ନିର୍ବାଚନ ପୂର୍ବରୁ ଗୋଟେ କଥା, ଶାସନକୁ ଆସିବା ପରେ ଦ୍ୱନ୍ଦ୍ୱ ସୃଷ୍ଟି….
ଭୁବନେଶ୍ୱର, ୧୭।୯(ସୁନିତ୍ ମିଶ୍ର): ବର୍ତ୍ତମାନ ରାଜ୍ୟ ସରକାର ସୁଭଦ୍ରା ଯୋଜନାକୁ ନେଇ ବେଶ୍ ଉତ୍ସାହିତ। ଏହାର ପ୍ରଚାର ପ୍ରସାର ପାଇଁ ରାଜ୍ୟ ରାଜକୋଷରୁ ବିପୁଳ ଅର୍ଥ ଖର୍ଚ୍ଚ କରାଯାଉଛି। ମାତ୍ର ବାସ୍ତବରେ ଏହା ଭାଜପା ସରକାରର ଆଉ ଏକ ଜୁମ୍ଲା। କାରଣ ନିର୍ବାଚନ ପୂର୍ବରୁ ଭାଜପାର ନେତାମାନେ କହିଥିଲେ, ଓଡ଼ିଶାରେ ଯଦି ଭାଜପା କ୍ଷମତାକୁ ଆସେ ତେବେ ତୁରନ୍ତ ରାଜ୍ୟର ସମସ୍ତ ମହିଳାଙ୍କୁ ୫୦ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ। କିନ୍ତୁ କ୍ଷମତାକୁ ଆସିବା ପରେ […] The post ନିର୍ବାଚନ ପୂର୍ବରୁ ଗୋଟେ କଥା, ଶାସନକୁ ଆସିବା ପରେ ଦ୍ୱନ୍ଦ୍ୱ ସୃଷ୍ଟି…. appeared first on Dharitri Odia News.
ଭୁବନେଶ୍ୱର, ୧୭।୯(ସୁନିତ୍ ମିଶ୍ର): ବର୍ତ୍ତମାନ ରାଜ୍ୟ ସରକାର ସୁଭଦ୍ରା ଯୋଜନାକୁ ନେଇ ବେଶ୍ ଉତ୍ସାହିତ। ଏହାର ପ୍ରଚାର ପ୍ରସାର ପାଇଁ ରାଜ୍ୟ ରାଜକୋଷରୁ ବିପୁଳ ଅର୍ଥ ଖର୍ଚ୍ଚ କରାଯାଉଛି। ମାତ୍ର ବାସ୍ତବରେ ଏହା ଭାଜପା ସରକାରର ଆଉ ଏକ ଜୁମ୍ଲା। କାରଣ ନିର୍ବାଚନ ପୂର୍ବରୁ ଭାଜପାର ନେତାମାନେ କହିଥିଲେ, ଓଡ଼ିଶାରେ ଯଦି ଭାଜପା କ୍ଷମତାକୁ ଆସେ ତେବେ ତୁରନ୍ତ ରାଜ୍ୟର ସମସ୍ତ ମହିଳାଙ୍କୁ ୫୦ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ। କିନ୍ତୁ କ୍ଷମତାକୁ ଆସିବା ପରେ ଭାଜପା ସରକାର ସୁଭଦ୍ରା ଯୋଜନାକୁ ନେଇ ଏମିତି ଦ୍ୱନ୍ଦ୍ୱ ସୃଷ୍ଟି କଲେ ଯେ ତାହା ଏ ପର୍ଯ୍ୟନ୍ତ ମଧ୍ୟ ଲୋକଙ୍କ ପାଇଁ ଅବୁଝା ରହିଛି। ସେହିପରି ଓଡ଼ିଆ ଅସ୍ମିତା କଥା କହି କ୍ଷମତାକୁ ଆସିଥିବା ସରକାର ବର୍ତ୍ତମାନ ଓଡ଼ିଶାରେ ଗୁଜରାଟ ମଡ଼େଲ ଚଲାଇଛନ୍ତି। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ଅଣଓଡ଼ିଆ ଅଫିସରଙ୍କୁ ବସାଇ ଓଡ଼ିଆ ଅସ୍ମିତାକୁ ଧୂଳିସାତ କରିବାକୁ ଯୋଜନା କରିଛନ୍ତି। ଗୋପାଳପୁର ବନ୍ଦରକୁ ଆଦାନୀକୁ ପ୍ରଦାନ କରି ରାଜ୍ୟର ମୋହନ ସରକାର ନିଜକୁ ମୋଦାନୀ ସରକାର ପରିଚୟ ଦେଇଛନ୍ତି ବୋଲି ପ୍ରଦେଶ କଂଗ୍ରେସ ଷ୍ଟିୟରିଂ କମିଟି ସଦସ୍ୟ ବିଶ୍ୱରଞ୍ଜନ ମହାନ୍ତି କହିଛନ୍ତି।
କଂଗ୍ରେସ ଭବନଠାରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ବିଶ୍ୱରଞ୍ଜନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଭାଜପା ସରକାର ପ୍ରଥମେ ରଥଯାତ୍ରାରେ ସୁଭଦ୍ରା ଯୋଜନା ଅର୍ଥ ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ। ଏହାପରେ ଅଗଷ୍ଟ ୧୫ ସ୍ବାଧୀନତା ଦିବସରେ ଏହି ଅର୍ଥ ଦିଆଯିବ ବୋଲି କହିଲେ। ମାତ୍ର ଏବେ ଏହି ଦୁଇ ଦିବସଠାରୁ ଅଧିକ ଶୁଭଦିନ ଭାବି ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଏହି ଅର୍ଥ ଦେବାକୁ ଯାଉଛନ୍ତି। ନିର୍ବାଚନ ପୂର୍ବରୁ ସମସ୍ତ ମହିଳାଙ୍କୁ ତୁରନ୍ତ ୫୦ ହଜାର ଟଙ୍କା ଦେବାକୁ କହିଥିଲେ। ମାତ୍ର କ୍ଷମତାକୁ ଆସିବା ପରେ ୨ ବର୍ଷରେ ଏହି ଅର୍ଥ ପ୍ରଦାନ କରିବେ ବୋଲି କହିଲେ। ଏବେ ପୁଣି ୫ ବର୍ଷରେ ଦେବେ ବୋଲି କହିଛନ୍ତି। ଏମିତି ହିସାବରେ ଜଣେ ମହିଳା ମାସକୁ ମାତ୍ର ୮୩୩ ଟଙ୍କା ତଥା ଦିନକୁ ୨୭ ଟଙ୍କା ପାଇବେ। ଏହି ଅର୍ଥରେ ଜଣେ ମହିଳା କି ପ୍ରକାର ଉଦ୍ୟୋଗ ଗଢ଼ିବେ ଏବଂ ସଶକ୍ତ ହେବେ ବୋଲି ବିଶ୍ୱରଞ୍ଜନ ପ୍ରଶ୍ନ କରିଛନ୍ତି।
The post ନିର୍ବାଚନ ପୂର୍ବରୁ ଗୋଟେ କଥା, ଶାସନକୁ ଆସିବା ପରେ ଦ୍ୱନ୍ଦ୍ୱ ସୃଷ୍ଟି…. appeared first on Dharitri Odia News.