ବ୍ଲାକ ମେଲ୍ ପାଇଁ ନର୍ସଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ ଭଦ୍ରକ ସିଡିଏମ୍ଓ

ଭଦ୍ରକ ୧୭।୦୫ : ବ୍ଲାକ ମେଲ୍‌ ପାଇଁ ଟ୍ରେନ ସାମ୍ନାକୁ ନର୍ସ ଡେଇଁବା ଘଟଣା ।ଭଦ୍ରକ ସିଡିଏମ୍‌ଓ ସୁଧାଂଶୁ ଶେଖର ବଳ ଦେଲେ ଘଟଣାର ତଦନ୍ତ ନିର୍ଦ୍ଦେଶ । ଅଭିଯୋଗ ଆସିଥିବା ଡାକ୍ତର ଓ ଅନ୍ୟ ଦୁଇ ନର୍ସଙ୍କୁ ଯଥାଶୀଘ୍ର ଓ୍ୱାର୍ଡରୁ ବଦଳି କରାଯିବ । ତଦନ୍ତ ସରିବା ଯାଏଁ ଅନ୍ୟତ୍ର କାର୍ଯ୍ୟ କରିବେ ବୋଲି କୁହାଯାଇଛି । ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ନିୟୋଜିତ ଜଣେ ଷ୍ଟାଫ୍‌ ନର୍ସ ସନ୍ଧ୍ୟାରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ହେଲେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରିଛି ଜିଆରପି ପୋଲିସ। ସେପଟେ ଷ୍ଟାଫ୍ ନର୍ସଙ୍କ ସ୍ବାମୀ ଅଭିଯୋଗ କରିଛନ୍ତି, କିଛି ଦିନ ହେବ କିଛି ବ୍ୟକ୍ତିଗତ ଫଟୋକୁ ନେଇ ଡାକ୍ତର ଓ ନର୍ସ ବ୍ଲାକ୍‌ମେଲ୍‌ କରୁଥିଲେ। ଏହି ଅଭିଯୋଗରେ ସିଡିଏମ୍‌ଓ କହିଛନ୍ତି ଯେ, ଘଟଣାକୁ ନେଇ କୌଣସି ଅଧିକାରୀଙ୍କୁ ଅବଗତ କରିନଥିଲେ । ଶୁକ୍ରବାର ଡ୍ୟୁଟି ଆସି ପୁଣି ପଳାଇଥିଲେ । ବର୍ତ୍ତମାନ ସୁଦ୍ଧା ଘଟଣାକୁ ନେଇ କୌଣସି ପ୍ରକାରର ଅଭିଯୋଗ ମିଳିନାହିଁ । ଘଟଣାର ସମ୍ବେଦନଶୀଳତାକୁ ନଜରରେ ରଖି ତଦନ୍ତ ନିର୍ଦ୍ଦେଶ ଦେଲେ ସିଡିଏମ୍‌ଓ ସୁଧାଂଶୁ ଶେଖର ବଳ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୋଗ ଆସିଥିବା ଡାକ୍ତର ଓ ଅନ୍ୟ ଦୁଇ ନର୍ସଙ୍କୁ ଯଥା ଶୀଘ୍ର ୱାର୍ଡରୁ ବଦଳି କରାଯିବ। ତଦନ୍ତ ସରିବା ପର୍ଯ୍ୟନ୍ତ ଅନ୍ୟତ୍ର କାର୍ଯ୍ୟ କରିବେ । 

ବ୍ଲାକ ମେଲ୍ ପାଇଁ ନର୍ସଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ ଭଦ୍ରକ ସିଡିଏମ୍ଓ

ଭଦ୍ରକ ୧୭।୦୫ : ବ୍ଲାକ ମେଲ୍‌ ପାଇଁ ଟ୍ରେନ ସାମ୍ନାକୁ ନର୍ସ ଡେଇଁବା ଘଟଣା ।ଭଦ୍ରକ ସିଡିଏମ୍‌ଓ ସୁଧାଂଶୁ ଶେଖର ବଳ ଦେଲେ ଘଟଣାର ତଦନ୍ତ ନିର୍ଦ୍ଦେଶ । ଅଭିଯୋଗ ଆସିଥିବା ଡାକ୍ତର ଓ ଅନ୍ୟ ଦୁଇ ନର୍ସଙ୍କୁ ଯଥାଶୀଘ୍ର ଓ୍ୱାର୍ଡରୁ ବଦଳି କରାଯିବ । ତଦନ୍ତ ସରିବା ଯାଏଁ ଅନ୍ୟତ୍ର କାର୍ଯ୍ୟ କରିବେ ବୋଲି କୁହାଯାଇଛି । 

ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ନିୟୋଜିତ ଜଣେ ଷ୍ଟାଫ୍‌ ନର୍ସ ସନ୍ଧ୍ୟାରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ହେଲେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରିଛି ଜିଆରପି ପୋଲିସ। ସେପଟେ ଷ୍ଟାଫ୍ ନର୍ସଙ୍କ ସ୍ବାମୀ ଅଭିଯୋଗ କରିଛନ୍ତି, କିଛି ଦିନ ହେବ କିଛି ବ୍ୟକ୍ତିଗତ ଫଟୋକୁ ନେଇ ଡାକ୍ତର ଓ ନର୍ସ ବ୍ଲାକ୍‌ମେଲ୍‌ କରୁଥିଲେ। ଏହି ଅଭିଯୋଗରେ ସିଡିଏମ୍‌ଓ କହିଛନ୍ତି ଯେ, ଘଟଣାକୁ ନେଇ କୌଣସି ଅଧିକାରୀଙ୍କୁ ଅବଗତ କରିନଥିଲେ । ଶୁକ୍ରବାର ଡ୍ୟୁଟି ଆସି ପୁଣି ପଳାଇଥିଲେ । ବର୍ତ୍ତମାନ ସୁଦ୍ଧା ଘଟଣାକୁ ନେଇ କୌଣସି ପ୍ରକାରର ଅଭିଯୋଗ ମିଳିନାହିଁ । ଘଟଣାର ସମ୍ବେଦନଶୀଳତାକୁ ନଜରରେ ରଖି ତଦନ୍ତ ନିର୍ଦ୍ଦେଶ ଦେଲେ ସିଡିଏମ୍‌ଓ ସୁଧାଂଶୁ ଶେଖର ବଳ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୋଗ ଆସିଥିବା ଡାକ୍ତର ଓ ଅନ୍ୟ ଦୁଇ ନର୍ସଙ୍କୁ ଯଥା ଶୀଘ୍ର ୱାର୍ଡରୁ ବଦଳି କରାଯିବ। ତଦନ୍ତ ସରିବା ପର୍ଯ୍ୟନ୍ତ ଅନ୍ୟତ୍ର କାର୍ଯ୍ୟ କରିବେ ।