କମିଲା ‘ସ୍ତ୍ରୀ-୨’ର କଲେକ୍ସନ, ଷଷ୍ଠ ଦିନରେ ସବୁଠୁ କମ୍ ଆୟ କଲା ଫିଲ୍ମ

ନୂଆଦିଲ୍ଲୀ: ବକ୍ସ ଅଫିସରେ ୫ ଦିନ ଧରି ହିଟ୍ ରହିବା ପରେ କମିଛି ଫିଲ୍ମ ‘ସ୍ତ୍ରୀ-୨’ର  କଲେକ୍ସନ। ରିଲିଜର ପ୍ରଥମ ଦିନରୁହିଁ ବକ୍ସ ଅଫିସରେ ଧୁମ୍ ମଚାଇଥିବା ଏହି ହରର କମେଡି ଫିଲ୍ମର ଆୟ ମନ୍ଥର ହୋଇଛି। ଫିଲ୍ମ ପ୍ରଥମ ଦିନରେହିଁ ୬୦.୩ କୋଟି ଟଙ୍କାର ଆୟ କରିଥିଲା। ପରେ ଦ୍ବିତୀୟ ଦିନରେ ୩୧.୪ କୋଟି, ତୃତୀୟ ଦିନ‌ରେ ୪୩. ୮୫ କୋଟି ଟଙ୍କା ଏବଂ ଚତୁର୍ଥ ଦିନରେ ୫୫.୯ କୋଟି ଟଙ୍କା ଆୟ କରିଥିଲା। ଅବଶ୍ୟ ପଞ୍ଚମ ଦିନରେ ‘ସ୍ତ୍ରୀ-୨’ର ଆୟରେ ହ୍ରାସ ଦେଖିବାକୁ ମିଳିଥିଲା। ସେହିଭଳି ପଞ୍ଚମ ଦିନରେ ଫିଲ୍ମ ୩୮.୪ କୋଟି ଟଙ୍କା ଆୟ କରିଥିଲା। ଆଉ ଏବେ ଷଷ୍ଠ ଦିନରେ ଫିଲ୍ମ ଆହୁରି କମ୍ ଆୟ କରିଛି। Sacnilkର ରିପୋର୍ଟ ଅନୁଯାୟୀ, ମଙ୍ଗଳବାର, ଷଷ୍ଠ ଦିନରେ ଫିଲ୍ମ ୧୮.୫୪ କୋଟି ଟଙ୍କା ଆୟ କରିଛି । ଏହା ସହ ଫିଲ୍ମର ସମୁଦାୟ କଲେକ୍ସନ ୨୪୮.୦୯ କୋଟି ଟଙ୍କାରେ ପହଞ୍ଚିଛି। ଫିଲ୍ମର ଓ୍ବାର୍ଲ୍ଡଓ୍ବାଇଡ କଲେକ୍ସନ ଦେଖିଲେ ଫିଲ୍ମ ଗ୍ଲୋବାଲ ବକ୍ସ ଅଫିସରେ ୩୫୦ କୋଟି ଟଙ୍କାରୁ ଅଧିକ ଆୟ କରିଛି।ଉଲ୍ଲେଖଯୋଗ୍ୟ, ‘ସ୍ତ୍ରୀ-୨’ରେ ସରକଟାର ରୋଲ ସୁନୀଲ କୁମାର ନିଭାଇଛନ୍ତି। ବଡ଼ କଥା ହେଉଛି ସେ ଜଣେ ରେସଲର। ଏମିତିକି ମିଡିଆ ରିପୋର୍ଟ ଅନୁଯାୟୀ ସେ ଜମ୍ମୁ-କାଶ୍ମୀର ପୋଲିସରେ କନଷ୍ଟେବଳ ମଧ୍ୟ ଅଛନ୍ତି। ତେବେ ଯାହାବି ହେଉ ସୁନୀଲଙ୍କ ନିଖୁଣ ଅଭିନୟକୁ ବେଶ୍ ପସନ୍ଦ କରୁଛନ୍ତି ଦର୍ଶକ।

କମିଲା ‘ସ୍ତ୍ରୀ-୨’ର କଲେକ୍ସନ, ଷଷ୍ଠ ଦିନରେ ସବୁଠୁ କମ୍ ଆୟ କଲା ଫିଲ୍ମ

ନୂଆଦିଲ୍ଲୀ: ବକ୍ସ ଅଫିସରେ ୫ ଦିନ ଧରି ହିଟ୍ ରହିବା ପରେ କମିଛି ଫିଲ୍ମ ‘ସ୍ତ୍ରୀ-୨’ର  କଲେକ୍ସନ। ରିଲିଜର ପ୍ରଥମ ଦିନରୁହିଁ ବକ୍ସ ଅଫିସରେ ଧୁମ୍ ମଚାଇଥିବା ଏହି ହରର କମେଡି ଫିଲ୍ମର ଆୟ ମନ୍ଥର ହୋଇଛି। 

ଫିଲ୍ମ ପ୍ରଥମ ଦିନରେହିଁ ୬୦.୩ କୋଟି ଟଙ୍କାର ଆୟ କରିଥିଲା। ପରେ ଦ୍ବିତୀୟ ଦିନରେ ୩୧.୪ କୋଟି, ତୃତୀୟ ଦିନ‌ରେ ୪୩. ୮୫ କୋଟି ଟଙ୍କା ଏବଂ ଚତୁର୍ଥ ଦିନରେ ୫୫.୯ କୋଟି ଟଙ୍କା ଆୟ କରିଥିଲା। ଅବଶ୍ୟ ପଞ୍ଚମ ଦିନରେ ‘ସ୍ତ୍ରୀ-୨’ର ଆୟରେ ହ୍ରାସ ଦେଖିବାକୁ ମିଳିଥିଲା। ସେହିଭଳି ପଞ୍ଚମ ଦିନରେ ଫିଲ୍ମ ୩୮.୪ କୋଟି ଟଙ୍କା ଆୟ କରିଥିଲା। 

ଆଉ ଏବେ ଷଷ୍ଠ ଦିନରେ ଫିଲ୍ମ ଆହୁରି କମ୍ ଆୟ କରିଛି। Sacnilkର ରିପୋର୍ଟ ଅନୁଯାୟୀ, ମଙ୍ଗଳବାର, ଷଷ୍ଠ ଦିନରେ ଫିଲ୍ମ ୧୮.୫୪ କୋଟି ଟଙ୍କା ଆୟ କରିଛି । ଏହା ସହ ଫିଲ୍ମର ସମୁଦାୟ କଲେକ୍ସନ ୨୪୮.୦୯ କୋଟି ଟଙ୍କାରେ ପହଞ୍ଚିଛି। ଫିଲ୍ମର ଓ୍ବାର୍ଲ୍ଡଓ୍ବାଇଡ କଲେକ୍ସନ ଦେଖିଲେ ଫିଲ୍ମ ଗ୍ଲୋବାଲ ବକ୍ସ ଅଫିସରେ ୩୫୦ କୋଟି ଟଙ୍କାରୁ ଅଧିକ ଆୟ କରିଛି।

ଉଲ୍ଲେଖଯୋଗ୍ୟ, ‘ସ୍ତ୍ରୀ-୨’ରେ ସରକଟାର ରୋଲ ସୁନୀଲ କୁମାର ନିଭାଇଛନ୍ତି। ବଡ଼ କଥା ହେଉଛି ସେ ଜଣେ ରେସଲର। ଏମିତିକି ମିଡିଆ ରିପୋର୍ଟ ଅନୁଯାୟୀ ସେ ଜମ୍ମୁ-କାଶ୍ମୀର ପୋଲିସରେ କନଷ୍ଟେବଳ ମଧ୍ୟ ଅଛନ୍ତି। ତେବେ ଯାହାବି ହେଉ ସୁନୀଲଙ୍କ ନିଖୁଣ ଅଭିନୟକୁ ବେଶ୍ ପସନ୍ଦ କରୁଛନ୍ତି ଦର୍ଶକ।