ବର୍ଷା ଦିନେ ପେଟ ସମସ୍ୟାରେ ପୀଡିତ କି ? ପିଅନ୍ତୁ ଏହି ରସ, ମିଳିବ ଆଶ୍ବସ୍ତି

ନୂଆଦିଲ୍ଲୀ ୧୭।୦୮: ବର୍ଷା ଦିନେ ଅନେକ ପ୍ରକାରର ସ୍ବାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳେ । କିଛି ସମୟରେ ଶରୀର ଥଣ୍ଡା ହୋଇଯାଏ ଏବଂ କିଛି ସମୟରେ ଉଷୁମ ଆସିଯାଏ । ଥଣ୍ଡା ଯୋଗୁଁ ଜୀବାଣୁ ମଧ୍ୟ ବଢିବାରେ ଲାଗିଥାନ୍ତି । ଏହି କାରଣରୁ ବର୍ଷାଦିନେ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ । ବର୍ଷା ଋତୁରେ ଲୋକମାନେ ତେଲ ଛଣା ଜିନିଷ ଅଧିକ ଖାଇଥାନ୍ତି । ବର୍ଷାଦିନେ ହଜମ ଶୀଘ୍ର ହୋଇନଥାଏ । ଏଥିପାଇଁ ଖାଦ୍ୟକୁ ନିୟନ୍ତ୍ରଣ କରିବା ସହ ପେଟର ଯତ୍ନ ନେବା ଜରୁରୀ । ପେଟ ସମ୍ବନ୍ଧୀୟ ସମସ୍ୟାରେ ଗ୍ୟାସ୍ ହେବା, ପେଟ ଫୁଲିବା ପରି ସମସ୍ୟା ଦେଖା ଦେଇଥାଏ । ଏଥିପାଇଁ ଘରୋଇ ଉପଚାର ଅତ୍ୟନ୍ତ ପ୍ରଭାବଶାଳୀ । ଯଦି ବର୍ଷା ସମୟରେ ଆପଣଙ୍କ ପେଟ ଖରାପ ହୁଏ ତେବେ ଆପଣାନ୍ତି ଏହି ଘରୋଇ ଉପାୟ । ହଜମ ପ୍ରକ୍ରିୟାକୁ ମଜବୁତ କରିବାକୁ ପାନ ପତ୍ର ବେଶ୍ ଲାଭଦାୟକ । ଏଥିରେ ଏପରି ଅନେକ ତତ୍ତ୍ବ ରହିଛି ଯାହା ପାଚନ ଶକ୍ତିକୁ ଦୃଢ କରିଥାଏ । ପାନ ପତ୍ରର ରସକୁ ପିଆଯାଇପାରିବ କିମ୍ବା ପାନ ପତ୍ରକୁ ଚୋବେଇ ଖାଇପାରିବେ । ଏହାବ୍ୟତୀତ ପାନପତ୍ରର କାଢା ତିଆରି କରି ମଧ୍ୟ ପିଇପାରିବେ । ପାଚନ ପ୍ରକ୍ରିୟା ଠିକ୍ କରିବା ପାଇଁ ପାନ ପତ୍ର ଏବଂ ଜୁଆଣିକୁ ମିଶାଇ ଫୁଟାଇ କାଢା ପ୍ରସ୍ତୁତ କରନ୍ତୁ । ଏପରି କରିବା ଦ୍ବାରା ପାଚନ ପ୍ରକ୍ରିୟା ଠିକ୍ ହୋଇଥାଏ । ଏହାବ୍ୟତୀତ ପାନପତ୍ରକୁ ଚୋବାଇବା ଦ୍ବାରା ମୁଖ ଦୁର୍ଗନ୍ଧ ଦୂର ହେବା, ମେଟାବୋଲିଜିମ୍ ବୁଷ୍ଟ ହେବା,

ବର୍ଷା ଦିନେ ପେଟ ସମସ୍ୟାରେ ପୀଡିତ କି ? ପିଅନ୍ତୁ ଏହି ରସ, ମିଳିବ ଆଶ୍ବସ୍ତି

ନୂଆଦିଲ୍ଲୀ ୧୭।୦୮: ବର୍ଷା ଦିନେ ଅନେକ ପ୍ରକାରର ସ୍ବାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳେ । କିଛି ସମୟରେ ଶରୀର ଥଣ୍ଡା ହୋଇଯାଏ ଏବଂ କିଛି ସମୟରେ ଉଷୁମ ଆସିଯାଏ । ଥଣ୍ଡା ଯୋଗୁଁ ଜୀବାଣୁ ମଧ୍ୟ ବଢିବାରେ ଲାଗିଥାନ୍ତି । ଏହି କାରଣରୁ ବର୍ଷାଦିନେ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ । 

ବର୍ଷା ଋତୁରେ ଲୋକମାନେ ତେଲ ଛଣା ଜିନିଷ ଅଧିକ ଖାଇଥାନ୍ତି । ବର୍ଷାଦିନେ ହଜମ ଶୀଘ୍ର ହୋଇନଥାଏ । ଏଥିପାଇଁ ଖାଦ୍ୟକୁ ନିୟନ୍ତ୍ରଣ କରିବା ସହ ପେଟର ଯତ୍ନ ନେବା ଜରୁରୀ । ପେଟ ସମ୍ବନ୍ଧୀୟ ସମସ୍ୟାରେ ଗ୍ୟାସ୍ ହେବା, ପେଟ ଫୁଲିବା ପରି ସମସ୍ୟା ଦେଖା ଦେଇଥାଏ । 

ଏଥିପାଇଁ ଘରୋଇ ଉପଚାର ଅତ୍ୟନ୍ତ ପ୍ରଭାବଶାଳୀ । ଯଦି ବର୍ଷା ସମୟରେ ଆପଣଙ୍କ ପେଟ ଖରାପ ହୁଏ ତେବେ ଆପଣାନ୍ତି ଏହି ଘରୋଇ ଉପାୟ । ହଜମ ପ୍ରକ୍ରିୟାକୁ ମଜବୁତ କରିବାକୁ ପାନ ପତ୍ର ବେଶ୍ ଲାଭଦାୟକ । ଏଥିରେ ଏପରି ଅନେକ ତତ୍ତ୍ବ ରହିଛି ଯାହା ପାଚନ ଶକ୍ତିକୁ ଦୃଢ କରିଥାଏ । 

ପାନ ପତ୍ରର ରସକୁ ପିଆଯାଇପାରିବ କିମ୍ବା ପାନ ପତ୍ରକୁ ଚୋବେଇ ଖାଇପାରିବେ । ଏହାବ୍ୟତୀତ ପାନପତ୍ରର କାଢା ତିଆରି କରି ମଧ୍ୟ ପିଇପାରିବେ । ପାଚନ ପ୍ରକ୍ରିୟା ଠିକ୍ କରିବା ପାଇଁ ପାନ ପତ୍ର ଏବଂ ଜୁଆଣିକୁ ମିଶାଇ ଫୁଟାଇ କାଢା ପ୍ରସ୍ତୁତ କରନ୍ତୁ । 

ଏପରି କରିବା ଦ୍ବାରା ପାଚନ ପ୍ରକ୍ରିୟା ଠିକ୍ ହୋଇଥାଏ । ଏହାବ୍ୟତୀତ ପାନପତ୍ରକୁ ଚୋବାଇବା ଦ୍ବାରା ମୁଖ ଦୁର୍ଗନ୍ଧ ଦୂର ହେବା, ମେଟାବୋଲିଜିମ୍ ବୁଷ୍ଟ ହେବା, ଦାନ୍ତ ନଷ୍ଟ ହେବାରୁ ରୋକିବାରେ ବେଶ୍ ଲାଭଦାୟକ ହୋଇଥାଏ ।