ବ୍ଳକସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଶିବିର ଉଦ୍ଯାପିତ
ଦିଗପହଣ୍ଡି,୧୨।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ବି. ତୁରୁବୁଡି ପଞ୍ଚାୟତ ଝରିପଦର ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଦୁଇଦିନ ବ୍ୟାପି ଆୟୋଜିତ ହୋଇଥିବା ବ୍ଳକସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି । ଗଞ୍ଜାମ ଜିଲା ଖଲିକୋଟ ସ୍ଥିତ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ପ୍ରଶିକ୍ଷିକା ନିବେଦିତା ପାଢୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ଶିକ୍ଷୟତ୍ରୀ ପି. ମାମାଲି, ମାନସୀ ସେଠୀ, ଶିକ୍ଷକ ଶରତଚନ୍ଦ୍ର ବଡ଼ ନାୟକ ମିଳିତ ଭାବେ […] The post ବ୍ଳକସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଶିବିର ଉଦ୍ଯାପିତ appeared first on Dharitri Odia News.
ଦିଗପହଣ୍ଡି,୧୨।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ବି. ତୁରୁବୁଡି ପଞ୍ଚାୟତ ଝରିପଦର ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଦୁଇଦିନ ବ୍ୟାପି ଆୟୋଜିତ ହୋଇଥିବା ବ୍ଳକସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି । ଗଞ୍ଜାମ ଜିଲା ଖଲିକୋଟ ସ୍ଥିତ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ପ୍ରଶିକ୍ଷିକା ନିବେଦିତା ପାଢୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ଶିକ୍ଷୟତ୍ରୀ ପି. ମାମାଲି, ମାନସୀ ସେଠୀ, ଶିକ୍ଷକ ଶରତଚନ୍ଦ୍ର ବଡ଼ ନାୟକ ମିଳିତ ଭାବେ ସଂଯୋଜନା କରିଥିଲେ। ବ୍ଲକ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ବାଳା ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ୨ ୟ ଶ୍ରେଣୀରେ ଅଧ୍ୟୟନରତ ୨୩ ଜଣ ଛାତ୍ରୀଛାତ୍ର ଙ୍କ ସଂଖ୍ୟାଜ୍ଞାନ ନିପୁଣତା ସମ୍ପର୍କରେ ବାର୍ଷିକ ଆକଳନ କରାଯାଇଥିଲା । ବିଦ୍ୟାଳୟ ପ୍ରଧାନଶିକ୍ଷକ ଗିରିଧାରୀ ପାତ୍ର , ଏଫ୍ଏଲ୍ଏନ୍ ଶିକ୍ଷକ ଜି. ନିଳାଞ୍ଚଳ ରେଡ୍ଡୀ , ସିଆର୍ସିସି ମେନସନ ପ୍ରଧାନଙ୍କ ସମେତ ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ବୃନ୍ଦ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ। ପରିଶେଷରେ ସହକାରୀ ଶିକ୍ଷକ ବିଭୀଷଣ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।
The post ବ୍ଳକସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଶିବିର ଉଦ୍ଯାପିତ appeared first on Dharitri Odia News.