ଏଣିକି ଘରେ ବସି ପାଇବେ ଚାଉଳ, ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୩୧।୭: ଆଜି ସପ୍ତମ ଦିନରେ ସ୍ବାଭିବକ ରହିଛି ବିଧାନସଭା ପ୍ରଶ୍ନକାଳ । ଏହି କ୍ରମରେ ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବୟସାଧିକ ଲୋକଙ୍କୁ ପିଡିଏସ ସମାଗ୍ରୀ ପହଞ୍ଚାଇବାକୁ ସରକାର କରିବାକୁ ଥିବା ଯୋଜନା ବିଷୟରେ ଟିପ୍ପଣୀ ରଖିଛନ୍ତି ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି, ଯେଉଁମାନେ ପିଏଏସ ଚାଉଳ ନେବାକୁ ପଞ୍ଚାୟତ ଅଫିସ ଆସିପାରୁନାହାନ୍ତି ସେମାନଙ୍କ ଘରେ ଚାଉଳ ପହଞ୍ଚାଇବାକୁ ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର । […] The post ଏଣିକି ଘରେ ବସି ପାଇବେ ଚାଉଳ, ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା appeared first on Dharitri Odia News.

ଏଣିକି ଘରେ ବସି ପାଇବେ ଚାଉଳ, ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୩୧।୭: ଆଜି ସପ୍ତମ ଦିନରେ ସ୍ବାଭିବକ ରହିଛି ବିଧାନସଭା ପ୍ରଶ୍ନକାଳ । ଏହି କ୍ରମରେ ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବୟସାଧିକ ଲୋକଙ୍କୁ ପିଡିଏସ ସମାଗ୍ରୀ ପହଞ୍ଚାଇବାକୁ ସରକାର କରିବାକୁ ଥିବା ଯୋଜନା ବିଷୟରେ ଟିପ୍ପଣୀ ରଖିଛନ୍ତି ମନ୍ତ୍ରୀ ।

ମନ୍ତ୍ରୀ କହିଛନ୍ତି, ଯେଉଁମାନେ ପିଏଏସ ଚାଉଳ ନେବାକୁ ପଞ୍ଚାୟତ ଅଫିସ ଆସିପାରୁନାହାନ୍ତି ସେମାନଙ୍କ ଘରେ ଚାଉଳ ପହଞ୍ଚାଇବାକୁ ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର । ସେହିଭଳି ଯେଉଁମାନଙ୍କ ବୟସାଧିକ କାରଣରୁ ଟିପ ଚି଼ହ୍ନ ଦେଇପାରୁନାହାଁନ୍ତି ସେମାନଙ୍କ ପାଇଁ ସ୍ବତନ୍ତ୍ର ଆପ୍‌ ଆଣିବେ ସରକାର । ସେମାନଙ୍କ ପାଖକୁ ଯାଇ ସେମାନଙ୍କଠାରୁ ବାୟୋମେଟ୍ରିକ୍ସ ଗ୍ରହଣ କରାଯିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ମନ୍ତ୍ରୀ ଆହୁରି କହିଛନ୍ତି, ଦୂର ସ୍ଥାନରେ ଘରକୁ ଘର ଯାଇ ଚାଉଳ ଦେବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଉପାନ୍ତ ଅଞ୍ଚଳ କୋରାପୁଟରେ ଲୋକ ଦୂରକୁ ଯାଇ ଚାଉଳ ଆଣୁଛନ୍ତି ତେଣୁ ସେହିଭଳି ସ୍ଥାନମାନଙ୍କରେ ଘରକୁ ଯାଇ ଚାଉଳ ଯୋଗାଇବାକୁ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ନିର୍ଦ୍ଦେଶ ଦେଇଛନ୍ତି।

The post ଏଣିକି ଘରେ ବସି ପାଇବେ ଚାଉଳ, ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା appeared first on Dharitri Odia News.