ଦୁଇ ବାଇକ୍‌କୁ ପଛପଟୁ ପିଟିଲା ଟ୍ୟାଙ୍କର: ୨ ମୃତ, ଜଣେ ଗୁରୁତର

ରାୟଗଡ଼ା/ବିଷମକଟକ,୧୨ା୬(ଆଶିଷ ରଞ୍ଜନ ପଣ୍ଡା/ପ୍ରସନ୍ନ କୁମାର ପଣ୍ଡା): ଦୁଇଟି ବାଇକ୍‌କୁ ପଛପଟୁ ଟ୍ୟାଙ୍କର ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ରାୟଗଡ଼ା ଜିଲା ବିଷମକଟକ ଥାନା ଅନ୍ତର୍ଗତ ଭାତପୁର ପଞ୍ଚାୟତର ବୃନ୍ଦାବାଡ଼ି ନିକଟ ୩୨୬ ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା। ଟ୍ୟାଙ୍କର ଓ ବାଇକ୍‌ ଉଭୟ ରାୟଗଡ଼ା ଅଭିମୁଖେ ଯାଉଥିବା ବେଳେ ଟ୍ୟାଙ୍କରଟି ପଛପଟୁ ଦ୍ରୁତ ଗତିରେ ଆସି ଦୁଇ ବାଇକ୍‌କୁ ଧକ୍କା […] The post ଦୁଇ ବାଇକ୍‌କୁ ପଛପଟୁ ପିଟିଲା ଟ୍ୟାଙ୍କର: ୨ ମୃତ, ଜଣେ ଗୁରୁତର appeared first on Dharitri Odia News.

ଦୁଇ ବାଇକ୍‌କୁ ପଛପଟୁ ପିଟିଲା ଟ୍ୟାଙ୍କର: ୨ ମୃତ, ଜଣେ ଗୁରୁତର

ରାୟଗଡ଼ା/ବିଷମକଟକ,୧୨ା୬(ଆଶିଷ ରଞ୍ଜନ ପଣ୍ଡା/ପ୍ରସନ୍ନ କୁମାର ପଣ୍ଡା): ଦୁଇଟି ବାଇକ୍‌କୁ ପଛପଟୁ ଟ୍ୟାଙ୍କର ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ରାୟଗଡ଼ା ଜିଲା ବିଷମକଟକ ଥାନା ଅନ୍ତର୍ଗତ ଭାତପୁର ପଞ୍ଚାୟତର ବୃନ୍ଦାବାଡ଼ି ନିକଟ ୩୨୬ ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା। ଟ୍ୟାଙ୍କର ଓ ବାଇକ୍‌ ଉଭୟ ରାୟଗଡ଼ା ଅଭିମୁଖେ ଯାଉଥିବା ବେଳେ ଟ୍ୟାଙ୍କରଟି ପଛପଟୁ ଦ୍ରୁତ ଗତିରେ ଆସି ଦୁଇ ବାଇକ୍‌କୁ ଧକ୍କା ଦେଇଥିବା ସୂଚନା ମିଳିଛି। ମୃତ ଓ ଆହତଙ୍କ କୌଣସି ପରିଚୟ ମିଳି ନ ଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଜଣ ଗୁରୁତର ଆହତଙ୍କୁ ଉଦ୍ଧାର କରି ବିଷମକଟକ ମେଡିକାଲକୁ ପଠାଇ ତଦନ୍ତ ଆରମ୍ଭ କରିଛି। ମୃତ ଦୁଇ ଜଣଙ୍କ ମଧ୍ୟରୁ ଜଣେ ମହିଳା ରହିଛନ୍ତି। ଏନେଇ କାହାର ପ୍ରତିକ୍ରିୟା ମିଳିପାରିନାହିଁ।

The post ଦୁଇ ବାଇକ୍‌କୁ ପଛପଟୁ ପିଟିଲା ଟ୍ୟାଙ୍କର: ୨ ମୃତ, ଜଣେ ଗୁରୁତର appeared first on Dharitri Odia News.