ରାଜ୍ୟ ସରକାର କେତେ ଲୋକଙ୍କୁ ଚାଉଳ ଦେଉଛନ୍ତି ଉତ୍ତର ଦିଅନ୍ତୁ: ଭାଜପା

ଭୁବନେଶ୍ୱର, ୧୦।୧(ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନକୁ ଆସିବା ପରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କରିବା ସହ ଲୋକଙ୍କ ବିକାଶ ପାଇଁ କାର୍ଯ୍ୟ କରିଛନ୍ତି। କିନ୍ତୁ ବିଜେଡି ତାହା ଓଡ଼ିଶାରେ ସଫଳ କରିବାରେ ବାଧା ସୃଷ୍ଟି କରୁଛି। କେନ୍ଦ୍ର ଯୋଜନାକୁ ହଡ଼ପକରି ନିଜ ନାଁରେ ପୋଷ୍ଟର ଲଗାଇ ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛି। ମୋଦି ସରକାର ୩ କୋଟି ୨୬ ଲକ୍ଷ ଲୋକଙ୍କୁ ଚାଉଳ ଦେଉଥିବା ବେଳେ ରାଜ୍ୟ ସରକାର କେତେ ଲୋକଙ୍କୁ ଦେଉଛନ୍ତି […] The post ରାଜ୍ୟ ସରକାର କେତେ ଲୋକଙ୍କୁ ଚାଉଳ ଦେଉଛନ୍ତି ଉତ୍ତର ଦିଅନ୍ତୁ: ଭାଜପା appeared first on Dharitri Odia News.

ରାଜ୍ୟ ସରକାର କେତେ ଲୋକଙ୍କୁ ଚାଉଳ ଦେଉଛନ୍ତି ଉତ୍ତର ଦିଅନ୍ତୁ: ଭାଜପା

ଭୁବନେଶ୍ୱର, ୧୦।୧(ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନକୁ ଆସିବା ପରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କରିବା ସହ ଲୋକଙ୍କ ବିକାଶ ପାଇଁ କାର୍ଯ୍ୟ କରିଛନ୍ତି। କିନ୍ତୁ ବିଜେଡି ତାହା ଓଡ଼ିଶାରେ ସଫଳ କରିବାରେ ବାଧା ସୃଷ୍ଟି କରୁଛି। କେନ୍ଦ୍ର ଯୋଜନାକୁ ହଡ଼ପକରି ନିଜ ନାଁରେ ପୋଷ୍ଟର ଲଗାଇ ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛି। ମୋଦି ସରକାର ୩ କୋଟି ୨୬ ଲକ୍ଷ ଲୋକଙ୍କୁ ଚାଉଳ ଦେଉଥିବା ବେଳେ ରାଜ୍ୟ ସରକାର କେତେ ଲୋକଙ୍କୁ ଦେଉଛନ୍ତି ତାହାର ଉତ୍ତର ଦିଅନ୍ତୁ। ମୋଦି ସରକାର ଲୋକଙ୍କୁ ଚାଉଳ ଦେଲା ପରେ ବି ପୋଷ୍ଟର ମାରିବା କଥା ଚିନ୍ତା କରିନାହାନ୍ତି। ହେଲେ ଓଡ଼ିଶା ସରକାର ୨୪ ବର୍ଷ ଶାସନ କଲା ପରେ ୫ ଲକ୍ଷ ଲୋକଙ୍କୁ ଗରିବ କରିଦେଇଛନ୍ତି। ଅର୍ଥାତ୍‌ ବିଜେଡି ସରକାରରେ ଓଡ଼ିଶାରେ ଗରିବି ବଢ଼ିଛି ବୋଲି ଭାଜପା ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି। ଭାଜପା ରାଜ୍ୟ କାର୍ଯ୍ୟାଳୟରେ ମଙ୍ଗଳବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଗୋଲକ କହିଛନ୍ତି , ଏବେ ସେହି ଗରିବ ୫ ଲକ୍ଷ ଲୋକଙ୍କୁ ଚାଉଳ ଦେବେ ବୋଲି ବିଜେଡି କର୍ମୀମାନେ ବ୍ୟାନର ଓ ପୋଷ୍ଟର ମାରୁଛନ୍ତି। ମୋଦି ମାଗଣା ଚାଉଳ ଦେଉଛନ୍ତି। ବିଜେଡି ଯଦି ଷଡ଼ଯନ୍ତ୍ର କରି ପୋଷ୍ଟର ଲଗାଏ ତା’ହେଲେ ଭାଜପାର କାର୍ଯ୍ୟକର୍ତ୍ତା ଏହାକୁ ବରଦାସ୍ତ କରିବେ ନାହିଁ। ଭାଜପା ବର୍ଷକ ବାରମାସ ଲୋକଙ୍କ ହିତ ପାଇଁ କାର୍ଯ୍ୟ କରେ ଏବଂ ଏହା ଏକ ସଙ୍ଗଠନ ଆଧାରିତ ଦଳ। ଓଡ଼ିଶାରେ କଂଗ୍ରେସ ଦଳ କିଛି କାର୍ଯ୍ୟ କରେନାହିଁ ଏବେ ସେମାନେ କୁଆଡ଼େ ‘ତୁଳସୀ ଯାତ୍ରା’ କରୁଛନ୍ତି। ଠିକ୍‌ ସେମିତି କେବଳ ପ୍ରଚାର ପ୍ରସାରରେ ବିଶ୍ୱାସ ରଖୁଥିବା ବିଜେଡି କୌଣସି କାର୍ଯ୍ୟ କରେ ନାହିଁ ବରଂ ମୋଦି ସରକାର ଓଡ଼ିଶାକୁ ଯାହା ଦିଅନ୍ତି ତାହା କିପରି ଘୋଟାଲା ହେବ ସେନେଇ ଲାଗିଥାନ୍ତି। କଂଗ୍ରେସ ଓ ବିଜେଡି ‘ନେତା ଆଧାରିତ ଦଳ’ କିନ୍ତୁ ଭାଜପା ‘ସଙ୍ଗଠନ ଆଧାରିତ ଦଳ’ ବୋଲି ଗୋଲକ କହିଛନ୍ତି।

The post ରାଜ୍ୟ ସରକାର କେତେ ଲୋକଙ୍କୁ ଚାଉଳ ଦେଉଛନ୍ତି ଉତ୍ତର ଦିଅନ୍ତୁ: ଭାଜପା appeared first on Dharitri Odia News.