ବଡ଼ ନିଷ୍ପତି ନେଲା ଏସ୍ଆରଏଚ୍: ଏବେ କେମିତି ଜିତିବ ଫାଇନାଲ ?
ଚେନ୍ନାଇ,୨୫ା୫: ଚଳିତ ଆଇପିଏଲ୍ ସିଜିନ୍ରେ ନିଜର ଆକ୍ରମଣାତ୍ମକ ଖେଳ ପାଇଁ ଚର୍ଚ୍ଚାରେ ଥିବା ସନ୍ରାଇଜର୍ସ ହାଇଦ୍ରାବାଦ(ଏସ୍ଆରଏଚ୍) ଶୁକ୍ରବାର ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ତେବେ ଦଳ ଫାଇନାଲ ମ୍ୟାଚ୍ ପୁର୍ବରୁ ଏସ୍ଆରଏଚ୍ ଏକ ବଡ଼ ନିଷ୍ପତି ନେଇଛି, ଯାହା ଦଳର ଫାଇନାଲ ମ୍ୟାଚ୍ ପ୍ରଦର୍ଶନ ଉପରେ ପ୍ରଭାବ ପକାଇପାରେ। ଚେନ୍ନାଇରେ ଏବେ ପ୍ରବଳ ଗରମ ସାଙ୍ଗକୁ ଆଦ୍ରତାକୁ ନଜରରେ ରଖି ଦଳ ଶନିବାର ଅଭ୍ୟାସ ନ କରିବାକୁ ନିଷ୍ପତି ନେଇଛି। ଫଳରେ ଦଳର ଖେଳାଳୀ […] The post ବଡ଼ ନିଷ୍ପତି ନେଲା ଏସ୍ଆରଏଚ୍: ଏବେ କେମିତି ଜିତିବ ଫାଇନାଲ ? appeared first on Dharitri Odia News.
ଚେନ୍ନାଇ,୨୫ା୫: ଚଳିତ ଆଇପିଏଲ୍ ସିଜିନ୍ରେ ନିଜର ଆକ୍ରମଣାତ୍ମକ ଖେଳ ପାଇଁ ଚର୍ଚ୍ଚାରେ ଥିବା ସନ୍ରାଇଜର୍ସ ହାଇଦ୍ରାବାଦ(ଏସ୍ଆରଏଚ୍) ଶୁକ୍ରବାର ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ତେବେ ଦଳ ଫାଇନାଲ ମ୍ୟାଚ୍ ପୁର୍ବରୁ ଏସ୍ଆରଏଚ୍ ଏକ ବଡ଼ ନିଷ୍ପତି ନେଇଛି, ଯାହା ଦଳର ଫାଇନାଲ ମ୍ୟାଚ୍ ପ୍ରଦର୍ଶନ ଉପରେ ପ୍ରଭାବ ପକାଇପାରେ।
ଚେନ୍ନାଇରେ ଏବେ ପ୍ରବଳ ଗରମ ସାଙ୍ଗକୁ ଆଦ୍ରତାକୁ ନଜରରେ ରଖି ଦଳ ଶନିବାର ଅଭ୍ୟାସ ନ କରିବାକୁ ନିଷ୍ପତି ନେଇଛି। ଫଳରେ ଦଳର ଖେଳାଳୀ ମାନଙ୍କୁ ଫାଇନାଲ ମ୍ୟାଚ୍ ପୁର୍ବରୁ ବିଶ୍ରାମ ମିଳିବ। ଏହାର ଅର୍ଥ ହେଉଛି ଏସ୍ଆରଏଚ୍ ସିଧାସଳଖ ଫାଇନାଲ ଖେଳିବ।
ଅନ୍ୟପକ୍ଷରେ, କେକେଆର ଗତ ମଙ୍ଗଳବାର ଦିନ କ୍ୱାଲିଫାୟର ୧ ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଥିଲା ଏବଂ ଫାଇନାଲ ପୂର୍ବରୁ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଦଳ ଲମ୍ବା ବ୍ରେକ୍ ପାଇଛି। କେକେଆର ଶୁକ୍ରବାର ଅଭ୍ୟାସ କରିଥିଲା ଏବଂ ଶନିବାର ମଧ୍ୟ ଆଉ ଏକ ନେଟ ସେସନ୍ କରିବ ବୋଲି ଆଶା କରାଯାଉଛି।
The post ବଡ଼ ନିଷ୍ପତି ନେଲା ଏସ୍ଆରଏଚ୍: ଏବେ କେମିତି ଜିତିବ ଫାଇନାଲ ? appeared first on Dharitri Odia News.