ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ମୃଣାଲ, ଖୋଲି କହିଦେଲେ ସବୁକଥା
ମୁମ୍ବାଇ, ୦୪।୦୮: ଟିଭି ଇଣ୍ଡଷ୍ଟ୍ରିରୁ କ୍ୟାରିୟର ଆରମ୍ଭ କରି ବଲିଉଡରେ ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀଙ୍କ ମଧ୍ୟରୁ ମୃଣାଲ ଠାକୁର ଅନ୍ୟତମ। ୨୦୧୨ରେ ଟିଭି ଧାରାବାହିକ ‘ମୁଝ୍ସେ କୁଛ୍ କେହତି ହେ ଖାମୋସିୟାଁ’ ଜରିଆରେ ସେ ଛୋଟ ପରଦାରେ ଡେବ୍ୟୁ କରିଥିଲେ। ଏହାପରେ ଲୋକପ୍ରିୟ ଧାରାବାହିକ ‘କୁମ୍କୁମ୍ ଭାଗ୍ୟ’ର ବୁଲବୁଲ୍ ଚରିତ୍ରରେ ସେ ଅଭିନୟ କରି ପ୍ରସିଦ୍ଧି ପାଇଥିଲେ। ୨୦୧୮ରେ ମୃଣାଲ ‘ଲଭ୍ ସୋନିଆ’ ଚଳଚ୍ଚିତ୍ର ମାଧ୍ୟମରେ ବଡ଼ ପରଦାରେ ଏଣ୍ଟ୍ରି କରି ନିଜ ନିଖୁଣ ଅଭିନୟ […] The post ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ମୃଣାଲ, ଖୋଲି କହିଦେଲେ ସବୁକଥା appeared first on Dharitri Odia News.
ମୁମ୍ବାଇ, ୦୪।୦୮: ଟିଭି ଇଣ୍ଡଷ୍ଟ୍ରିରୁ କ୍ୟାରିୟର ଆରମ୍ଭ କରି ବଲିଉଡରେ ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀଙ୍କ ମଧ୍ୟରୁ ମୃଣାଲ ଠାକୁର ଅନ୍ୟତମ। ୨୦୧୨ରେ ଟିଭି ଧାରାବାହିକ ‘ମୁଝ୍ସେ କୁଛ୍ କେହତି ହେ ଖାମୋସିୟାଁ’ ଜରିଆରେ ସେ ଛୋଟ ପରଦାରେ ଡେବ୍ୟୁ କରିଥିଲେ। ଏହାପରେ ଲୋକପ୍ରିୟ ଧାରାବାହିକ ‘କୁମ୍କୁମ୍ ଭାଗ୍ୟ’ର ବୁଲବୁଲ୍ ଚରିତ୍ରରେ ସେ ଅଭିନୟ କରି ପ୍ରସିଦ୍ଧି ପାଇଥିଲେ। ୨୦୧୮ରେ ମୃଣାଲ ‘ଲଭ୍ ସୋନିଆ’ ଚଳଚ୍ଚିତ୍ର ମାଧ୍ୟମରେ ବଡ଼ ପରଦାରେ ଏଣ୍ଟ୍ରି କରି ନିଜ ନିଖୁଣ ଅଭିନୟ ଦ୍ୱାରା ବେଶ୍ ପ୍ରଶଂସିତ ହୋଇଥିଲେ। ପରେ ସେ ‘ସୁପର ୩୦’ ଓ ‘ବାଟ୍ଲା ହାଉସ’ ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇଥିଲେ। ଚାହୁଁ ଚାହୁଁ ବଲିଉଡ୍ର ଶ୍ରେଷ୍ଠ ଅଭିନେତ୍ରୀଙ୍କ ନାମ ମଧ୍ୟରେ ମୃଣାଲଙ୍କ ନାଁ ଅନ୍ତର୍ଭୁକ୍ତ ହୋଇପାରିଥିଲା।
ଅଭିନେତ୍ରୀ ହେବା ନେଇ ମୃଣାଲଙ୍କ ଯାତ୍ରା ଏତେ ସହଜ ନ ଥିଲା। ଜୀବନରେ ଅନେକ ଉତ୍ଥାନ ଓ ପତନ ଦେଖିଥିବା ନେଇ ସେ ଶନିବାର ଏକ ସାକ୍ଷାତ୍କାରରେ କହିଛନ୍ତି। ଏକଦା ମୃଣାଲ ତାଙ୍କ ଜୀବନରେ ଖରାପ ସମୟ ଦେଇ ଗତି କରୁଥିଲେ। ସେତେବେଳେ ତାଙ୍କୁ କୌଣସି କାମ ମଧ୍ୟ ମିଳୁ ନ ଥିଲା। ଫଳରେ ସେ ହତାଶ ହୋଇ ବହୁବାର ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲେ ବୋଲି ଏହି ସାକ୍ଷାତ୍କାରରେ କହିଛନ୍ତି।
The post ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ମୃଣାଲ, ଖୋଲି କହିଦେଲେ ସବୁକଥା appeared first on Dharitri Odia News.