ଡ୍ରେନ୍‌ ଭିତରୁ ମିଳିଲା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗିଥିବା ସନ୍ଦେହ

ଭୁବନେଶ୍ୱର ୦୨।୦୬ : ଡ୍ରେନ୍‌ ଭିତରୁ ମୃତଦେହ ଠାବ । ମୃତକଙ୍କ ବୟସ ୩୦ରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ସନ୍ଦେହ । ଘଟଣାସ୍ଥଳରେ ଭରତପୁର ଥାନା ପୋଲିସ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି । ଖବର ଅନୁଯାୟୀ, ଭୁବନେଶ୍ୱର ନାକା ଗେଟ୍‌ ନିକଟରେ ଥିବା ଏକ ଡ୍ରେନ୍‌ ଭିତରେ ଜଣେ ଯୁବକଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ଏହାପରେ ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ତେବେ ମୃତକଙ୍କ ବୟସ ୩୦ରୁ ୩୫ ବର୍ଷ ହୋଇଥିବା ବେଳେ କେହି ହତ୍ୟା କରି ଫିଙ୍ଗିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଭରତପୁର ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ପୋଲିସର ପ୍ରାଥମିକ ତଦନ୍ତ ରିପୋର୍ଟ ପରେ ହତ୍ୟା କି ଆଉ କଣ ? ତାହା ସ୍ପଷ୍ଟ ହେବ । 

ଡ୍ରେନ୍‌ ଭିତରୁ ମିଳିଲା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗିଥିବା ସନ୍ଦେହ

ଭୁବନେଶ୍ୱର ୦୨।୦୬ : ଡ୍ରେନ୍‌ ଭିତରୁ ମୃତଦେହ ଠାବ । ମୃତକଙ୍କ ବୟସ ୩୦ରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ସନ୍ଦେହ । ଘଟଣାସ୍ଥଳରେ ଭରତପୁର ଥାନା ପୋଲିସ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି । 

ଖବର ଅନୁଯାୟୀ, ଭୁବନେଶ୍ୱର ନାକା ଗେଟ୍‌ ନିକଟରେ ଥିବା ଏକ ଡ୍ରେନ୍‌ ଭିତରେ ଜଣେ ଯୁବକଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ଏହାପରେ ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । 

ତେବେ ମୃତକଙ୍କ ବୟସ ୩୦ରୁ ୩୫ ବର୍ଷ ହୋଇଥିବା ବେଳେ କେହି ହତ୍ୟା କରି ଫିଙ୍ଗିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଭରତପୁର ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ପୋଲିସର ପ୍ରାଥମିକ ତଦନ୍ତ ରିପୋର୍ଟ ପରେ ହତ୍ୟା କି ଆଉ କଣ ? ତାହା ସ୍ପଷ୍ଟ ହେବ ।