ଅସୁସ୍ଥ ଅଛନ୍ତି କି ଜୋ ବାଇଡେନ୍? ବେଳାଭୂମିରେ ଚାଲୁଥିବାବେଳେ ହରାଇ ବସିଲେ ନିୟନ୍ତ୍ରଣ

ନୂଆଦିଲ୍ଲୀ ୧୨/୧୧: ଅସୁସ୍ଥ ଅଛନ୍ତି କି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଚାଲୁ ଚାଲୁ ଝୁଣ୍ଟିପଡୁଛନ୍ତି ସେ । ଭାଇରାଲ ହେଉଛି ତାଙ୍କ ବିଚ୍ ବୁଲା ବେଳର ଦୃଶ୍ୟ । ଆଉ ସେ ପଡିଯିବା ପୂର୍ବରୁ ତାଙ୍କ ହାତ ଧରିଦେଇଥିଲେ ତାଙ୍କ ପତ୍ନୀ । ଥରେ କି ଦୁଇ ଥର ନୁହେଁ ବାରମ୍ୱାର ଏମିତି ହେଲାଣି । ସୂଚନା ଥାଉକି, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ପତ୍ନୀଙ୍କ ସହ ବେଳାଭୂମିରେ ବୁଲୁଥିଲେ । ଏହି ସମୟରେ ସେ ଠିକ୍ ଭାବେ ଚାଲି ପାରୁନଥିବା ଦେଖିବାକୁ ମିଳିଥିଲେ । ଡେଲାୱେର ପ୍ରଦେଶର ରେହୋବୋଥ୍‌ଠାରେ ଆମେରିକା ରାଷ୍ଟ୍ରପତି ଚାଲୁଥିବାବେଳେ ଝୁଙ୍କି ପଡୁଥିବାଭଳି ନଜର ଆସିଥିଲେ । Biden is currently battling the sand at his beach house in Delaware.(The sand is winning) pic.twitter.com/iLu459fStD— RNC Research (@RNCResearch) November 10, 2024ଏହି ସମୟରେ କାଳେ ସେ ପଡିଯିବା ଆଶଙ୍କା କରି ତାଙ୍କ ସହଧର୍ମିଣୀ ଜିଲ୍ ବାିଡେନ୍ ରାଷ୍ଟ୍ରପତିଙ୍କ ହାତ ଧରି ପକାଇଥିଲେ ।  ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଥେବେ ବାଇଡେନଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଆରମ୍ଭ ହୋଇଛି  ଚର୍ଚ୍ଚା । ତେବେ ଏ ପ୍ରସଙ୍ଗ ନୂା ନୁହେଁ କାରଣ, ପୂର୍ବରୁ ମଧ୍ୟ ଅନେକ ସମୟରେ ବାଇଡେନ୍‌ ନିଜର ସନ୍ତୁଳନ ରଖିପାରୁନଥିବାର ଭିଡିଓ ସାମ୍ନାକୁ ଆସିଛି । ଏମିତିକି  

ଅସୁସ୍ଥ ଅଛନ୍ତି କି ଜୋ ବାଇଡେନ୍? ବେଳାଭୂମିରେ ଚାଲୁଥିବାବେଳେ ହରାଇ ବସିଲେ ନିୟନ୍ତ୍ରଣ

ନୂଆଦିଲ୍ଲୀ ୧୨/୧୧: ଅସୁସ୍ଥ ଅଛନ୍ତି କି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଚାଲୁ ଚାଲୁ ଝୁଣ୍ଟିପଡୁଛନ୍ତି ସେ । ଭାଇରାଲ ହେଉଛି ତାଙ୍କ ବିଚ୍ ବୁଲା ବେଳର ଦୃଶ୍ୟ । ଆଉ ସେ ପଡିଯିବା ପୂର୍ବରୁ ତାଙ୍କ ହାତ ଧରିଦେଇଥିଲେ ତାଙ୍କ ପତ୍ନୀ । ଥରେ କି ଦୁଇ ଥର ନୁହେଁ ବାରମ୍ୱାର ଏମିତି ହେଲାଣି । 

ସୂଚନା ଥାଉକି, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ପତ୍ନୀଙ୍କ ସହ ବେଳାଭୂମିରେ ବୁଲୁଥିଲେ । ଏହି ସମୟରେ ସେ ଠିକ୍ ଭାବେ ଚାଲି ପାରୁନଥିବା ଦେଖିବାକୁ ମିଳିଥିଲେ । ଡେଲାୱେର ପ୍ରଦେଶର ରେହୋବୋଥ୍‌ଠାରେ ଆମେରିକା ରାଷ୍ଟ୍ରପତି ଚାଲୁଥିବାବେଳେ ଝୁଙ୍କି ପଡୁଥିବାଭଳି ନଜର ଆସିଥିଲେ । 


ଏହି ସମୟରେ କାଳେ ସେ ପଡିଯିବା ଆଶଙ୍କା କରି ତାଙ୍କ ସହଧର୍ମିଣୀ ଜିଲ୍ ବାିଡେନ୍ ରାଷ୍ଟ୍ରପତିଙ୍କ ହାତ ଧରି ପକାଇଥିଲେ ।  ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଥେବେ ବାଇଡେନଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଆରମ୍ଭ ହୋଇଛି  ଚର୍ଚ୍ଚା । 

ତେବେ ଏ ପ୍ରସଙ୍ଗ ନୂା ନୁହେଁ କାରଣ, ପୂର୍ବରୁ ମଧ୍ୟ ଅନେକ ସମୟରେ ବାଇଡେନ୍‌ ନିଜର ସନ୍ତୁଳନ ରଖିପାରୁନଥିବାର ଭିଡିଓ ସାମ୍ନାକୁ ଆସିଛି । ଏମିତିକି  ନିର୍ବାଚନ ପ୍ରଚାର ସମୟରେ ମଧ୍ୟ ବାଇଡେନଙ୍କ ଏପରି ଅବସ୍ଥା ଦେଖିବାକୁ ମିଳିଥିଲା । ଏହା ପରେ ଆରମ୍ଭ ହୋଇଛି ଚର୍ଚ୍ଚା ଜୋରଦାର । ଅନେକ କହୁଛନ୍ତି ବୋଧ୍‌ହୁଏ ଜୋ ବାଇଡେନଙ୍କ ଶରୀର ତାଙ୍କୁ ସାଥ୍ ଦେଉନି ।