୪ରୁ ୧ ଦେଶଙ୍କ ସ୍କୁଲରେ ସ୍ମାର୍ଟ ଫୋନ ବ୍ୟବହାର ଉପରେ ରହିଛି କଟକଣା: UN
ନୂଆଦିଲ୍ଲୀ : ୟୁନେସ୍କୋର ଶିକ୍ଷା ଓ ପ୍ରଯୁକ୍ତି ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ମୂଲ୍ୟାଙ୍କନ ଡାଟାରୁ ମିଳୁଥିବା ସୂଚନା ଅନୁସାରେ ଯେଉଁ ଛାତ୍ରଙ୍କ ପାଖରେ ମୋବାଇଲ ଉପକରଣ ଅଛି ସେମାନଙ୍କ ଶିଖିବାର କ୍ଷମତା ଓ ଧ୍ୟାନ ଉପରେ ନକରାତ୍ମକ ପ୍ରଭାବ ପଡୁଛି। ୟୁଏନ ଶିକ୍ଷା ଟିମ୍ ବିଶେଷଜ୍ଞ ଦାବି କରିଛନ୍ତି ଯେ ଶିକ୍ଷାରେ ପ୍ରଯୁକ୍ତି ଉପରେ ଧ୍ୟାନ ଦିଆଯିବା ଯୋଗୁ ବହୁତ ଅଧିକ ଖର୍ଚ୍ଚ ହେଉଛି। ଏଣୁ ସେମାନେ ପରାମର୍ଶ ଦେଇଛନ୍ତି ଯେ ସ୍ମାର୍ଟ ଫୋନ ସହିତ ପ୍ରଯୁକ୍ତିର ଉପଯୋଗ ସେତେବେଳେ ହେବା ଦରକାର ଯେତେବେଳେ ଏଥିରୁ କିଛି ଶିଖିବାର ଆବଶ୍ୟକତା ପଡେ। ମୋବାଇଲ ଫୋନ ବ୍ୟବହାରର ଏମିତିରେ ଅନେକ ନକରାତ୍ମକ ପ୍ରଭାବ ତ ପଡୁଛି, ଏ ନେଇ ଅନେକ ଗଣମାଧ୍ୟମ ରିପୋର୍ଟରେ ଏହା ଉପରେ ଅନେକ ଗବେଷଣା ମଧ୍ୟ ହେଲାଣି। ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ଏହାର ନକରାତ୍ମକ ପ୍ରଭାବରୁ କେହି ନିଜକୁ ମୁକ୍ତ ରଖିପାରୁ ନାହାନ୍ତି। ଏଣୁ ମୋବାଇଲ ଫୋନ ବ୍ୟବହାରର ନକରାତ୍ମକ ପ୍ରଭାବରୁ ବର୍ତ୍ତିବା ପାଇଁ ଅନେକ ଉଦ୍ୟମ କରାଯାଉଛି। ନିକଟରେ ୟୁଏନ ଏକ ରିପୋର୍ଟ ଜାରି କରିଛନ୍ତି। ଏହି ରିପୋର୍ଟ ଅନୁସାରେ ନକରାତ୍ମକ ପ୍ରଭାବ କାରଣରୁ ବିଶ୍ୱରେ ୪ରୁ ଗୋଟିଏ ଦେଶର ସ୍କୁଲରେ ମୋବାଇଲ ଫୋନ ନିଷିଦ୍ଧ ହୋଇଛି। କିଛି ଗବେଷଣାରୁ ଏହା ଜଣା ପଡିଛି ଯେ ଯେଉଁ ଛାତ୍ରଛାତ୍ରୀଙ୍କ ପାଖରେ ମୋବାଇଲ ଫୋନ ଥିଲା ସେମାନଙ୍କ ଶିଖିବା ଓ ଧ୍ୟାନ କରିବାର କ୍ଷମତା
ନୂଆଦିଲ୍ଲୀ : ୟୁନେସ୍କୋର ଶିକ୍ଷା ଓ ପ୍ରଯୁକ୍ତି ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ମୂଲ୍ୟାଙ୍କନ ଡାଟାରୁ ମିଳୁଥିବା ସୂଚନା ଅନୁସାରେ ଯେଉଁ ଛାତ୍ରଙ୍କ ପାଖରେ ମୋବାଇଲ ଉପକରଣ ଅଛି ସେମାନଙ୍କ ଶିଖିବାର କ୍ଷମତା ଓ ଧ୍ୟାନ ଉପରେ ନକରାତ୍ମକ ପ୍ରଭାବ ପଡୁଛି। ୟୁଏନ ଶିକ୍ଷା ଟିମ୍ ବିଶେଷଜ୍ଞ ଦାବି କରିଛନ୍ତି ଯେ ଶିକ୍ଷାରେ ପ୍ରଯୁକ୍ତି ଉପରେ ଧ୍ୟାନ ଦିଆଯିବା ଯୋଗୁ ବହୁତ ଅଧିକ ଖର୍ଚ୍ଚ ହେଉଛି। ଏଣୁ ସେମାନେ ପରାମର୍ଶ ଦେଇଛନ୍ତି ଯେ ସ୍ମାର୍ଟ ଫୋନ ସହିତ ପ୍ରଯୁକ୍ତିର ଉପଯୋଗ ସେତେବେଳେ ହେବା ଦରକାର ଯେତେବେଳେ ଏଥିରୁ କିଛି ଶିଖିବାର ଆବଶ୍ୟକତା ପଡେ।
ମୋବାଇଲ ଫୋନ ବ୍ୟବହାରର ଏମିତିରେ ଅନେକ ନକରାତ୍ମକ ପ୍ରଭାବ ତ ପଡୁଛି, ଏ ନେଇ ଅନେକ ଗଣମାଧ୍ୟମ ରିପୋର୍ଟରେ ଏହା ଉପରେ ଅନେକ ଗବେଷଣା ମଧ୍ୟ ହେଲାଣି। ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ଏହାର ନକରାତ୍ମକ ପ୍ରଭାବରୁ କେହି ନିଜକୁ ମୁକ୍ତ ରଖିପାରୁ ନାହାନ୍ତି। ଏଣୁ ମୋବାଇଲ ଫୋନ ବ୍ୟବହାରର ନକରାତ୍ମକ ପ୍ରଭାବରୁ ବର୍ତ୍ତିବା ପାଇଁ ଅନେକ ଉଦ୍ୟମ କରାଯାଉଛି। ନିକଟରେ ୟୁଏନ ଏକ ରିପୋର୍ଟ ଜାରି କରିଛନ୍ତି। ଏହି ରିପୋର୍ଟ ଅନୁସାରେ ନକରାତ୍ମକ ପ୍ରଭାବ କାରଣରୁ ବିଶ୍ୱରେ ୪ରୁ ଗୋଟିଏ ଦେଶର ସ୍କୁଲରେ ମୋବାଇଲ ଫୋନ ନିଷିଦ୍ଧ ହୋଇଛି। କିଛି ଗବେଷଣାରୁ ଏହା ଜଣା ପଡିଛି ଯେ ଯେଉଁ ଛାତ୍ରଛାତ୍ରୀଙ୍କ ପାଖରେ ମୋବାଇଲ ଫୋନ ଥିଲା ସେମାନଙ୍କ ଶିଖିବା ଓ ଧ୍ୟାନ କରିବାର କ୍ଷମତା ଦୁର୍ବଳ ଥିଲା।
ୟୁଏନ ରିପୋର୍ଟରେ ଦାବି କରାଯାଇଛି ଯେ କରୋନା କାଳରେ ସ୍ମାର୍ଟ ଫୋନର ବ୍ୟବହାର ବହୁଳ ବଢିଯାଇଥିଲା। କୋଭିଡ-୧୯କୁ ଏକ ପ୍ରାକୃତିକ ପ୍ରୟୋଗ ରୂପେ ଦେଖାଯାଇପାରେ, ଯେତେବେଳେ ରାତାରାତ ପୁରା ଶିକ୍ଷା ପ୍ରଣାଳୀ ଅନଲାଇନ ହୋଇଯାଇଥିଲା। ଅନେକ ଶ୍ରେଣୀରେ କାଗଜର ସ୍ଥାନ ସ୍କ୍ରିନ ନେଇଯାଇଥିବା ବେଳେ ପେନ୍ ସ୍ଥାନରେ କି ବୋର୍ଡ ବ୍ୟବହାର ହୋଇଥିଲା। ରିପୋର୍ଟରେ କୁହାଯାଇଛି ଯେ ଡିଜିଟାଲ ପ୍ରଣାଳୀକୁ ଆପଣେଇବା ଯୋଗୁ ଶିକ୍ଷା ଓ ଶିଖିବାରେ ଅନେକ ପରିବର୍ତ୍ତନ ହୋଇଛି।
ଅନୁନ୍ୟ ଧନୀ ଦେଶମାନଙ୍କ ସ୍କୁଲରେ ଯେଉଁ ଭିତ୍ତିଭୂମି କୌଶଳ ଶିଖିବାର ଆଶା କରାଯାଉଥିଲା ଏହାର ସମ୍ପ୍ରସାରଣ ହୋଇଛି ଓ ଡିଜିଟାଲ ଦୁନିଆରେ ନେଗେଟିଭ କରିବା ପାଇଁ ଅନେକ ନୂଆ କୌଶଳ ସାମିଲ କରାଯାଇଛି। ଇଣ୍ଟରନ୍ୟାସନାଲ ଆସେସମେଣ୍ଟ ଡାଟା ଯେପରିକି ଅନ୍ତର୍ଜାତୀୟ ଛାତ୍ର ମୂଲ୍ୟାଙ୍କନ କାର୍ଯ୍ୟକ୍ରମ (ପିଆଇଏସଏ) କହିଛନ୍ତି ଯେ ଅତ୍ୟଧିକ ସୂଚନା ଓ ସଞ୍ଚାର ପ୍ରଯୁକ୍ତି (ଆଇସିଟି) ଉପଯୋଗ ଯୋଗୁ ଛାତ୍ରଙ୍କ ପ୍ରଦର୍ଶନ ଉପରେ ନକରାତ୍ମକ ପ୍ରଭାବ ପଡିଛି।
୧୪ ଦେଶରେ ମୋବାଇଲ ଉପକରଣ ପାଖରେ ରହିବା ଯୋଗୁ ଛାତ୍ରଙ୍କ ଧ୍ୟାନ ଭଙ୍ଗ ହେଉଥିବା ଓ ଶିଖିବା ଉପରେ ନକରାତ୍ମକ ପ୍ରଭାବ ପଡୁଥିବାରୁ ୪ରୁ ୧ ଦେଶରେ ସ୍କୁଲମାନଙ୍କରେ ମୋବାଇଲ ନିଷିଦ୍ଧ ହୋଇଛି। ୟୁନେସ୍କୋ କହିଛନ୍ତି ଯେ ଛାତ୍ରଙ୍କ ମଧ୍ୟମ ସୀମାରୁ ଅଧିକ ଉପକରଣର ଉପଯୋଗ ସେମାନଙ୍କ ଆକାଡେମିକ ପ୍ରଦର୍ଶନ ଉପରେ ନକରାତ୍ମକ ପ୍ରଭାବ ପକାଉଛି। ସ୍ମାର୍ଟ ଫୋନ କମ୍ପ୍ୟୁଟରର ଉପଯୋଗ ଶ୍ରେଣୀରେ ଓ ଘରେ ଶିଖିବାର ଗତିବିଧିକୁ ବାଧିତ କରୁଛି।