ଦେଶରେ ସ୍ୱାଭାବିକ, ଓଡ଼ିଶାରେ କମ ବର୍ଷା; ମୌସୁମୀକୁ ନେଇ ଆସିଲା ବଡ଼ ପୂର୍ବାନୁମାନ

ନୂଆଦିଲ୍ଲୀ: ଭାରତରେ ଚଳିତ ବର୍ଷ ମୌସୁମୀ ସ୍ୱାଭାବିକ ରହିବାର ସମ୍ଭାବନା ରହିଛି । ମୌସୁମୀକୁ ନେଇ ପୂର୍ବାନୁମାନ କରୁଥିବା ଘରୋଇ ଏଜେନ୍ସି ସ୍କାଇମେଟ୍ ଅନୁସାରେ, ଚଳିତ ବର୍ଷ ମୌସୁମୀ ସମୟରେ ବର୍ଷା ଜୁନରୁ ସେପ୍ଟେମ୍ୱର ମଧ୍ୟରେ ୮୬୮.୬ ମିଲିମିଟର ରହିବା ସମ୍ଭାବନା ରହିଛି । ଅନୁମାନ ଅନୁସାରେ, ଏବର୍ଷ ମୌସୁମୀ ସମୟରେ ହେବାକୁ ଥିବା ବର୍ଷର ପ୍ରତିଶତ ୯୬-୧୦୦ ପ୍ରତିଶତ ରହିବା ସମ୍ଭାବନା ରହିଛି । ସ୍ଲାଇମେଟ ଅନୁସାରେ ଋତୁ ଆରମ୍ଭରେ ସାମାନ୍ୟ ବିଳମ୍ୱ ହୋଇପାରେ । ଏହା ପଛର କାରଣ ଅଲ୍ ନିନୋରୁ ଲା ନିନୋରେ ପରିବର୍ତ୍ତନକୁ ଦର୍ଶାଯାଇଛି । ସ୍କାଇମେଟ୍ ଅନୁସାରେ ସିଜିନର ଦ୍ୱିତୀୟ ଭାଗରେ ପ୍ରଥମ ଅପେକ୍ଷା ଅଧିକ ଭଲ ସ୍ଥିତି ରହିବ । ଦେଶର ଦକ୍ଷିଣ, ପଶ୍ଚିମ ଏବଂ ଉତ୍ତର-ପଶ୍ଚିମ ଅଞ୍ଚଳରେ ପର୍ଯ୍ୟାପ୍ତ ଏବଂ ଭଲ ବର୍ଷାର ସମ୍ଭାବନା ଥିବା ଅନୁମାନ କରାଯାଉଛି ।ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ଭଲ ବର୍ଷାର ସମ୍ଭାବନା ରହିଛି । ତେବେ ଜୁଲାଇ ଏବଂ ଅଗଷ୍ଟରେ ବିହାର, ଓଡ଼ିଶା ଏବଂ ପଶ୍ଟିମବଙ୍ଗ କମ ବର୍ଷା ହେବା ନେଇ ଅନୁମାନ କରାଯାଉଛି । ମୋସୁମୀ ଆରମ୍ଭରେ ଉତ୍ତର ପୂର୍ବ ଭାରତରେ ବର୍ଷା ସ୍ୱଭାବିକରୁ କମ ରହିବା ନେଇ ଅନୁମାନ କରାଯାଉଛି । ଦେଶର କୃଷି ଭୂମିର ଅଧିକାଂଶ ଭାଗ ଜଳସେଚନ ପାଇଁ ମୌସୁମୀ ବର୍ଷା ଉପରେ ନିର୍ଭର କରେ । ଏହି ସବୁ ସ୍ଥାନରେ ଧାନ, ବାଜରା, ଆଖୁ, କଟନ ଏବଂ ସୋୟାବିନ ପରି ସଫଳ ଉତ୍ପାଦନ କରାଯାଇଥାଏ ।ଦେଶରେ ମୌସୁମୀ ସ

ଦେଶରେ ସ୍ୱାଭାବିକ, ଓଡ଼ିଶାରେ କମ ବର୍ଷା; ମୌସୁମୀକୁ ନେଇ ଆସିଲା ବଡ଼ ପୂର୍ବାନୁମାନ

ନୂଆଦିଲ୍ଲୀ: ଭାରତରେ ଚଳିତ ବର୍ଷ ମୌସୁମୀ ସ୍ୱାଭାବିକ ରହିବାର ସମ୍ଭାବନା ରହିଛି । ମୌସୁମୀକୁ ନେଇ ପୂର୍ବାନୁମାନ କରୁଥିବା ଘରୋଇ ଏଜେନ୍ସି ସ୍କାଇମେଟ୍ ଅନୁସାରେ, ଚଳିତ ବର୍ଷ ମୌସୁମୀ ସମୟରେ ବର୍ଷା ଜୁନରୁ ସେପ୍ଟେମ୍ୱର ମଧ୍ୟରେ ୮୬୮.୬ ମିଲିମିଟର ରହିବା ସମ୍ଭାବନା ରହିଛି । ଅନୁମାନ ଅନୁସାରେ, ଏବର୍ଷ ମୌସୁମୀ ସମୟରେ ହେବାକୁ ଥିବା ବର୍ଷର ପ୍ରତିଶତ ୯୬-୧୦୦ ପ୍ରତିଶତ ରହିବା ସମ୍ଭାବନା ରହିଛି । ସ୍ଲାଇମେଟ ଅନୁସାରେ ଋତୁ ଆରମ୍ଭରେ ସାମାନ୍ୟ ବିଳମ୍ୱ ହୋଇପାରେ । ଏହା ପଛର କାରଣ ଅଲ୍ ନିନୋରୁ ଲା ନିନୋରେ ପରିବର୍ତ୍ତନକୁ ଦର୍ଶାଯାଇଛି । 

ସ୍କାଇମେଟ୍ ଅନୁସାରେ ସିଜିନର ଦ୍ୱିତୀୟ ଭାଗରେ ପ୍ରଥମ ଅପେକ୍ଷା ଅଧିକ ଭଲ ସ୍ଥିତି ରହିବ । ଦେଶର ଦକ୍ଷିଣ, ପଶ୍ଚିମ ଏବଂ ଉତ୍ତର-ପଶ୍ଚିମ ଅଞ୍ଚଳରେ ପର୍ଯ୍ୟାପ୍ତ ଏବଂ ଭଲ ବର୍ଷାର ସମ୍ଭାବନା ଥିବା ଅନୁମାନ କରାଯାଉଛି ।

ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ଭଲ ବର୍ଷାର ସମ୍ଭାବନା ରହିଛି । ତେବେ ଜୁଲାଇ ଏବଂ ଅଗଷ୍ଟରେ ବିହାର, ଓଡ଼ିଶା ଏବଂ ପଶ୍ଟିମବଙ୍ଗ କମ ବର୍ଷା ହେବା ନେଇ ଅନୁମାନ କରାଯାଉଛି । ମୋସୁମୀ ଆରମ୍ଭରେ ଉତ୍ତର ପୂର୍ବ ଭାରତରେ ବର୍ଷା ସ୍ୱଭାବିକରୁ କମ ରହିବା ନେଇ ଅନୁମାନ କରାଯାଉଛି । ଦେଶର କୃଷି ଭୂମିର ଅଧିକାଂଶ ଭାଗ ଜଳସେଚନ ପାଇଁ ମୌସୁମୀ ବର୍ଷା ଉପରେ ନିର୍ଭର କରେ । ଏହି ସବୁ ସ୍ଥାନରେ ଧାନ, ବାଜରା, ଆଖୁ, କଟନ ଏବଂ ସୋୟାବିନ ପରି ସଫଳ ଉତ୍ପାଦନ କରାଯାଇଥାଏ ।

ଦେଶରେ ମୌସୁମୀ ସହ ଲୁ' ନେଇ ମଧ୍ୟ ସମ୍ଭାବନା ପ୍ରକାଶ କରାଯାଇଛି । ଆଇଏମଡିର ପୂର୍ବାନୁମାନ କରିଛି ଯେ ଜୁନରୁ ଅଗଷ୍ଟ ମଧ୍ୟରେ ଦେଶର ବିଭିନ୍ନ ଭାଗରେ ୧୦ରୁ ୨୦ ଦିନ ଯାଏଁ ଲୁ' ପ୍ରଭାବର ସମ୍ଭବାନା ରହିଛି । ସାଧାରଣତଃ ଏହାର ଅବଧି ୪ରୁ ୮ ଦିନ ଯାଏ ରହିଥାଏ ।