୧୪୭ ଛାଡ଼, ୮୦ ଆସନ ପାଇଁ ପ୍ରାର୍ଥୀ ପାଉନି ଭାଜପା
ଭୁବନେଶ୍ୱର,୨ା୪(ଅନିଲଦାସ):ବିଜୁ ଜନତା ଦଳ ପକ୍ଷରୁ ଯାହା କହି ଆସୁଛୁ ତାହା ସତ୍ୟ ବୋଲି ପ୍ରମାଣିତ ହେଉଛି। ଓଡ଼ିଶା ଭାଜପା ପାଖରେ ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଛାଡ଼ନ୍ତୁ, ୮୦ ଆସନ ଲାଗି ମଧ୍ୟ ପ୍ରାର୍ଥୀ ନାହାନ୍ତି ବୋଲି ବିଜେଡି କହିଛି। ସୋମବାର ଶଙ୍ଖଭବନଠାରେ ଗଣମାଧ୍ୟମକୁ ସୂଚନା ଦେଇ ବିଜେଡି ମୁଖପାତ୍ର ସ୍ବୟମ ପ୍ରକାଶ ମହାପାତ୍ର କହିଛନ୍ତି ଯେ, ଆଗରେ ୮୦ ଆସନରେ ଜିତିବାର ସିନା ବାହୁସ୍ଫୋଟ ମାରିଛି ହେଲେ ଅସଲରେ ପ୍ରାର୍ଥୀ ନ ପାଇବା ଓଡ଼ିଶା […] The post ୧୪୭ ଛାଡ଼, ୮୦ ଆସନ ପାଇଁ ପ୍ରାର୍ଥୀ ପାଉନି ଭାଜପା appeared first on Dharitri Odia News.
ଭୁବନେଶ୍ୱର,୨ା୪(ଅନିଲଦାସ):ବିଜୁ ଜନତା ଦଳ ପକ୍ଷରୁ ଯାହା କହି ଆସୁଛୁ ତାହା ସତ୍ୟ ବୋଲି ପ୍ରମାଣିତ ହେଉଛି। ଓଡ଼ିଶା ଭାଜପା ପାଖରେ ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଛାଡ଼ନ୍ତୁ, ୮୦ ଆସନ ଲାଗି ମଧ୍ୟ ପ୍ରାର୍ଥୀ ନାହାନ୍ତି ବୋଲି ବିଜେଡି କହିଛି। ସୋମବାର ଶଙ୍ଖଭବନଠାରେ ଗଣମାଧ୍ୟମକୁ ସୂଚନା ଦେଇ ବିଜେଡି ମୁଖପାତ୍ର ସ୍ବୟମ ପ୍ରକାଶ ମହାପାତ୍ର କହିଛନ୍ତି ଯେ, ଆଗରେ ୮୦ ଆସନରେ ଜିତିବାର ସିନା ବାହୁସ୍ଫୋଟ ମାରିଛି ହେଲେ ଅସଲରେ ପ୍ରାର୍ଥୀ ନ ପାଇବା ଓଡ଼ିଶା ଭାଜପା ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି; ଯେଉଁଥି ପାଇଁ ସେମାନେ ପ୍ରାର୍ଥୀ ତାଲିକା ଘୋଷଣା କରିପାରୁ ନାହାନ୍ତି । ପ୍ରଥମେ ଓଡ଼ିଶା ଭାଜପାର ପ୍ରାର୍ଥୀ ସନ୍ଧାନକାରୀ ଦଳ ଜିଲାରୁ ଜିଲା ବୁଲିଲେ। ଏମାନେ ପ୍ରାର୍ଥୀ ପାଇବା ତ ଦୂରର କଥା ବରଂ ତୃଣମୂଳସ୍ତରରେ ଦଳର ଅତି ଦୁର୍ବଳ ସଙ୍ଗଠନ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଓଡ଼ିଶା ଭାଜପାର ସ୍ଥିତି ଏମିତି ହୋଇଛି ଯେ, ସେମାନେ ଯାହାକୁ ଯେଉଁଠୁ ପାରୁଛନ୍ତି ଆଣି ଦଳରେ ସାମିଲ କରାଉଛନ୍ତି । ଯେନତେନ ପ୍ରକାରେ ୧୪୭ ଆସନ ପାଇଁ ତାଲିକା ପୂରଣ କରିବା ଚକ୍କରରେ ଥିବା ଭଳି ସ୍ପଷ୍ଟ ଜଣାପଡୁଛି। ଅନ୍ୟ ଦଳର ବିତାଡ଼ିତ ଓ ଜନବିରୋଧୀ ନେତାଙ୍କ ସହ ଆପରାଧିକ କାର୍ଯ୍ୟରେ ଲିପ୍ତଥିବା ନେତା ଏବେ ଓଡ଼ିଶା ଭାଜପା ପାଇଁ ଏକମାତ୍ର ଆଶା ପାଲଟିଛନ୍ତି ବୋଲି ସ୍ବୟମ କହିଛନ୍ତି ା
ଅନ୍ୟପକ୍ଷରେ ଭାଜପା ମଧ୍ୟ ବିଜେଡିକୁ କଡ଼ା ସମାଲୋଚନା କରିଛି। ରାଜ୍ୟ ଭାଜପା ଉପସଭାପତି ତଥା ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ହେଉଛି ବିଶ୍ୱର ସବୁଠୁ ବଡ଼ ଏବଂ ଗଣତାନ୍ତ୍ରିକ ରାଜନୈତିକ ଦଳ ା ଦିଲ୍ଲୀରେ କେନ୍ଦ୍ରୀୟ ସଂସଦୀୟ ବୋର୍ଡ ଭାଜପାରେ ପ୍ରାର୍ଥୀ ଟିକେଟ ନାମତାଲିକା ଘୋଷଣା କରନ୍ତି ା ଠିକ୍ ସମୟରେ ପ୍ରାର୍ଥୀ ଘୋଷଣା କରାଯିବ ା ଗଣତନ୍ତ୍ର ବ୍ୟବସ୍ଥାରୁ ବାହାରେ ଥିବା ବିଜୁ ଜନତା ଦଳକୁ ଏହା ବୁଝିବା ଅତ୍ୟନ୍ତ କଷ୍ଟକର ା ଅନ୍ୟପଟେ ବିଜେଡି ଭାଙ୍ଗିଯାଉଥିବାରୁ ବିଜେଡି ନେତାମାନଙ୍କ ମୁଣ୍ଡ ବିନ୍ଧିବା ଆରମ୍ଭ ହୋଇଯାଇଛି । ଏଥିସହ ସେମାନେ ପ୍ରଳାପ ଆରମ୍ଭ କରିଦେଇଛନ୍ତି ା ଅନ୍ୟ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିବା ପୂର୍ବରୁ ଶାସକ ବିଜେଡି ନିଜକୁ ନିଜେ ଆତ୍ମସମୀକ୍ଷା କରୁ ଏବଂ ବର୍ତ୍ତମାନ ସୁଦ୍ଧା କାହିଁକି ଅର୍ଦ୍ଧାଧିକ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇ ନାହିଁ ସ୍ପଷ୍ଟ କରୁ ା ବାସ୍ତବରେ ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ପାଇଁ କାଳ ସାଜିଛି ା ଓଡ଼ିଶାବାସୀଙ୍କ ସହ ପ୍ରତାରଣା କରିଥିବାରୁ ବହୁ ନେତା ବିଜେଡିର ହାତ ଛାଡ଼ିଦେଉଛନ୍ତି ା ମିଥ୍ୟା ଓ ଗୁଜବ ସୃଷ୍ଟିକାରୀ ବିଜେଡିକୁ ଉଚିତ ଜବାବ ଦେବା ପାଇଁ ଓଡ଼ିଶାବାସୀ ମନ ସ୍ଥିର କରିଛନ୍ତି ବୋଲି ଗୋଲକ କହିଛନ୍ତି ା
The post ୧୪୭ ଛାଡ଼, ୮୦ ଆସନ ପାଇଁ ପ୍ରାର୍ଥୀ ପାଉନି ଭାଜପା appeared first on Dharitri Odia News.