର୍ଚୁଆଲ ସବୁ ସୁବିଧା ମିଳୁଥିବାରୁ ହାଇକୋର୍ଟ ବେଞ୍ଚର ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର ଆଇନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛି କଂଗ୍ରେସ। କେନ୍ଦ୍ର ସରକାରଙ୍କ ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବକୁ ଏହା ପ୍ରମାଣିତ କରିଥିବା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି। ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ ।
ଫେରିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ରାଜନୀତି। ବେଞ୍ଚର ଆବଶ୍ୟକତା ନଥିବା ସଫା କହିଲେ କେନ୍ଦ୍ର ଆଇନମନ୍ତ୍ରୀ। ଅର୍ଜୁନ ରାମ ମେଘୱାଲଙ୍କ ମନ୍ତବ୍ୟ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ। ନରସିଂହ କହିଲେ, ପଶ୍ଚିମ ଓଡିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ। ସୁରଙ୍କ ଟାର୍ଗେଟ୍, ଓଡ଼ିଶା ବିଷୟରେ କିଛି ଜାଣିନାହାନ୍ତି କେନ୍ଦ୍ରମନ୍ତ୍ରୀ।… ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ କେନ୍ଦ୍ର ପକାଇଲା ପୂର୍ଣ୍ଣଚ୍ଛେଦ। ଆବଶ୍ୟକ ନାହିଁ ହାଇକୋର୍ଟର ସ୍ଥାୟୀ ବେଞ୍ଚ। ଓଡ଼ିଶା ଗସ୍ତରେ ଆସି ଏମିତି ସଫା ସଫା ଶୁଣାଇଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲ। ଦେଶରେ ଲାଗୁ ହୋଇଥିବା ଇ-କୋର୍ଟ ବ୍ୟବସ୍ଥାରେ ଆଗରେ ରହିଛି ଓଡ଼ିଶା। ଇ-କୋର୍ଟ ବ୍ୟବସ୍ଥା ହାଇକୋର୍ଟ ସହ ସମାନ। ଏଥିରେ ଭର୍ଚୁଆଲରେ ମିଳୁଛି ସବୁ ସୁବିଧା। ତେଣୁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାର ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର ଆଇନମନ୍ତ୍ରୀ କହିଛନ୍ତି। ତାଙ୍କ ମନ୍ତବ୍ୟ ପରେ ଦୀର୍ଘବର୍ଷ ଧରି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ଫିକା ପଡ଼ିଛି ।
ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚକୁ କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଅଗ୍ରାହ୍ୟ କରିବା ପରେ କେନ୍ଦ୍ରକୁ ଘେରିଛି କଂଗ୍ରେସ। କେନ୍ଦ୍ର ଆଇନମନ୍ତ୍ରୀ ଆଇନ ପାଠ ପଢନ୍ତୁ କହି ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଯଦି ଭର୍ଚୁଆଲରେ ସବୁ ହୋଇପାରୁଛି ତେବେ କୌଣସି କୋର୍ଟ ରହିବା ଆବଶ୍ୟକତା ନାହିଁ। ଓକିଲମାନେ ନିଜ ଘରୁ କାମ କରନ୍ତୁ। ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟ ଯିବା ଆବଶ୍ୟକତା ନାହିଁ। କେନ୍ଦ୍ର ଆଇନ ମନ୍ତ୍ରୀ ଏଭଳି ମନ୍ତବ୍ୟ ଦେବା ପରେ ତାଙ୍କର ପଦବୀରେ ରହିବାର କିଛି ଯଥାର୍ଥତା ନାହିଁ। ଏହା ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ବୋଲି କଂଗ୍ରେସ ଅଭିଯୋଗ କରିଛି। ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ମଧ୍ୟ କେନ୍ଦ୍ର ଆଇନମନ୍ତ୍ରୀଙ୍କ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି।
ଦୀର୍ଘଦିନ ଧରି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଦାବି ହୋଇଆସୁଛି। ବେଶ କିଛିଦିନ ପରେ ପଶ୍ଚିମ ଓଡ଼ିଶା ଦାବି ପ୍ରତି କେନ୍ଦ୍ର ଆଇନମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ମୁହାମୁହିଁ ହୋଇଛନ୍ତି କଂଗ୍ରେସ ଓ ବିଜେପି। ପଶ୍ଚିମ ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ଜଳଜଳ ଦିଶୁଛି। ପଶ୍ଚିମ ଓଡ଼ିଶାବାସୀ ଏହାର ଜାବବ ଦେବେ ବୋଲି କଂଗ୍ରେସ କହିଛି।
The post ପୁଣି ଫେରିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ରାଜନୀତି appeared first on .