ରବିବାରଠୁ ୧୧ ଦିନ ଯାଏଁ ଉପବାସରେ ପବନ କଲ୍ୟାଣ, ଲଡୁ ବିବାଦ ନେଇ ବଡ ଘୋଷଣା
ନୂଆଦିଲ୍ଲୀ ୨୨।୦୯; ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିରର ପ୍ରସାଦକୁ ନେଇ ବିବାଦ । ଏହି ପ୍ରସଙ୍ଗକୁ ନେଇ ଖୁବ୍ ଆଲୋଚନା ହେଉଛି। ଏଠାରେ ପ୍ରସାଦ ରୂପେ ଦିଆଯାଉଥିବା ଲଢ଼ୁରେ ପଶୁ ଚର୍ବି ଓ ମାଛ ତେଲ ମିଶୁଥିବା ନେଇ ଅଭିଯୋଗ ପରେ ଏହାକୁ ନେଇ ରାଜନୀତିରେ ଜୋର୍ ଧରିଛି। ସେପଟେ ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ୧୧ ଦିନ ଉପବାସ ପାଳନ କରିବା ନେଇ କହିଛନ୍ତି। ଏନେଇ ସେ ଏକ୍ସରେ ପୋଷ୍ଟ ସେୟାର କରି ଜଣାଇଛନ୍ତି । ଆଜି ଠାରୁ ୧୧ ଦିନ ଯାଏ ଉପବାସ ରହିବେ ପବନ କଲ୍ୟାଣ। ନାମ୍ବୁରର ଶ୍ରୀ ଦଶାବତାର ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ୧୧ ଦିନିଆ 'ପ୍ରାୟଶ୍ଚିତ ଦିକ୍ଷା' ଗ୍ରହଣ କରିବେ। ତିରୁପତି ପ୍ରସାଦମଙ୍କ ପ୍ରତି ହୋଇଥିବା ଅପମାନକୁ ନେଇ ସେ ଗଭୀର ଦଃଖ ପ୍ରକାଶ କରିଛନ୍ତି। କହିଛନ୍ତି ଯେ ଜଗନ୍ ମୋହନ ରେଡ୍ଡୀଙ୍କ ସରକାର ସମୟରେ ଘଟିଥିବା ଏହି ଘଟଣା ତାଙ୍କୁ ଆଘାତ ପହଞ୍ଚାଇଛି।हमारी संस्कृति, आस्था, विश्वास और श्रद्धा की धर्मधुरी, श्री तिरुपति बालाजी धाम के प्रसाद में, कुत्सित प्रयासों के तहत, जो अपवित्रता का, संचार करने की कोशिश की गई, उससे मैं व्यक्तिगत स्तर पर, अत्यंत मर्माहत हूँ, और सच कहूं तो, अंदर से अत्यंत छला गया, महसूस कर रहा हूँ। प्रभु…— Pawan Kalyan (@PawanKalyan) September 21, 2024ପବ
ନୂଆଦିଲ୍ଲୀ ୨୨।୦୯; ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିରର ପ୍ରସାଦକୁ ନେଇ ବିବାଦ । ଏହି ପ୍ରସଙ୍ଗକୁ ନେଇ ଖୁବ୍ ଆଲୋଚନା ହେଉଛି। ଏଠାରେ ପ୍ରସାଦ ରୂପେ ଦିଆଯାଉଥିବା ଲଢ଼ୁରେ ପଶୁ ଚର୍ବି ଓ ମାଛ ତେଲ ମିଶୁଥିବା ନେଇ ଅଭିଯୋଗ ପରେ ଏହାକୁ ନେଇ ରାଜନୀତିରେ ଜୋର୍ ଧରିଛି। ସେପଟେ ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ୧୧ ଦିନ ଉପବାସ ପାଳନ କରିବା ନେଇ କହିଛନ୍ତି। ଏନେଇ ସେ ଏକ୍ସରେ ପୋଷ୍ଟ ସେୟାର କରି ଜଣାଇଛନ୍ତି । ଆଜି ଠାରୁ ୧୧ ଦିନ ଯାଏ ଉପବାସ ରହିବେ ପବନ କଲ୍ୟାଣ। ନାମ୍ବୁରର ଶ୍ରୀ ଦଶାବତାର ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ୧୧ ଦିନିଆ 'ପ୍ରାୟଶ୍ଚିତ ଦିକ୍ଷା' ଗ୍ରହଣ କରିବେ। ତିରୁପତି ପ୍ରସାଦମଙ୍କ ପ୍ରତି ହୋଇଥିବା ଅପମାନକୁ ନେଇ ସେ ଗଭୀର ଦଃଖ ପ୍ରକାଶ କରିଛନ୍ତି। କହିଛନ୍ତି ଯେ ଜଗନ୍ ମୋହନ ରେଡ୍ଡୀଙ୍କ ସରକାର ସମୟରେ ଘଟିଥିବା ଏହି ଘଟଣା ତାଙ୍କୁ ଆଘାତ ପହଞ୍ଚାଇଛି।
हमारी संस्कृति, आस्था, विश्वास और श्रद्धा की धर्मधुरी, श्री तिरुपति बालाजी धाम के प्रसाद में, कुत्सित प्रयासों के तहत, जो अपवित्रता का, संचार करने की कोशिश की गई, उससे मैं व्यक्तिगत स्तर पर, अत्यंत मर्माहत हूँ, और सच कहूं तो, अंदर से अत्यंत छला गया, महसूस कर रहा हूँ। प्रभु…— Pawan Kalyan (@PawanKalyan) September 21, 2024
ପବନ କଲ୍ୟାଣ୍ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି କହିଛନ୍ତି, ହେ ପ୍ରଭୁ ବାଲାଜୀ! ମୋତେ କ୍ଷମା କର। 'ବ୍ୟକ୍ତିଗତ ସ୍ତରରେ ଆମ ସଂସ୍କୃତି, ଆସ୍ଥା, ବିଶ୍ୱାସ ଏବଂ ସମ୍ମାନର କେନ୍ଦ୍ରସ୍ଥଳ ଶ୍ରୀ ତିରୁପତି ବାଲାଜୀ ଧାମଙ୍କ ପ୍ରସାଦକୁ ଭ୍ରଷ୍ଟ କରିବା ପାଇଁ କରାଯାଇଥିବା ମନ୍ଦ ଉଦ୍ୟମ ଦ୍ୱାରା ମୁଁ ଅତ୍ୟଧିକ ଯନ୍ତ୍ରଣା ଅନୁଭବ କରୁଛି। ସତ କହିବାକୁ ଗଲେ, ମୁଁ ଭିତରୁ ଅତ୍ୟଧିକ କ୍ଷତ ଅନୁଭବ କରୁଛି। ବର୍ତ୍ତମାନ, ଏହି ମୁହୂର୍ତ୍ତରେ, ମୁଁ ଭଗବାନଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛି, ପ୍ରାୟଶ୍ଚିତର ଶପଥ ନେଉଛି । ୧୧ ଦିନ ଉପବାସ କରିବାକୁ ଏକ ଧାର୍ମିକ ସଂକଳ୍ପ ନେଉଛି। ୧୧ ଦିନ ପରେ ମୁଁ ତିରୁପତି ଯାଇ ପ୍ରଭୁଙ୍କୁ ବ୍ୟକ୍ତିଗତ ଭାବରେ ଦେଖି କ୍ଷମା ପ୍ରାର୍ଥନା କରିବି ଏବଂ ତା’ପରେ ମୋର ପ୍ରାୟଶ୍ଚିତ କାର୍ଯ୍ୟ ଭଗବାନଙ୍କ ନିକଟରେ ସମାପ୍ତ ହେବ।'
ପୂର୍ବ YSR କଂଗ୍ରେସ ପାର୍ଟି ସରକାର କରିଥିବା ଅପରାଧର ପ୍ରାୟଶ୍ଚିତ ପାଇଁ ତାଙ୍କୁ ରୀତିମତ ଶୁଦ୍ଧତା କରିବାର କ୍ଷମତା ପ୍ରଦାନ କରିବାକୁ ସେ ଆରାଧ୍ୟାଙ୍କୁ ପ୍ରାର୍ଥନା କରିଥିଲେ। ଜନସେନା ପ୍ରତିଷ୍ଠାତା ପୱନ କଲ୍ୟାଣ ପ୍ରଶ୍ନ କରିଛନ୍ତି ଯେ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) କର୍ମଚାରୀ ଏବଂ ବୋର୍ଡ ସଦସ୍ୟମାନେ ଏହି ଅନିୟମିତତା ବିଷୟରେ କିପରି ଅଜଣା ରହିଲେ । ତିରୁପତି ଠାରେ ଅବସ୍ଥିତ ଶ୍ରୀ ଭେଙ୍କଟେଶ୍ଵର ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ TTD ଆନୁଷ୍ଠାନିକ ଭାବେ ଦାୟୀ ।