ଜନ୍ମ ହେଲା ୪ ଇଞ୍ଚ ଲାଞ୍ଜ ଥିବା ଶିଶୁ, ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ…
ନୂଆଦିଲ୍ଲୀ ୧୮।୦୩: ସାଧାରଣତଃ ମାଙ୍କଡମାନଙ୍କର ଲାଞ୍ଜ ରହିଥାଏ । ଏମିତିକି ଶତାବ୍ଦୀ ପୂର୍ବରୁ ମଣିଷମାନଙ୍କର ମଧ୍ୟ ମାଙ୍କଡ ପରି ଲାଞ୍ଜ ଥିଲା । କିନ୍ତୁ ବର୍ତ୍ତମାନ ସମୟରେ ମଣିଷର ଲାଞ୍ଜ ଥିବା ଦେଖିଛନ୍ତି କି । ବୋଧ ହୁଏ ନାଁ । ବର୍ତ୍ତମାନ ଲାଞ୍ଜ ସହ ଗୋଟିଏ ଶିଶୁ ଜନ୍ମ ହୋଇଛି । ଯାହାର ଲାଞ୍ଜର ଲମ୍ବ ହେଉଛି ୪ ଇଞ୍ଚ । ଏହି ଘଟଣାଟି ଚାଇନାରୁ ସାମ୍ନାକୁ ଆସିଛି । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହାକୁ ନେଇ ଡାକ୍ତର କହିଛନ୍ତି ଏହା ଏକ ବିରଳ ଘଟଣା । ଏହା ଏକ ବିଶେଷ ଅବସ୍ଥା ହେତୁ ଘଟିଥାଏ । ରିପୋର୍ଟ ଅନୁଯାୟୀ ଏହି ଶିଶୁ ହାଙ୍ଗଜୋ ଶିଶୁ ଡାକ୍ତରଖାନାରେ ଜନ୍ମଗ୍ରହଣ କରିଥିଲେ। ନ୍ୟୁରୋସର୍ଜନ ଡକ୍ଟରଙ୍କ କହିବା କଥା ହେଉଛି ଲାଞ୍ଜ ଥିବା ଶିଶୁର ଜନ୍ମ ଅସ୍ୱାଭାବିକ ଅଭିବୃଦ୍ଧିର ଫଳାଫଳ। ସେ କହିଛନ୍ତି, ଯେତେବେଳେ କିଛି ଅଙ୍ଗ ଅତି ଶୀଘ୍ର ବିକଶିତ ହୁଏ ଏବଂ ପ୍ରକ୍ରିୟା ବନ୍ଦ ହୋଇପାରେନି ସେତେବେଳେ ଏପରି ସ୍ଥିତି ଉପୁଜିଥାଏ । ଡାକ୍ତର କହିଛନ୍ତି ଯେ ଯେତେବେଳେ ମେରୁଦଣ୍ଡଟି ଆଖପାଖ ଟିସୁ ସହିତ ଅସ୍ୱାଭାବିକ ଭାବରେ ସଂଯୁକ୍ତ ହୁଏ, ସେତେବେଳେ ଏପରି ଲାଞ୍ଜ ବାହାରିଥାଏ । ସାଧାରଣତଃ ଏହା ହୁଏ ନାହିଁ । ଏହା ଅନେକ ପ୍ରକାରର ସ୍ନାୟୁଗତ ସମସ୍ୟା ସୃଷ୍ଟି କରିପାରେ । ତେବେ ଚାଇନାରେ ଲାଞ୍ଜ ସହିତ ଏକ ଶିଶୁ ଜନ୍ମ ହେବା ଏହା ପ୍ରଥମ ଘଟଣା ନୁହେଁ । ୨୦୧୪ରେ ସ୍ପାଇନା ବିଫିଡା ନାମକ ନବଜାତ ଶିଶୁର ୫ ମାସର
ନୂଆଦିଲ୍ଲୀ ୧୮।୦୩: ସାଧାରଣତଃ ମାଙ୍କଡମାନଙ୍କର ଲାଞ୍ଜ ରହିଥାଏ । ଏମିତିକି ଶତାବ୍ଦୀ ପୂର୍ବରୁ ମଣିଷମାନଙ୍କର ମଧ୍ୟ ମାଙ୍କଡ ପରି ଲାଞ୍ଜ ଥିଲା । କିନ୍ତୁ ବର୍ତ୍ତମାନ ସମୟରେ ମଣିଷର ଲାଞ୍ଜ ଥିବା ଦେଖିଛନ୍ତି କି । ବୋଧ ହୁଏ ନାଁ । ବର୍ତ୍ତମାନ ଲାଞ୍ଜ ସହ ଗୋଟିଏ ଶିଶୁ ଜନ୍ମ ହୋଇଛି । ଯାହାର ଲାଞ୍ଜର ଲମ୍ବ ହେଉଛି ୪ ଇଞ୍ଚ ।

ଏହି ଘଟଣାଟି ଚାଇନାରୁ ସାମ୍ନାକୁ ଆସିଛି । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହାକୁ ନେଇ ଡାକ୍ତର କହିଛନ୍ତି ଏହା ଏକ ବିରଳ ଘଟଣା । ଏହା ଏକ ବିଶେଷ ଅବସ୍ଥା ହେତୁ ଘଟିଥାଏ । ରିପୋର୍ଟ ଅନୁଯାୟୀ ଏହି ଶିଶୁ ହାଙ୍ଗଜୋ ଶିଶୁ ଡାକ୍ତରଖାନାରେ ଜନ୍ମଗ୍ରହଣ କରିଥିଲେ। ନ୍ୟୁରୋସର୍ଜନ ଡକ୍ଟରଙ୍କ କହିବା କଥା ହେଉଛି ଲାଞ୍ଜ ଥିବା ଶିଶୁର ଜନ୍ମ ଅସ୍ୱାଭାବିକ ଅଭିବୃଦ୍ଧିର ଫଳାଫଳ।

ସେ କହିଛନ୍ତି, ଯେତେବେଳେ କିଛି ଅଙ୍ଗ ଅତି ଶୀଘ୍ର ବିକଶିତ ହୁଏ ଏବଂ ପ୍ରକ୍ରିୟା ବନ୍ଦ ହୋଇପାରେନି ସେତେବେଳେ ଏପରି ସ୍ଥିତି ଉପୁଜିଥାଏ । ଡାକ୍ତର କହିଛନ୍ତି ଯେ ଯେତେବେଳେ ମେରୁଦଣ୍ଡଟି ଆଖପାଖ ଟିସୁ ସହିତ ଅସ୍ୱାଭାବିକ ଭାବରେ ସଂଯୁକ୍ତ ହୁଏ, ସେତେବେଳେ ଏପରି ଲାଞ୍ଜ ବାହାରିଥାଏ । ସାଧାରଣତଃ ଏହା ହୁଏ ନାହିଁ । ଏହା ଅନେକ ପ୍ରକାରର ସ୍ନାୟୁଗତ ସମସ୍ୟା ସୃଷ୍ଟି କରିପାରେ ।

ତେବେ ଚାଇନାରେ ଲାଞ୍ଜ ସହିତ ଏକ ଶିଶୁ ଜନ୍ମ ହେବା ଏହା ପ୍ରଥମ ଘଟଣା ନୁହେଁ । ୨୦୧୪ରେ ସ୍ପାଇନା ବିଫିଡା ନାମକ ନବଜାତ ଶିଶୁର ୫ ମାସରେ ପାଞ୍ଚ ଇଞ୍ଚର ଲାଞ୍ଜ ବାହାରିଥିଲା । କିନ୍ତୁ ଏହା ସ୍ନାୟୁ ସହିତ ଜଡିତ ଥିବାରୁ ଏହାକୁ ହଟାଯାଇନଥିଲା ।