ଅଜଣା ଗାଡି ଧକ୍କାରେ ଜଣେ  ମୃତ 

ପାଟଣା : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥ ବଡ଼ବିଲ ନିକଟରେ ଆଜି ଏକ ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବଡିବିଲ ଗ୍ରାମର ଗୋବର୍ଦ୍ଧନ ନାୟକ ବୋଲି ଜଣା ପଡ଼ିଛି। ସେ ଚାଲି ଚାଲି ଯାଉଥିବା  ସମୟ ରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି […]

ଅଜଣା ଗାଡି ଧକ୍କାରେ ଜଣେ  ମୃତ 
ପାଟଣା : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥ ବଡ଼ବିଲ ନିକଟରେ ଆଜି ଏକ ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବଡିବିଲ ଗ୍ରାମର ଗୋବର୍ଦ୍ଧନ ନାୟକ ବୋଲି ଜଣା ପଡ଼ିଛି। ସେ ଚାଲି ଚାଲି ଯାଉଥିବା  ସମୟ ରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା।
ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତୀ କରିଥିଲେ ସେଠାରେ ଚିକିତ୍ସା ଧୀନ ଅବସ୍ଥାରେ ତାଙ୍କର  ମୃତ୍ୟୁ ଘଟିଛି। ସାହାରପଡା ଫାଣ୍ଡି ପୋଲିସ  ମୃତଦେହକୁ  ବ୍ୟବଚ୍ଛେଦ କରାଇ  ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ଦୁର୍ଘଟଣା ଘଟାଇ ଥିବା ଗାଡି କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଛାନ୍ ଭିନ୍ ଜାରି ରଖିଛି।