ସଂପୂର୍ଣ୍ଣ ଫିଟ୍ ହୋଇ ନାହାନ୍ତି ମହମ୍ମଦ ଶାମି, ପ୍ରତ୍ୟାବର୍ତ୍ତନକୁ ନେଇ ଦେଲେ ବଡ଼ ଅପଡେଟ୍...

ନୂଆଦିଲ୍ଲୀ: ଭାରତୀୟ ଦଳର ଅନୁଭବୀ ଦ୍ରୁତ ବୋଲର ମହମ୍ମଦ ଶାମି ଭାରତୀୟ ଦଳରେ ନିଜର ପ୍ରତ୍ୟାବର୍ତ୍ତନକୁ ନେଇ ବଡ଼ ସୂଚନା ଦେଇଛନ୍ତି। ଗତ କିଛି ସପ୍ତାହରେ ଅନେକ ଖବର ସାମ୍ନାକୁ ଆସିଥିଲା ଯେ ମହମ୍ମଦ ଶାମି ଆସନ୍ତା ମାସରେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଦଳକୁ ପ୍ରତ୍ୟାବର୍ତ୍ତନ କରି ପାରନ୍ତି। ତେବେ ଶାମିଙ୍କ କହିବା କଥା ଯେ ପର୍ଯ୍ୟନ୍ତ ସେ ସଂପୂର୍ଣ୍ଣ ଫିଟ୍ ହୋଇ ନାହାନ୍ତି ସେ ପର୍ଯ୍ୟନ୍ତ ସେ ପଡ଼ିଆକୁ ଫେରିବେ ନାହିଁ।  ପଡ଼ିଆକୁ ଫେରିବା ବିଷୟରେ କୌଣସି ଚିନ୍ତା କରି ନାହାନ୍ତି ବୋଲି ସାମି କହିଛନ୍ତି।Also read: ହରିଶ ସାଲଭେଙ୍କ ବଡ଼ ଦାବି, କ୍ରୀଡ଼ା କୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବାକୁ ଚାହିଁ ନ ଥିଲେ ଭିନେଶ ଫୋଗାଟ୍ମହମ୍ମଦ ଶାମି ଗତ ବର୍ଷ ଦିନିକିଆ ବିଶ୍ଵକପ୍ ୨୦୨୩ରେ ଆହତ ହେବା ପରଠୁ ଭାରତୀୟ ଦଳରୁ ବାହାରେ ଅଛନ୍ତି। ଆଘାତ କାରଣରୁ ତାଙ୍କ ଗୋଇଠିରେ ଅସ୍ତ୍ରୋପଚାର ହୋଇଥିଲା। ସୁସ୍ଥ ହେବା ପରେ ନିକଟରେ ସେ ନେଟ୍ସରେ ଅଭ୍ୟାସ୍ ଆରମ୍ଭ କରିଛନ୍ତି। ମାତ୍ର ତାଙ୍କର ପ୍ରତ୍ୟାବର୍ତ୍ତନ ନେଇ କୌଣସି ସୂଚନା ଦେଇ ନାହିଁ ବିସିସିଆଇ। ଶାମି ବେଙ୍ଗାଲୁରୁରେ ଏନସିଏରେ ଛୋଟ ରନଅପ୍ ଜରିଆରେ ବୋଲିଂ କରୁଥିବା ଦେଖିବାକୁ ମିଳିଛି। ଶାମି କହିଛନ୍ତି, ଯେତେ ଶୀଘ୍ର ସମ୍ଭବ ମୁଁ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରୁଛି। ମୁଁ ସୁନିଶ୍ଚିତ କରିବାକୁ ଚାହୁଁଛି ଯେ, ଯେବେ ମୁଁ ପଡ଼ିଆକୁ ଫେରି

ସଂପୂର୍ଣ୍ଣ ଫିଟ୍ ହୋଇ ନାହାନ୍ତି ମହମ୍ମଦ ଶାମି, ପ୍ରତ୍ୟାବର୍ତ୍ତନକୁ ନେଇ ଦେଲେ ବଡ଼ ଅପଡେଟ୍...

ନୂଆଦିଲ୍ଲୀ: ଭାରତୀୟ ଦଳର ଅନୁଭବୀ ଦ୍ରୁତ ବୋଲର ମହମ୍ମଦ ଶାମି ଭାରତୀୟ ଦଳରେ ନିଜର ପ୍ରତ୍ୟାବର୍ତ୍ତନକୁ ନେଇ ବଡ଼ ସୂଚନା ଦେଇଛନ୍ତି। ଗତ କିଛି ସପ୍ତାହରେ ଅନେକ ଖବର ସାମ୍ନାକୁ ଆସିଥିଲା ଯେ ମହମ୍ମଦ ଶାମି ଆସନ୍ତା ମାସରେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଦଳକୁ ପ୍ରତ୍ୟାବର୍ତ୍ତନ କରି ପାରନ୍ତି। ତେବେ ଶାମିଙ୍କ କହିବା କଥା ଯେ ପର୍ଯ୍ୟନ୍ତ ସେ ସଂପୂର୍ଣ୍ଣ ଫିଟ୍ ହୋଇ ନାହାନ୍ତି ସେ ପର୍ଯ୍ୟନ୍ତ ସେ ପଡ଼ିଆକୁ ଫେରିବେ ନାହିଁ।  ପଡ଼ିଆକୁ ଫେରିବା ବିଷୟରେ କୌଣସି ଚିନ୍ତା କରି ନାହାନ୍ତି ବୋଲି ସାମି କହିଛନ୍ତି।

Also read: ହରିଶ ସାଲଭେଙ୍କ ବଡ଼ ଦାବି, କ୍ରୀଡ଼ା କୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବାକୁ ଚାହିଁ ନ ଥିଲେ ଭିନେଶ ଫୋଗାଟ୍

ମହମ୍ମଦ ଶାମି ଗତ ବର୍ଷ ଦିନିକିଆ ବିଶ୍ଵକପ୍ ୨୦୨୩ରେ ଆହତ ହେବା ପରଠୁ ଭାରତୀୟ ଦଳରୁ ବାହାରେ ଅଛନ୍ତି। ଆଘାତ କାରଣରୁ ତାଙ୍କ ଗୋଇଠିରେ ଅସ୍ତ୍ରୋପଚାର ହୋଇଥିଲା। ସୁସ୍ଥ ହେବା ପରେ ନିକଟରେ ସେ ନେଟ୍ସରେ ଅଭ୍ୟାସ୍ ଆରମ୍ଭ କରିଛନ୍ତି। ମାତ୍ର ତାଙ୍କର ପ୍ରତ୍ୟାବର୍ତ୍ତନ ନେଇ କୌଣସି ସୂଚନା ଦେଇ ନାହିଁ ବିସିସିଆଇ। ଶାମି ବେଙ୍ଗାଲୁରୁରେ ଏନସିଏରେ ଛୋଟ ରନଅପ୍ ଜରିଆରେ ବୋଲିଂ କରୁଥିବା ଦେଖିବାକୁ ମିଳିଛି। 

ଶାମି କହିଛନ୍ତି, ଯେତେ ଶୀଘ୍ର ସମ୍ଭବ ମୁଁ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରୁଛି। ମୁଁ ସୁନିଶ୍ଚିତ କରିବାକୁ ଚାହୁଁଛି ଯେ, ଯେବେ ମୁଁ ପଡ଼ିଆକୁ ଫେରିବି ମୋ ମନରେ ଫିଟନେସ୍‌କୁ ନେଇ ତିଳେ ବି ସନ୍ଦେହ ନ ଥିବ। ଏହା ହିଁ ମୋ ପାଇଁ ଉଚିତ୍ ରହିବ ଏବଂ ଆହତ ହେବାର ସମ୍ଭାବନା ସେତେ କମ ରହିବ। ଏଥିପାଇଁ କିଛି ଫରକ ପଡୁନି ଯେ, ବାଂଲାଦେଶ, ନ୍ୟୁଜିଲାଣ୍ଡ କିମ୍ବା ଅଷ୍ଟ୍ରେଲିଆ ସିରିଜ୍‌ ପାଇଁ ମୁଁ ଫେରିବି କି ନାହିଁ। ମୁଁ ଆରମ୍ଭରୁ ହିଁ ଅଭ୍ୟାସ୍ ଆରମ୍ଭ କରି ଦେଇଛି। ଯେ ପର୍ଯ୍ୟନ୍ତ ମୁଁ ଶତ ପ୍ରତିଶତ ଫିଟ୍ ଅନୁଭବ କରିନି, ସେ ପର୍ଯ୍ୟନ୍ତ ମୁଁ ପଡ଼ିଆକୁ ଫେରିବାକୁ ଉଚିତ୍ ମଣିବିନି।