ଯୁବ ବିଜେପି ରାଜ୍ୟ ସଭାପତିଙ୍କୁ ଆକ୍ରମଣ; ଫାଟିଲା ଅଭିଳାଷଙ୍କ ମୁଣ୍ଡ... 

 ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ। ଚାନ୍ଦବାଲିରେ ପ୍ରଚାରରୁ ଫେରିବା ବେଳେ ସସିତାଦେଇପୁର ନିକଟରେ ତାଙ୍କ ଉପରେ ଆକ୍ରମଣ ହୋଇଛି।

ଯୁବ ବିଜେପି ରାଜ୍ୟ ସଭାପତିଙ୍କୁ ଆକ୍ରମଣ; ଫାଟିଲା ଅଭିଳାଷଙ୍କ ମୁଣ୍ଡ... 

ଯୁବ ବିଜେପି ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ। ଚାନ୍ଦବାଲିରେ ପ୍ରଚାରରୁ ଫେରିବା ବେଳେ ସସିତାଦେଇପୁର ନିକଟରେ ତାଙ୍କ ଉପରେ ଆକ୍ରମଣ ହୋଇଛି। ଅଭିଳାଷଙ୍କୁ କିଛି ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଅଭିଳାଷଙ୍କ ମୁଣ୍ଡ ଫାଟିଯାଇଛି। ଆକ୍ରମଣ ନେଇ ବାଂଶଡ଼ା ଥାନାରେ ଅଭିଯୋଗ କରିଛନ୍ତି ବିଜେପି କର୍ମୀ ।

ପୂର୍ବରୁ ଗଂଜାମ ଜିଲ୍ଲା ବିଜେପି ସଭାପତି ସୁବାସ ସାହୁଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତୋଟାପଡ଼ାରେ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା । ବିଜେପି ପତାକା ଲାଗିଥିବା କାର୍ ଯାଉଥିବା ଦେଖି, ସୁବାସ ଓ ତାଙ୍କ ୫ ସାଥୀଙ୍କୁ ବିଜେଡି ସମର୍ଥକଙ୍କ ଆକ୍ରମଣ କରିଥିଲେ । ଗାଡ଼ି ଭଙ୍ଗାରୁଜା ସହ ସୁବାସଙ୍କ ହାତକୁ ପଥରରେ ଛେଚି ଭାଙ୍ଗିଦେଇଥିଲେ । ଘଣ୍ଟେଶ୍ୱର ଜୋନକୁ ଯାଉଥିବା ବେଳେ ପୋଲିସ ଉପସ୍ଥିତିରେ ଏହି ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା । 

ଅନ୍ୟପଟେ ଭଦ୍ରକ ଜିଲ୍ଲାରେ ୧୪୪ ଧାରା ଜାରି ହୋଇଛି । ନିର୍ବାଚନକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାରେ ଲାଗୁ ହେଲା ୧୪୪ ଧାରା । ଆଜି ସଂଧ୍ୟା ୬ଟାରୁ ଜୁନ୍‌ ୨ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି ହୋଇଛି । ୫ ଜଣରୁ ଅଧିକ ଏକାଠି ହେବା, ବୁଲିବା, ପ୍ରଚାର କରିବା ମନା ।