ଭାଜପା କେନ୍ଦୁଝର ଜିଲା ମିଡିଆ ସଂଯୋଜକ ହେଲେ ବ୍ରଜକିଶୋର ରାୟ
କେନ୍ଦୁଝର,୧୬।୨(ନରେଶଚନ୍ଦ୍ର ପଟ୍ଟନାୟକ): ଭାଜପାର କେନ୍ଦୁଝର ଜିଲା ମିଡିଆ ସଂଯୋଜକ ଭାବେ ବ୍ରଜକିଶୋର ରାୟଙ୍କ ନାମ ଘୋଷଣା ହୋଇଛି। ଭାଜପାର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ତାଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି। ଛାତ୍ର ଜୀବନରୁ ରଜନୀତି କ୍ୟାରିୟର ଆରମ୍ଭ କରିଥିଲେ ଯୁବ ସଂଗଠକ ବ୍ରଜକିଶୋର। ୨୦୧୪ ନିର୍ବାଚନ ପୂର୍ବରୁ ଭାଜପା ଯୁବମୋର୍ଚ୍ଚାର କେନ୍ଦୁଝର ନଗର ସଭାପତି ଦାୟିତ୍ୱ ତୁଲାଇବାରେ ସଫଳ ହେବାରୁ ପରବର୍ତ୍ତୀ ସମୟରେ ଜିଲା ତଥା […] The post ଭାଜପା କେନ୍ଦୁଝର ଜିଲା ମିଡିଆ ସଂଯୋଜକ ହେଲେ ବ୍ରଜକିଶୋର ରାୟ appeared first on Dharitri Odia News.
କେନ୍ଦୁଝର,୧୬।୨(ନରେଶଚନ୍ଦ୍ର ପଟ୍ଟନାୟକ): ଭାଜପାର କେନ୍ଦୁଝର ଜିଲା ମିଡିଆ ସଂଯୋଜକ ଭାବେ ବ୍ରଜକିଶୋର ରାୟଙ୍କ ନାମ ଘୋଷଣା ହୋଇଛି। ଭାଜପାର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ତାଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି।
ଛାତ୍ର ଜୀବନରୁ ରଜନୀତି କ୍ୟାରିୟର ଆରମ୍ଭ କରିଥିଲେ ଯୁବ ସଂଗଠକ ବ୍ରଜକିଶୋର। ୨୦୧୪ ନିର୍ବାଚନ ପୂର୍ବରୁ ଭାଜପା ଯୁବମୋର୍ଚ୍ଚାର କେନ୍ଦୁଝର ନଗର ସଭାପତି ଦାୟିତ୍ୱ ତୁଲାଇବାରେ ସଫଳ ହେବାରୁ ପରବର୍ତ୍ତୀ ସମୟରେ ଜିଲା ତଥା ରାଜ୍ୟ ନେତୃତ୍ୱଙ୍କ ସହମତିରେ ୨୦୧୯ ନିର୍ବାଚନ ସମୟରେ ଭାଜପା ଯୁବମୋର୍ଚ୍ଚାର ଜିଲା ସାଧାରଣ ସମ୍ପାଦକ ପରି ଗୁରୁ ଦାୟିୟିତ୍ୱ ତୁଲାଇ ଥିଲେ। ପୁନର୍ବାର ୨୦୨୪ ନିର୍ବାଚନ ପୂର୍ବରୁ ତାଙ୍କୁ ଏଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଥିବାରୁ ସେ ଖୁସି ଥିବା କହିଛନ୍ତି।
The post ଭାଜପା କେନ୍ଦୁଝର ଜିଲା ମିଡିଆ ସଂଯୋଜକ ହେଲେ ବ୍ରଜକିଶୋର ରାୟ appeared first on Dharitri Odia News.