ଗୁଜରାଟରୁ ୫ ହଜାର କୋଟି ଟଙ୍କାର କୋକେନ୍‌ ଜବତ

ନୂଆଦିଲ୍ଲୀ : ଦିଲ୍ଲୀ ପରେ ପୁଣି ଗୁଜରାଟରୁ ବିପୁଳ ପରିମାଣର କୋକେନ ଜବତ ହୋଇଛି। ଗୁଜରାଟର ଅଙ୍କଲେଶ୍ୱର ସହରରୁ ଆଜି ସ୍ୱତନ୍ତ୍ର ମିଳିତ ଅପରେସନ ମାଧ୍ୟମରେ ପୁଲିସ୍‌ ୫ ହଜାର କୋଟି ଟଙ୍କାର କୋକେନ୍‌ ଜବତ କରିଛି। ଦିଲ୍ଲୀ ଓ ଗୁଜରାଟ ପୁଲିସ ମିଳିତ ଭାବେ ଅଙ୍କେଲଶ୍ୱର ଠାରେ ଥିବା ଆଭକାର ଡ୍ରଗ୍ସ ଲିଃ କମ୍ପାନୀରେ ରେଡ୍‌ କରିଥିଲେ। ଏହି ସମୟରେ ସେଠାରୁ ୫୧୮ କେଜି ଓଜନର କୋକେନ ମିଳିଛି। ଏହାର ବଜାର ମୂଲ୍ୟ ୫ ହଜାର […]

ଗୁଜରାଟରୁ ୫ ହଜାର କୋଟି ଟଙ୍କାର କୋକେନ୍‌ ଜବତ

ନୂଆଦିଲ୍ଲୀ : ଦିଲ୍ଲୀ ପରେ ପୁଣି ଗୁଜରାଟରୁ ବିପୁଳ ପରିମାଣର କୋକେନ ଜବତ ହୋଇଛି। ଗୁଜରାଟର ଅଙ୍କଲେଶ୍ୱର ସହରରୁ ଆଜି ସ୍ୱତନ୍ତ୍ର ମିଳିତ ଅପରେସନ ମାଧ୍ୟମରେ ପୁଲିସ୍‌ ୫ ହଜାର କୋଟି ଟଙ୍କାର କୋକେନ୍‌ ଜବତ କରିଛି। ଦିଲ୍ଲୀ ଓ ଗୁଜରାଟ ପୁଲିସ ମିଳିତ ଭାବେ ଅଙ୍କେଲଶ୍ୱର ଠାରେ ଥିବା ଆଭକାର ଡ୍ରଗ୍ସ ଲିଃ କମ୍ପାନୀରେ ରେଡ୍‌ କରିଥିଲେ। ଏହି ସମୟରେ ସେଠାରୁ ୫୧୮ କେଜି ଓଜନର କୋକେନ ମିଳିଛି। ଏହାର ବଜାର ମୂଲ୍ୟ ୫ ହଜାର ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ନିକଟରେ ଦିଲ୍ଲୀରୁ ମଧ୍ୟ ୫ ହଜାରରୁ ଅଧିକ କୋଟି ଟଙ୍କାର କୋକେନ୍‌ ଜବତ ହୋଇଥିଲା।