ନାବାଳିକାଙ୍କୁ ବଳାତ୍କାର କରି ୯ ମାସର ଗର୍ଭବତୀ କରିଥିଲେ ଯୁବକ, ଏବେ ଭୋଗିବେ ଆଜୀବନ କାରାଦଣ୍ଡ

କେନ୍ଦୁଝର,୪ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ ଟ୍ରାକ୍‌ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି କାଞ୍ଜିପାଣି ଥାନା ଅନ୍ତର୍ଗତ ଜନ୍ତାରୀ ଗ୍ରାମ ତଳବାରୁଡ଼ା ସାହିର ଅଭିଯୁକ୍ତ ଦିଲ୍ଲୀପ କୁମାର ମହାକୁଡ଼(୨୧)କୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ପ୍ରକାଶ ଯେ, ଅଭିଯୁକ୍ତ ବିଜୟ କୁମାର ମହାକୁଡ଼ ଜଣେ ୧୬ ବର୍ଷିୟା ଆଦିବାସୀ ନାବାଳିକାଙ୍କୁ ୨୦୧୫ରେ ବାରମ୍ବାର ବଳାତ୍କାର କରି ୯ ମାସର ଗର୍ଭବତୀ କରିଥିଲେ। ନାବାଳିକାଙ୍କ ପରିବାର ଲୋକ ଏହା […] The post ନାବାଳିକାଙ୍କୁ ବଳାତ୍କାର କରି ୯ ମାସର ଗର୍ଭବତୀ କରିଥିଲେ ଯୁବକ, ଏବେ ଭୋଗିବେ ଆଜୀବନ କାରାଦଣ୍ଡ appeared first on Dharitri Odia News.

ନାବାଳିକାଙ୍କୁ ବଳାତ୍କାର କରି ୯ ମାସର ଗର୍ଭବତୀ କରିଥିଲେ ଯୁବକ, ଏବେ ଭୋଗିବେ ଆଜୀବନ କାରାଦଣ୍ଡ

କେନ୍ଦୁଝର,୪ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ ଟ୍ରାକ୍‌ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି କାଞ୍ଜିପାଣି ଥାନା ଅନ୍ତର୍ଗତ ଜନ୍ତାରୀ ଗ୍ରାମ ତଳବାରୁଡ଼ା ସାହିର ଅଭିଯୁକ୍ତ ଦିଲ୍ଲୀପ କୁମାର ମହାକୁଡ଼(୨୧)କୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ପ୍ରକାଶ ଯେ, ଅଭିଯୁକ୍ତ ବିଜୟ କୁମାର ମହାକୁଡ଼ ଜଣେ ୧୬ ବର୍ଷିୟା ଆଦିବାସୀ ନାବାଳିକାଙ୍କୁ ୨୦୧୫ରେ ବାରମ୍ବାର ବଳାତ୍କାର କରି ୯ ମାସର ଗର୍ଭବତୀ କରିଥିଲେ। ନାବାଳିକାଙ୍କ ପରିବାର ଲୋକ ଏହା ଜାଣିବା ପରେ ତା-୨୫ା୪ା୨୦୧୫ରେ ପୀଡ଼ିତାଙ୍କ ପରିବାର ଲୋକେ ଅଭିଯୁକ୍ତ ଘରେ ଛାଡ଼ିବାକୁ ଯାଇଥିଲେ। ସେଠାରେ ଆସାମୀଙ୍କ କକା ଗୋବିନ୍ଦ ମହାକୁଡ଼ ପୀଡ଼ତାଙ୍କୁ ମାର୍‌ପିଟ୍‌ କରି ଓ ଧମକ ଦେଇ ବାହାର କରି ଦେଇଥିଲେ। ଏଥିନିମନ୍ତେ ପୀଡ଼ିତା କାଞ୍ଜିପାଣି ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ତା ୨୮ା୪ା୨୦୧୫ ରିଖରେ କାଞ୍ଜିପାଣି ଥାନା କେସ୍‌ ନଂ ୧୩/୧୫ ରେ ମୋକଦ୍ଦମା ରୁଜୁ କରି ଦଫା ୩୨୩/୫୦୬ରେ ଆସାମୀ ଗୋବିନ୍ଦ ଓ ୩୨୩/୫୦୬/୩୭୬(୨)(i) ଏବଂ ୬ ପକ୍ସୋ ଓ ଏସ୍‌ସି ଆଣ୍ଡ ଏସ୍‌ଟି ପିଏ ଆକ୍ଟ ଦଫା ୩(୨) (v) ରେ ଅଭିଯୁକ୍ତଙ୍କୁ ୨୯ା୪ା୨୦୧୫ ରେ କୋର୍ଟ ଚାଲାଣ କରିଥିଲେ । ଫାଷ୍ଟଟ୍ରାକ୍‌ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ୧୬ଜଣ ସାକ୍ଷ୍ୟ ବୟାନକୁ ଭିତ୍ତି କରି ଗୋବିନ୍ଦଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ସହ ମୁଖ୍ୟ ଅଭିଯୁକ୍ତ ଦିଲ୍ଲୀପ ମହାକୁଡ଼ଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫୦ ହଜାର ଟଙ୍କା ଜରିମାନା ଓ ଅନାଦେୟ ଏକବର୍ଷ ଅଧିକ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ପୀଡ଼ିତାକୁ ୮ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ ନିମନ୍ତେ ଜିଲା ଆଇନସେବା ପ୍ରାଧିକରଣକୁ ସୁପାରିସ କରିଛନ୍ତି। ସରକାରଙ୍କ ତରଫରୁ ସ୍ବତନ୍ତ୍ର ପିପି ଜ୍ଞାନେନ୍ଦ୍ର ନାଥ ଜେନା କେସ୍‌ ପରିଚାଳନା କରୁଥିଲେ।

The post ନାବାଳିକାଙ୍କୁ ବଳାତ୍କାର କରି ୯ ମାସର ଗର୍ଭବତୀ କରିଥିଲେ ଯୁବକ, ଏବେ ଭୋଗିବେ ଆଜୀବନ କାରାଦଣ୍ଡ appeared first on Dharitri Odia News.