କେ.ପି.ଶର୍ମା ଓଲି ହେବେ ନେପାଳର ନୂଆ ପ୍ରଧାନମନ୍ତ୍ରୀ, ସୋମବାର ନେବେ ଶପଥ
କାଠମାଣ୍ଡୁ ୧୪।୭: ନେପାଳ ରାଷ୍ଟ୍ରପତି କାର୍ଯ୍ୟାଳୟ ସିପିଏନ-ୟୁଏମଏଲ ଅଧ୍ୟକ୍ଷ କେ.ପି.ଶର୍ମା ଓଲିଙ୍କୁ ଆଗାମୀ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଛି। ଓଲି ସୋମବାର ପୂର୍ବାହ୍ନ ୧୧ଟା ବେଳେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ସଂସଦରେ ଆସ୍ଥା ପ୍ରମାଣିତ କରି ନପାରିବାରୁ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ସରକାର ଶୁକ୍ରବାର ଭଙ୍ଗ ହୋଇଥିଲା। ସେହିଦିନ କେ.ପି.ଶର୍ମା ଓଲି ରାଷ୍ଟ୍ରପତିଙ୍କୁ ଭେଟି ପ୍ରଦାନ କରିଥିବା ଦାବିରେ ତାଙ୍କ ପ୍ରତି ୧୬୬ ସାଂସଦଙ୍କ ସମର୍ଥନ ଥିବା ଜଣାଇଥିଲେ। ଯେଉଁଥିରେ ୟୁଏମଏଲର ୭୮ ଓ ନେପାଳୀ କଂଗ୍ରେସର ୮୮ ସାଂସଦ ଅଛନ୍ତି। ୨୦୦୮ ମସିହାରେ ରାଜ ଶାସନ ଛାଡି ସମ୍ବିଧାନ ଆପଣାଇବା ପରଠାରୁ ଏପର୍ଯ୍ୟନ୍ତ ନେପାଳରେ ୧୩ ଅଲଗା ଅଲଗା ଦଳର ସରକାର ହୋଇଛି। ଏଥିରେ ଓଲିଙ୍କୁ ଦେଶରେ ଚୀନ୍ ସମର୍ଥକ ନେତା ଭାବେ ଦେଖାଯାଏ। ଓଲି ଗୁରୁବାର ପ୍ରଚଣ୍ଡଙ୍କୁ ଛାଡି ନେପାଳୀ କଂଗ୍ରେସ ସହିତ ମେଣ୍ଟ ସରକାର କରିବାକୁ ତାଙ୍କ ପାର୍ଟିର ନିଷ୍ପତ୍ତିକୁ ସମର୍ଥନ କରି କହିଥିଲେ ଯେ ଦେଶର ରାଜନୈତିକ ସ୍ଥିରତା ଓ ବିକାଶକୁ ଗତିଶିଳ ରଖିବାକୁ ହେଲେ ଏହା ଜରୁରି। ଏହା ପୂର୍ବରୁ ଓଲି ୧୧ ଅକ୍ଟୋବର ୨୦୧୫ରୁ ୩ ଅଗଷ୍ଟ ୨୦୧୬ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଥିଲେ। ସେ ସମୟରେ ନୂଆ ଦିଲ୍ଲୀ ସହ କାଠମାଣ୍ଡୁର ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ଥିଲା। ଓଲି ତାଙ୍କ କାର୍ଯ୍ୟକାଳରେ ନେପାଳର ଅନ୍ତରୀଣ ମାମଲାରେ ଭାରତର ହସ୍ତକ୍ଷେପକୁ ସମାଲୋଚନା କରି
କାଠମାଣ୍ଡୁ ୧୪।୭: ନେପାଳ ରାଷ୍ଟ୍ରପତି କାର୍ଯ୍ୟାଳୟ ସିପିଏନ-ୟୁଏମଏଲ ଅଧ୍ୟକ୍ଷ କେ.ପି.ଶର୍ମା ଓଲିଙ୍କୁ ଆଗାମୀ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଛି। ଓଲି ସୋମବାର ପୂର୍ବାହ୍ନ ୧୧ଟା ବେଳେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ସଂସଦରେ ଆସ୍ଥା ପ୍ରମାଣିତ କରି ନପାରିବାରୁ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ସରକାର ଶୁକ୍ରବାର ଭଙ୍ଗ ହୋଇଥିଲା। ସେହିଦିନ କେ.ପି.ଶର୍ମା ଓଲି ରାଷ୍ଟ୍ରପତିଙ୍କୁ ଭେଟି ପ୍ରଦାନ କରିଥିବା ଦାବିରେ ତାଙ୍କ ପ୍ରତି ୧୬୬ ସାଂସଦଙ୍କ ସମର୍ଥନ ଥିବା ଜଣାଇଥିଲେ। ଯେଉଁଥିରେ ୟୁଏମଏଲର ୭୮ ଓ ନେପାଳୀ କଂଗ୍ରେସର ୮୮ ସାଂସଦ ଅଛନ୍ତି।
୨୦୦୮ ମସିହାରେ ରାଜ ଶାସନ ଛାଡି ସମ୍ବିଧାନ ଆପଣାଇବା ପରଠାରୁ ଏପର୍ଯ୍ୟନ୍ତ ନେପାଳରେ ୧୩ ଅଲଗା ଅଲଗା ଦଳର ସରକାର ହୋଇଛି। ଏଥିରେ ଓଲିଙ୍କୁ ଦେଶରେ ଚୀନ୍ ସମର୍ଥକ ନେତା ଭାବେ ଦେଖାଯାଏ। ଓଲି ଗୁରୁବାର ପ୍ରଚଣ୍ଡଙ୍କୁ ଛାଡି ନେପାଳୀ କଂଗ୍ରେସ ସହିତ ମେଣ୍ଟ ସରକାର କରିବାକୁ ତାଙ୍କ ପାର୍ଟିର ନିଷ୍ପତ୍ତିକୁ ସମର୍ଥନ କରି କହିଥିଲେ ଯେ ଦେଶର ରାଜନୈତିକ ସ୍ଥିରତା ଓ ବିକାଶକୁ ଗତିଶିଳ ରଖିବାକୁ ହେଲେ ଏହା ଜରୁରି।
ଏହା ପୂର୍ବରୁ ଓଲି ୧୧ ଅକ୍ଟୋବର ୨୦୧୫ରୁ ୩ ଅଗଷ୍ଟ ୨୦୧୬ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଥିଲେ। ସେ ସମୟରେ ନୂଆ ଦିଲ୍ଲୀ ସହ କାଠମାଣ୍ଡୁର ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ଥିଲା। ଓଲି ତାଙ୍କ କାର୍ଯ୍ୟକାଳରେ ନେପାଳର ଅନ୍ତରୀଣ ମାମଲାରେ ଭାରତର ହସ୍ତକ୍ଷେପକୁ ସମାଲୋଚନା କରିଥିଲେ ଓ ଭାରତ ଉପରେ ତାଙ୍କ ସରକାର ଭାଙ୍ଗିବାର ଅଭିଯୋଗ କରିଥିଲେ। ନେପାଳରେ ଯେବେ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା ଦେଶରେ ହିଂସାତ୍ମକ ପ୍ରଦର୍ଶନ ହୋଇଥିଲା। ଓଲି ଏହି ବିରୋଧ ପଛରେ ଭାରତର ହାତ ଥିବା ଅଭିଯୋଗ କରିଥିଲେ। ତାଙ୍କ ଶାସନ କାଳରେ ନେପାଳ ମାନଚିତ୍ରରେ ଭାରତର ଅଂଶକୁ ଚିହ୍ନିତ କରିଥିଲେ। ଏଣୁ ଭାରତ-ନେପାଳ ସମ୍ପର୍କ ତିକ୍ତ ହୋଇଥିଲା।