ଉଦଘାଟିତ ହେଲା ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ
ଭୁବନେଶ୍ୱର : ଉଦଘାଟିତ ହେଲା ରାଜ୍ୟସ୍ତରୀୟ ‘ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୫ । ଏହି ସମାବେଶ ଆଜିଠୁ ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ।୨୦୨୫ ବର୍ଷ ପାଇଁ ଥିମ ରହିଛି “ମତ୍ସ୍ୟ ଓ ପ୍ରାଣିପାଳନ, ଜୀବନଜୀବିକା ଜୈବସନ୍ତୁଳନ । ଏହି ସମାବେଶରେ ପ୍ରତି ବ୍ଲକ୍ ରୁ ୨୬ ଜଣ ଚାଷୀ ମୋଟ ୮୧୬୪ ଜଣ ମତ୍ସ୍ୟଚାଷୀ ଓ ପ୍ରାଣିପାଳକ ଯୋଗ ଦେଇଛନ୍ତି । ମତ୍ସ୍ୟଚାଷୀ ଓ ପ୍ରାଣିପାଳକଙ୍କ ସମୃଦ୍ଧିର ମହାକୁମ୍ଭ ହେବ ଏହି ସମାବେଶ । […]

ଭୁବନେଶ୍ୱର : ଉଦଘାଟିତ ହେଲା ରାଜ୍ୟସ୍ତରୀୟ ‘ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୫ । ଏହି ସମାବେଶ ଆଜିଠୁ ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ।୨୦୨୫ ବର୍ଷ ପାଇଁ ଥିମ ରହିଛି “ମତ୍ସ୍ୟ ଓ ପ୍ରାଣିପାଳନ, ଜୀବନଜୀବିକା ଜୈବସନ୍ତୁଳନ । ଏହି ସମାବେଶରେ ପ୍ରତି ବ୍ଲକ୍ ରୁ ୨୬ ଜଣ ଚାଷୀ ମୋଟ ୮୧୬୪ ଜଣ ମତ୍ସ୍ୟଚାଷୀ ଓ ପ୍ରାଣିପାଳକ ଯୋଗ ଦେଇଛନ୍ତି । ମତ୍ସ୍ୟଚାଷୀ ଓ ପ୍ରାଣିପାଳକଙ୍କ ସମୃଦ୍ଧିର ମହାକୁମ୍ଭ ହେବ ଏହି ସମାବେଶ । ଗ୍ରାମାଞ୍ଚଳ ଯୁବକ ଯୁବତୀ ,କୃଷକମାନଙ୍କର ଅର୍ଥନୈତିକ ବିକାଶ କ୍ଷେତ୍ରରେ ମତ୍ସ୍ୟ ପ୍ରାଣୀ ପାଳନ , ଦୁଗଧ ଉତ୍ପାଦନ ରେ କେମିତି ଆଗକୁ ନେବେ ସେଥିପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି ।
ଏହି ସମାବେଶକୁ ଭରତାର ବିଭିନ୍ନ ବୈଜ୍ଞାନିକ ,ଚାଷୀ ମାନେ ଆସିଛନ୍ତି ଯାହାକୁ ଦେଖିଲେ ଆମର କୃଷକମାନେ କିଛି ଶିଖିବେ ଏବଂ ପ୍ରେରଣା ପାଇବେ । ଏହି ସମାବେଶକୁ ଅଧିକ ଆକର୍ଷଣୀୟ କରିବା ପାଇଁ ରାଜସ୍ଥାନ ଯୋଧାପୂର୍ ଆସିଛି ମଇଁଷି ଷଣ୍ଢ ଭୀମ । ଯାହାର ଦାମ ହେବ ୩୦ କୋଟି ବୋଲି ତାର ମାଲିକ ଦାବି କରୁଛନ୍ତି । ଅ ଦ୍ଭୁତ ଆକାର ସହ ପରିବେଶ ସହ ଖାପ ଖୁଆଇ ଚାଲିବାର କ୍ଷମତା ରହିଛି । ଯାହାର ଉଚ୍ଚତା ରହିଛି ୬ ଫୁଟ, ଲମ୍ବା ୧୫ ଫୁଟ ଓ ଓଜନ ୧୫୦୦ kg ରହିଛି ।