ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ
କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଦଶୀପୁର ପଞ୍ଚାୟତରେ ମଣ୍ଡଳ ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପରଜଙ୍ଗ ଭାଜପା ବିଧାୟକ ପ୍ରାର୍ଥୀ ବିଭୂତି ଭୂଷଣ ପ୍ରଧାନ ଯୋଗ ଦେଇଥିଲେ। ଏହି ଅବସରରେ ଯୁବନେତା ରାଜେଶ ଦେହୁରୀଙ୍କ ନେତୃତ୍ୱରେ ଦଶୀପୁର ପଞ୍ଚାୟତର ବିଭିନ୍ନ ଗ୍ରାମରୁ ୨୦୦ରୁ ଊଦ୍ଧର୍ବ କର୍ମୀ ଅନ୍ୟ ଦଳ […] The post ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ appeared first on Dharitri Odia News.
କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଦଶୀପୁର ପଞ୍ଚାୟତରେ ମଣ୍ଡଳ ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପରଜଙ୍ଗ ଭାଜପା ବିଧାୟକ ପ୍ରାର୍ଥୀ ବିଭୂତି ଭୂଷଣ ପ୍ରଧାନ ଯୋଗ ଦେଇଥିଲେ। ଏହି ଅବସରରେ ଯୁବନେତା ରାଜେଶ ଦେହୁରୀଙ୍କ ନେତୃତ୍ୱରେ ଦଶୀପୁର ପଞ୍ଚାୟତର ବିଭିନ୍ନ ଗ୍ରାମରୁ ୨୦୦ରୁ ଊଦ୍ଧର୍ବ କର୍ମୀ ଅନ୍ୟ ଦଳ ଛାଡି ଭାଜପାରେ ସାମିଲ ହୋଇଥିଲେ। ସେହିପରି କଣ୍ଟାପାଳ ପଞ୍ଚାୟତରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ କାର୍ତ୍ତିକ ସାହୁଙ୍କ ନେତୃତ୍ୱରେ ଅନ୍ୟ ଦଳର ୩୦୦ରୁ ଊଦ୍ଧର୍ବ କର୍ମକର୍ତ୍ତା ବିଧାୟକ ପ୍ରାର୍ଥୀ ବିଭୂତି ପ୍ରଧାନଙ୍କ ଉପସ୍ଥିତରେ ଦଳରେ ସାମିଲ ହୋଇଥିଲେ। ସେହିପରି ବିରିବୋଲେଇ ପଞ୍ଚାୟତ କାର୍ଯ୍ୟକର୍ତ୍ତା ସମ୍ମିଳନୀ ବିରିବୋଲେଇ ଗ୍ରାମଠାରେ ମଣ୍ଡଳ ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଅନ୍ୟ ଦଳର ୫୦ରୁ ଊଦ୍ଧର୍ବ କର୍ମୀ ଭାଜପାରେ ସାମିଲ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାସବିହାରୀ ବେହେରା, ସନ୍ତୋଷ ସାହୁ, ପୂର୍ବତନ ସରପଞ୍ଚ ଜଗନ୍ନାଥ ଗଡ଼ନାୟକ, ଭରତ ଚନ୍ଦ୍ର ସାହୁ, ବାମ ସରପଞ୍ଚ ଫକୀର ଚରଣ ମହାନ୍ତ, ପଙ୍ଗାତିରା ସରପଞ୍ଚ କରୁଣାକର ସାହୁ, ଚାନ୍ଦପୁର ସରପଞ୍ଚ ସବିତା ସାହୁ, ଦଶୀପୁର ସରପଞ୍ଚ ସୁଧୀର ପାଳ ପ୍ରମୁଖ ଉପସ୍ଥିତ ଥିଲେ।
The post ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ appeared first on Dharitri Odia News.