ନାଲ୍କୋର ଆଉ ଏକ ପଦକ୍ଷେପ, ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦକ୍ଷତା ପାଇଁ IISSSC ସହ ଏମ୍ଓୟୁ
ଭୁବନେଶ୍ୱର ୨୭।୦୮ : ସ୍କିଲ ଇଣ୍ଡିଆ କ୍ଷେତ୍ରରେ ନାଲ୍କୋର ଆଉ ଏକ ପଦକ୍ଷେପ । ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଇଣ୍ଡିଆନ୍ ଆଇରନ୍ ଆଣ୍ଡ ଷ୍ଟିଲ୍ ସ୍କିଲ୍ କାଉନ୍ସିଲ୍ ସହ ନାଲ୍କୋର ଏମ୍ଓୟୁ ସ୍ୱାକ୍ଷରିତ ।ଭାରତ ସରକାରଙ୍କ 'ସ୍କିଲ୍ ଇଣ୍ଡିଆ ଇନିସିଏଟିଭ୍ "ର ଅଂଶବିଶେଷ ସ୍ୱରୂପ, ରାଷ୍ଟ୍ରୀୟ କୌଶଳ ତଥା ଯୋଗ୍ୟତା ଫ୍ରେମୱାର୍କ (ଏନ୍.ଏସ୍.କ୍ୟୁ.ଏଫ୍) ଆଧାରିତ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ପରିଚାଳନା ଦ୍ୱାରା ପୂର୍ବ ଶିକ୍ଷଣ (ଆର୍.ପି.ଏଲ୍.)କୁ ସ୍ୱୀକୃତି ପ୍ରଦାନ କରିବା ଲାଗି ଭାରତୀୟ ଲୌହ ଓ ଇସ୍ପାତ ଦକ୍ଷତା ପରିଷଦ (ଆଇ.ଆଇ.ଏସ୍.ଏସ୍.ଏସ୍.ସି.) ସହିତ ନାଲକୋ ଏକ ବୁଝାମଣା ପତ୍ର ସ୍ୱାକ୍ଷର କରିଛି । ଏହି ବୁଝାମଣା ମାଧ୍ୟମରେ ଆଇ.ଆଇ.ଏସ୍.ଏସ୍.ଏସ୍.ସି. ଦ୍ଵାରା କମ୍ପାନୀର ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦକ୍ଷତା ମୂଲ୍ୟାଙ୍କନ ଏବଂ ପ୍ରମାଣନ କରାଯିବ।ନାଲକୋ ଏବଂ ଆଇ.ଆଇ.ଏସ୍.ଏସ୍.ଏସ୍.ସି. ମଧ୍ୟରେ ହୋଇଥିବା ଏମଓୟୁ କମ୍ପାନୀର ମାନବ ସମ୍ବଳ ଦକ୍ଷତାକୁ ଶିଳ୍ପ ମାନକ କ୍ଷେତ୍ରରେ ବୃଦ୍ଧି କରିବାରେ ସହାୟକ ହେବ । ଏହି ଅବସରରେ ନାଲକୋ ସି.ଏମ୍.ଡି. ଶ୍ରୀ ଶ୍ରୀଧର ପାତ୍ର କହିଛନ୍ତି ଯେ, “ଏହି ଦକ୍ଷତା ପ୍ରଶିକ୍ଷଣ ଦ୍ଵାରା ଦ୍ଭବିଷ୍ୟତରେ କମ୍ପାନୀର ନିରନ୍ତର ଏବଂ ସୁପରିଚାଳନାକୁ ସୁନିଶ୍ଚିତ କରି ହେବ” । ଉଲ୍ଲେଖଯୋଗ୍ୟ ଯେ, ଧନ୍ଦା ମୂଳକ ଶିକ୍ଷା ବିକାଶ କ୍ଷେତ୍ରରେ ଉନ୍ନତି ଏବଂ ଗୁଣବତ୍ତା ସୁନ
ଭୁବନେଶ୍ୱର ୨୭।୦୮ : ସ୍କିଲ ଇଣ୍ଡିଆ କ୍ଷେତ୍ରରେ ନାଲ୍କୋର ଆଉ ଏକ ପଦକ୍ଷେପ । ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଇଣ୍ଡିଆନ୍ ଆଇରନ୍ ଆଣ୍ଡ ଷ୍ଟିଲ୍ ସ୍କିଲ୍ କାଉନ୍ସିଲ୍ ସହ ନାଲ୍କୋର ଏମ୍ଓୟୁ ସ୍ୱାକ୍ଷରିତ ।
ଭାରତ ସରକାରଙ୍କ 'ସ୍କିଲ୍ ଇଣ୍ଡିଆ ଇନିସିଏଟିଭ୍ "ର ଅଂଶବିଶେଷ ସ୍ୱରୂପ, ରାଷ୍ଟ୍ରୀୟ କୌଶଳ ତଥା ଯୋଗ୍ୟତା ଫ୍ରେମୱାର୍କ (ଏନ୍.ଏସ୍.କ୍ୟୁ.ଏଫ୍) ଆଧାରିତ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ପରିଚାଳନା ଦ୍ୱାରା ପୂର୍ବ ଶିକ୍ଷଣ (ଆର୍.ପି.ଏଲ୍.)କୁ ସ୍ୱୀକୃତି ପ୍ରଦାନ କରିବା ଲାଗି ଭାରତୀୟ ଲୌହ ଓ ଇସ୍ପାତ ଦକ୍ଷତା ପରିଷଦ (ଆଇ.ଆଇ.ଏସ୍.ଏସ୍.ଏସ୍.ସି.) ସହିତ ନାଲକୋ ଏକ ବୁଝାମଣା ପତ୍ର ସ୍ୱାକ୍ଷର କରିଛି । ଏହି ବୁଝାମଣା ମାଧ୍ୟମରେ ଆଇ.ଆଇ.ଏସ୍.ଏସ୍.ଏସ୍.ସି. ଦ୍ଵାରା କମ୍ପାନୀର ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦକ୍ଷତା ମୂଲ୍ୟାଙ୍କନ ଏବଂ ପ୍ରମାଣନ କରାଯିବ।
ନାଲକୋ ଏବଂ ଆଇ.ଆଇ.ଏସ୍.ଏସ୍.ଏସ୍.ସି. ମଧ୍ୟରେ ହୋଇଥିବା ଏମଓୟୁ କମ୍ପାନୀର ମାନବ ସମ୍ବଳ ଦକ୍ଷତାକୁ ଶିଳ୍ପ ମାନକ କ୍ଷେତ୍ରରେ ବୃଦ୍ଧି କରିବାରେ ସହାୟକ ହେବ । ଏହି ଅବସରରେ ନାଲକୋ ସି.ଏମ୍.ଡି. ଶ୍ରୀ ଶ୍ରୀଧର ପାତ୍ର କହିଛନ୍ତି ଯେ, “ଏହି ଦକ୍ଷତା ପ୍ରଶିକ୍ଷଣ ଦ୍ଵାରା ଦ୍ଭବିଷ୍ୟତରେ କମ୍ପାନୀର ନିରନ୍ତର ଏବଂ ସୁପରିଚାଳନାକୁ ସୁନିଶ୍ଚିତ କରି ହେବ” ।
ଉଲ୍ଲେଖଯୋଗ୍ୟ ଯେ, ଧନ୍ଦା ମୂଳକ ଶିକ୍ଷା ବିକାଶ କ୍ଷେତ୍ରରେ ଉନ୍ନତି ଏବଂ ଗୁଣବତ୍ତା ସୁନିଶ୍ଚିତ କରିବା ନିମନ୍ତେ ଜାତୀୟ ଦକ୍ଷତା ବିକାଶ ନୀତି ୨୦୦୯ ଆଧାରରେ ଭାରତୀୟ ଲୌହ ଏବଂ ଇସ୍ପାତ ଦକ୍ଷତା ପରିଷଦ ଗଠନ କରାଯାଇଥିଲା । ଭୁବନେଶ୍ଵର ସ୍ଥିତ ନାଲକୋ ମୁଖ୍ୟାଳୟରେ ନାଲକୋ ସିଏମଡି ଶ୍ରୀ ଶ୍ରୀଧର ପାତ୍ର ତଥା ଆଇ.ଆଇ.ଏସ୍.ଏସ୍.ଏସ୍.ସି.ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ.ସୁସିମ ବାନାର୍ଜୀ ଏବଂ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ(ବି.ପି.ଏନ.ଏସ.ଆଇ.)ର ନିର୍ଦ୍ଦେଶକ, ଶ୍ରୀ ପ୍ରୀତମ ଶଙ୍କର ପୁରକାୟସ୍ଥଙ୍କ ଉପସ୍ଥିତିରେ ଏହି ଏମଓୟୁ ସ୍ଵାକ୍ଷରିତ ହୋଇଥିଲା । ଏହି ଅବସରରେ ନାଲକୋର ନିର୍ଦ୍ଦେଶକ ମଣ୍ଡଳୀଙ୍କ ସହ ଦୁଇ ସଂସ୍ଥାର ବରିଷ୍ଠ ଅଧିକାରୀଗଣ ଏବଂ ବି.ପି.ଏନ.ଏସ.ଆଇ.ର ଅଧିକାରୀମାନେ ଉପସ୍ଥିତ ଥିଲେ ।