ବିଶ୍ୱ ସୁନ୍ଦରୀଙ୍କୁ କେତେ ମିଳେ ପ୍ରାଇସ୍, ହୀରାରେ ଖଚିତ୍ ମୁକୁଟର ଦାମ୍ କେତେ?

ନୂଆଦିଲ୍ଲୀ ୧୪/୦୩: ବ୍ୟୁଟି ପିଜେଣ୍ଟ । ସାରା ଦୁନିଆରେ ରହିଛି ଖାସ୍ କ୍ରେଜ୍ । ପ୍ରତିବର୍ଷ ସାମିଲ ହୁଅନ୍ତି ଲକ୍ଷ ଲକ୍ଷ ପ୍ରତିଯୋଗୀ । ରାମ୍ପରେ ଦେଖାନ୍ତି ସୌନ୍ଦର୍ଯ୍ୟ । ଶେଷରେ ସମସ୍ତଙ୍କୁ ପଛରେ ଜଣେ ମାରନ୍ତି ବାଜି । ଚଳିତବର୍ଷ ବି ବିଶ୍ୱ ସୁନ୍ଦରୀ ବନିଛନ୍ତି ଚେକ୍ ରିପବ୍ଲିକର କ୍ରିଷ୍ଟିନା ପାଇସ୍କୋଭା । ମୁମ୍ବାଇରେ ଚମକିଛନ୍ତି ଏହି ବିଶ୍ୱ ସୁନ୍ଦରୀ। ହାସଲ କରିଛନ୍ତି ୭୧ତମ ମିସ୍ ୱାର୍ଲ୍ଡ ଟାଇଟାଲ୍ । ୨୪ ବର୍ଷିୟା ଆଇନ ଛାତ୍ରୀ ଜିତିଛନ୍ତି ମିସ୍ ୱାର୍ଲ୍ଡ ମୁକୁଟ । ତେବେ ଜାଣିଛନ୍ତି ବିଶ୍ୱ ସୁନ୍ଦରୀ ବିଜେତାଙ୍କୁ କେତେ ମିଳେ କ୍ୟାସ୍ ପ୍ରାଇଜ୍? ହାତେଇଥିବା ସେହି ହୀରାର ମୁକୁଟର ଦାମ କେତେ? ଆସନ୍ତୁ ଜାଣିବା ପୂରା ଘଟଣା । ମାର୍ଚ୍ଚ ୯, ୨୦୨୪ । ଅନୁଷ୍ଠିତ ହୋଇଥିଲା ମିସ୍ ଓ୍ୱାର୍ଲ୍ଡର ଫିନାଲେ । ଏ ବର୍ଷର ବିଶ୍ୱ ସୁନ୍ଦରୀ ହୋଇଛନ୍ତି  କ୍ରିଷ୍ଟିନା ପାଇସ୍କୋଭା । ଖାଲି ଟାଇଟଲ ହାତେଇନାହାଁନ୍ତି ତ ତାଙ୍କୁ ମିଳିବ ସାରା ଦୁନିଆରେ ଖୁସି । କହିବାକୁ ଗଲେ ସଂସ୍ଥା ତରଫରୁ ମାନବୀୟ ସହାୟତା, ମେଡିକାଲ ଏବଂ ପରିବେଶ ସମ୍ୱନ୍ଧ, ଚାରିଟେବୁଲ ଟ୍ରଷ୍ଟର ହୋଇଥାନ୍ତି ବ୍ରାଣ୍ଡ ଆମ୍ୱାସଡର । ଗୋଟିଏ ବର୍ଷର କାର୍ଯ୍ୟକାଳ ଭିତରେ ଅନେକ ଦେଶ ବୁଲିବାର ପାଇଥାନ୍ତି ସୌଭାଗ୍ୟ । ଖାଲି ବୁଲନ୍ତିନି ତ ଶାନ୍ତି ସଦ୍‌ଭାବନାର ସନ୍ଦେଶ ବି ବାଣ୍ଟିଥାନ୍ତି । ବିଶ୍ୱ ସୁନ୍ଦରୀ ଟାଇଟଲ ହାତେଇବା ସହ ଦିଆଯାଇଥାଏ ୧୦ ଲକ୍ଷ ଡଲାର୍ । ଯାହାକି

ବିଶ୍ୱ ସୁନ୍ଦରୀଙ୍କୁ କେତେ ମିଳେ ପ୍ରାଇସ୍, ହୀରାରେ ଖଚିତ୍ ମୁକୁଟର ଦାମ୍ କେତେ?

ନୂଆଦିଲ୍ଲୀ ୧୪/୦୩: ବ୍ୟୁଟି ପିଜେଣ୍ଟ । ସାରା ଦୁନିଆରେ ରହିଛି ଖାସ୍ କ୍ରେଜ୍ । ପ୍ରତିବର୍ଷ ସାମିଲ ହୁଅନ୍ତି ଲକ୍ଷ ଲକ୍ଷ ପ୍ରତିଯୋଗୀ । ରାମ୍ପରେ ଦେଖାନ୍ତି ସୌନ୍ଦର୍ଯ୍ୟ । ଶେଷରେ ସମସ୍ତଙ୍କୁ ପଛରେ ଜଣେ ମାରନ୍ତି ବାଜି । ଚଳିତବର୍ଷ ବି ବିଶ୍ୱ ସୁନ୍ଦରୀ ବନିଛନ୍ତି ଚେକ୍ ରିପବ୍ଲିକର କ୍ରିଷ୍ଟିନା ପାଇସ୍କୋଭା । ମୁମ୍ବାଇରେ ଚମକିଛନ୍ତି ଏହି ବିଶ୍ୱ ସୁନ୍ଦରୀ। ହାସଲ କରିଛନ୍ତି ୭୧ତମ ମିସ୍ ୱାର୍ଲ୍ଡ ଟାଇଟାଲ୍ । ୨୪ ବର୍ଷିୟା ଆଇନ ଛାତ୍ରୀ ଜିତିଛନ୍ତି ମିସ୍ ୱାର୍ଲ୍ଡ ମୁକୁଟ । ତେବେ ଜାଣିଛନ୍ତି ବିଶ୍ୱ ସୁନ୍ଦରୀ ବିଜେତାଙ୍କୁ କେତେ ମିଳେ କ୍ୟାସ୍ ପ୍ରାଇଜ୍? ହାତେଇଥିବା ସେହି ହୀରାର ମୁକୁଟର ଦାମ କେତେ? ଆସନ୍ତୁ ଜାଣିବା ପୂରା ଘଟଣା । 


ମାର୍ଚ୍ଚ ୯, ୨୦୨୪ । ଅନୁଷ୍ଠିତ ହୋଇଥିଲା ମିସ୍ ଓ୍ୱାର୍ଲ୍ଡର ଫିନାଲେ । ଏ ବର୍ଷର ବିଶ୍ୱ ସୁନ୍ଦରୀ ହୋଇଛନ୍ତି  କ୍ରିଷ୍ଟିନା ପାଇସ୍କୋଭା । ଖାଲି ଟାଇଟଲ ହାତେଇନାହାଁନ୍ତି ତ ତାଙ୍କୁ ମିଳିବ ସାରା ଦୁନିଆରେ ଖୁସି । କହିବାକୁ ଗଲେ ସଂସ୍ଥା ତରଫରୁ ମାନବୀୟ ସହାୟତା, ମେଡିକାଲ ଏବଂ ପରିବେଶ ସମ୍ୱନ୍ଧ, ଚାରିଟେବୁଲ ଟ୍ରଷ୍ଟର ହୋଇଥାନ୍ତି ବ୍ରାଣ୍ଡ ଆମ୍ୱାସଡର । ଗୋଟିଏ ବର୍ଷର କାର୍ଯ୍ୟକାଳ ଭିତରେ ଅନେକ ଦେଶ ବୁଲିବାର ପାଇଥାନ୍ତି ସୌଭାଗ୍ୟ । ଖାଲି ବୁଲନ୍ତିନି ତ ଶାନ୍ତି ସଦ୍‌ଭାବନାର ସନ୍ଦେଶ ବି ବାଣ୍ଟିଥାନ୍ତି । 


ବିଶ୍ୱ ସୁନ୍ଦରୀ ଟାଇଟଲ ହାତେଇବା ସହ ଦିଆଯାଇଥାଏ ୧୦ ଲକ୍ଷ ଡଲାର୍ । ଯାହାକି ନିଜ ଜୀବନ ଉପଭୋଗ କରିବା ସହ ଅନେକ କାମ କରିବାରେ ହୋଇଥାଏ ସହାୟକ । ବିଶ୍ୱ ସୁନ୍ଦରୀ ଓ ବ୍ରହ୍ମାଣ୍ଡ ସୁନ୍ଦରୀ ହେଉଥିବା ମହିଳାଙ୍କୁ ମିଳିଥାଏ ହୀରା ଖଚିତ ମୁକୁଟ । କେବଳ ହୀରା ନୁହେଁ ମୁକୁଟରେ ଥାଏ ମୋତିର ଦାନା । ଯାହାକି ସଂପୂର୍ଣ୍ଣ ଖାସ୍ ବୋଲି ଚର୍ଚ୍ଚା ହୁଏ । ଜାପାନର କମ୍ପାନୀ 'Mikhimato' ଡିଜାଇନ କରିଥାଏ ଏହି ସୁନ୍ଦର ମୁକୁଟ । ତାଜ୍‌ରେ ୬ ସଫା ଲାଇନ୍‌ ଭିତରେ ରହିଥାଏ ନୀଳ ରଙ୍ଗର ଗ୍ଲୋବ । ଏହି ୬ ଲାଇନ୍‌ ବିଶ୍ୱରେ ଥିବା ମହାଦେଶକୁ କରେ ପ୍ରତିନିଧିତ୍ୱ । ହୀରା ଏବଂ ମୋତିରେ ପ୍ରସ୍ତୁତ ହୋଇଥାଏ ଏହି ୬ ଲାଇନ୍ । 


ସବୁଠୁ ଆଶ୍ଚର୍ଯ୍ୟର କଥା ତାଜ୍‌ର ଦାମ୍ ଶୁଣିଲେ ଆପଣ ବି ହୋଇଯିବେ ତାଜୁବ୍ । ଯାହାର ମୂଲ୍ୟ ୧ ଲକ୍ଷ ଡଲାର । ଅର୍ଥାତ୍ ଭାରତୀୟ ମୂଲ୍ୟ ହିସାବରେ ୮୨ ଲକ୍ଷ ୯୨ ହଜାର ୨୪୦ ଟଙ୍କା । ପ୍ରତିବର୍ଷ ବିଜୟୀ ପ୍ରତିଯୋଗିଙ୍କ ପାଖରେ ରହିଥାଏ ସେହି ମୁକୁଟ । ପରେ ଏହାର ପ୍ରତୀକ ସ୍ୱରୂପ ଗୋଟିଏ ଡମି ଦିଆଯାଇ ସେମାନଙ୍କୁଠାରୁ ଅଣାଯାଇ ଆଉ ଗୋଟିଏ ପ୍ରତିଯୋଗିଙ୍କୁ ମିଳେ ସେହି ସୁନ୍ଦରୀ ମୁକୁଟ । 


ବ୍ରହ୍ମାଣ୍ଡ ସୁନ୍ଦରୀଙ୍କ ମୁକୁଟରେ ବି ରହିଛି ସେମିତି ଖାସିୟତ । ଲେବନାନ ଏବଂ ସ୍ୱିଜରଲାଣ୍ଡର କମ୍ପାନୀ Mouaward ଡିଜାଇନ୍ କରିଥାଏ ଏହି ମୁକୁଟ । ତାଜ୍‌ ମଝିରେ ୬୨.୮୩ କ୍ୟାରେଟ୍‌ର ହୀରା ରହିଥାଏ । ଏହି ତାଜ୍‌ର ଦାମ୍ ବି ସେମିତି । ୫୦ ଲକ୍ଷ ଡଲାର ଏହି ତାଜ୍‌ର ଦାମ୍. ।