ହାଇକୋର୍ଟରୁ କେଜ୍ରିଓ୍ବାଲଙ୍କୁ ଝଟ୍କା
ନୂଆଦିଲ୍ଲୀ,୨୩।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଇଡି ପକ୍ଷରୁ ଗିରଫ ଏବଂ ରିମାଣ୍ଡକୁୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କୁ ଜାମିନ ଦେବାକୁ ମନା କରିଦେଇଥିଲେ ଏବଂ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ତାଙ୍କୁ ଇଡି ହେପାଜତକୁ ପଠାଇଥିଲେ। ଏବେ ହାଇକୋର୍ଟରେ ଦାଖଲ ହୋଇଥିବା ଆବେଦନରେ ତାଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି ଯେ ଉଭୟ ଇଡିଦ୍ୱାରା ଗିରଫ ଏବଂ ରିମାଣ୍ଡ ଆଦେଶ ଅବୈଧ। ଏଣୁ ସେ ତୁରନ୍ତ ଇଡି ହେପାଜତରୁ […] The post ହାଇକୋର୍ଟରୁ କେଜ୍ରିଓ୍ବାଲଙ୍କୁ ଝଟ୍କା appeared first on Dharitri Odia News.
ନୂଆଦିଲ୍ଲୀ,୨୩।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଇଡି ପକ୍ଷରୁ ଗିରଫ ଏବଂ ରିମାଣ୍ଡକୁୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କୁ ଜାମିନ ଦେବାକୁ ମନା କରିଦେଇଥିଲେ ଏବଂ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ତାଙ୍କୁ ଇଡି ହେପାଜତକୁ ପଠାଇଥିଲେ। ଏବେ ହାଇକୋର୍ଟରେ ଦାଖଲ ହୋଇଥିବା ଆବେଦନରେ ତାଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି ଯେ ଉଭୟ ଇଡିଦ୍ୱାରା ଗିରଫ ଏବଂ ରିମାଣ୍ଡ ଆଦେଶ ଅବୈଧ। ଏଣୁ ସେ ତୁରନ୍ତ ଇଡି ହେପାଜତରୁ ମୁକ୍ତ ହେବା ଯୋଗ୍ୟ। କେଜ୍ରିୱାଲଙ୍କ ତରଫରୁ ୨୪ ମାର୍ଚ୍ଚ ରବିବାର ପର୍ଯ୍ୟନ୍ତ ତୁରନ୍ତ ଶୁଣାଣି ପାଇଁ ହାଇକୋର୍ଟର କାର୍ଯ୍ୟକାରୀ ପ୍ରଧାନ ବିଚାରପତିଙ୍କ ନିକଟରେ ଦାବି କରାଯାଇଛି। ତେବେ ବର୍ତ୍ତମାନ ସୂଚନା ଆସୁଛି ଯେ ହୋଲି ଛୁଟି ପରେ କେଜ୍ରିୱାଲଙ୍କ ଆବେଦନ ଶୁଣାଣି ହେବ।
ଦିଲ୍ଲୀ ଅବକାରୀ ପଲିସିରେ ଟଙ୍କା ହେରଫେର ଅଭିଯୋଗର ତଦନ୍ତ କରୁଥିବା ଇଡି ଗୁରୁବାର ରାତିରେ କେଜ୍ରିୱାଲଙ୍କୁ ଗିରଫ କରିଛି। ଇଡି ଟିମ୍ ପ୍ରଥମେ କେଜ୍ରିୱାଲଙ୍କ ଘରେ ପହଞ୍ଚି ଖୋଜାଖୋଜି କରିଥିଲେ। ଏହା ପରେ କେଜ୍ରିୱାଲଙ୍କୁ ରାତି ପ୍ରାୟ ୯ଟା ସମୟରେ ଗିରଫ କରାଯାଇଥିଲା। ଗିରଫ ପରେ ଇଡି ଟିମ୍ ତାଙ୍କୁ ଶୁକ୍ରବାର ରାଉସ ଆଭେନ୍ୟୁ କୋର୍ଟରେ ହାଜର କରିଥିଲେ। କୋର୍ଟରେ କେଜ୍ରିୱାଲଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଇଡ ଟିମ୍ ଦାବି କରିଥିଲା। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ କେଜ୍ରିୱାଲଙ୍କୁ ଜାମିନ ଦେବାକୁ ମନା କରିଦେଇଥିଲେ। ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ତାଙ୍କୁ ଇଡି ହେପାଜତକୁ ପଠାଇଥିଲେ।
The post ହାଇକୋର୍ଟରୁ କେଜ୍ରିଓ୍ବାଲଙ୍କୁ ଝଟ୍କା appeared first on Dharitri Odia News.