କିଛି କ୍ଷଣ ମଧ୍ୟରେ ଛାରଖାର କରିଦେଲା ପବନ ବର୍ଷା

ପାରଳାଖେମୁଣ୍ଡି,୩।୬(ଗିରିଧାରୀ ପରିଛା): ରାଜ୍ୟରେ ଅଦିନିଆ ବର୍ଷା ପବନ ହେତୁ ଅନେକ କ୍ଷତି ହୋଛି। କିଛି କ୍ଷଣ ମଧ୍ୟରେ ସବୁ କିଛି ଛାରଖାର ହୋଛି। ତାତିରୁ ଆଶ୍ୱସ୍ତି ମିଳିଛି ସତ କିନ୍ତୁ ଅନେକେଙ୍କୁ କ୍ଷତି ପହଞ୍ଚାଇଛି। ପାରଳାଖେମୁଣ୍ଡିରେ ଏହି କାଳବୈଶାଖୀ ପ୍ରଭାବରେ ପବନ ସାଙ୍ଗକୁ ବର୍ଷା ଯୋଗୁ ବେହାଲ ହୋଇପଡିଛି ପାରଳାଖେମୁଣ୍ଡି। ସହରର ସବୁ ରାସ୍ତା ଜାମ। ଭାଙ୍ଗିପଡ଼ିଛି ବଡ ବଡ ଗଛ। ଅନେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ସହ ତାର ଛିଣ୍ଡି ରାସ୍ତା ଉପରେ ପଡ଼ିଥିବା ବେଳେ […] The post କିଛି କ୍ଷଣ ମଧ୍ୟରେ ଛାରଖାର କରିଦେଲା ପବନ ବର୍ଷା appeared first on Dharitri Odia News.

କିଛି କ୍ଷଣ ମଧ୍ୟରେ ଛାରଖାର କରିଦେଲା ପବନ ବର୍ଷା

ପାରଳାଖେମୁଣ୍ଡି,୩।୬(ଗିରିଧାରୀ ପରିଛା): ରାଜ୍ୟରେ ଅଦିନିଆ ବର୍ଷା ପବନ ହେତୁ ଅନେକ କ୍ଷତି ହୋଛି। କିଛି କ୍ଷଣ ମଧ୍ୟରେ ସବୁ କିଛି ଛାରଖାର ହୋଛି। ତାତିରୁ ଆଶ୍ୱସ୍ତି ମିଳିଛି ସତ କିନ୍ତୁ ଅନେକେଙ୍କୁ କ୍ଷତି ପହଞ୍ଚାଇଛି। ପାରଳାଖେମୁଣ୍ଡିରେ ଏହି କାଳବୈଶାଖୀ ପ୍ରଭାବରେ ପବନ ସାଙ୍ଗକୁ ବର୍ଷା ଯୋଗୁ ବେହାଲ ହୋଇପଡିଛି ପାରଳାଖେମୁଣ୍ଡି। ସହରର ସବୁ ରାସ୍ତା ଜାମ। ଭାଙ୍ଗିପଡ଼ିଛି ବଡ ବଡ ଗଛ। ଅନେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ସହ ତାର ଛିଣ୍ଡି ରାସ୍ତା ଉପରେ ପଡ଼ିଥିବା ବେଳେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି। ସେପଟେ ସହରର ମୁଖ୍ୟ ଚିକିତ୍ସାଳୟ ପରିସ୍ଥିତି ଅତି ଶୋଚନୀୟ ଆଶୁ ଚିକିତ୍ସା କେନ୍ଦ୍ର ଉପରେ ପଡି ବିରାଟ ଗଛ ହସ୍ପିଟାଲ ମୁଖ୍ୟ ଫାଟକ ଆଗରେ ମଧ୍ୟ ଗଛ ପଡି ରାସ୍ତା ଅବରୋଧ ହୋଇଯାଇଛି। ଛାତରୁ ପାଣି ଗଳି ହସ୍ପିଟାଲ ପରିସରରେ ମଧ୍ୟ ପାଣି ଜମା ହୋଇଛି। ଫଳରେ ରୋଗୀ ହନ୍ତସନ୍ତ ହେଉଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରହିଥିବା ମଧ୍ୟ ଅନେକ ଗଛ ଭାଙ୍ଗି ପଡ଼ିଯାଇଛି । ଅନ୍ୟ ବସ୍ତି ଅଞ୍ଚଳରେ ମଧ୍ୟ ଅନେକ ଘର ପବନରେ ଉଡି ଯାଇଥିବା ବେଳେ ବାସହରା ହୋଇଛନ୍ତି ଅନେକ ବସ୍ତି ବାସିନ୍ଦା। ଗତକାଲି ବିଳମ୍ବିତ ରାତିରେ ଓଡ୍ରାଫର ଗୋଟେ ଟିମ ଆସି ପହଁଚି ଉଦ୍ଧର କାର୍ଯ୍ୟ ଆରମ୍ଭ କରିଛନ୍ତି। ସେପଟେ ଅଗ୍ନିଶମ ବିଭାଗ ଓ ବିଦ୍ୟୁତ ବିଭାଗର କର୍ମଚାରୀ ସ୍ଥିତି ସୁଧୁରିବା ପାଇଁ କାମରେ ଜୋରସୋରରେ ଲାଗିପଡିଛନ୍ତି। ଗତକାଲି ରାତିରେ ଜିଲାପାଳ ସ୍ମୃତିରଞ୍ଜନ ପଧାନ ସହର ବିଭିନ୍ନ ସ୍ଥାନ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ। ବର୍ତ୍ତମାନ ପ୍ରାଥମିକତା ଭିତ୍ତରେ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ଜନସ୍ବାସ୍ଥ୍ୟ ବିଭାଗକୁ ବିଦ୍ୟୁତ ଯୋଗାଇବା ପାଇଁ ଉଦ୍ୟମ ଜାରି ରହିଛି । ଓଡ୍ରାଫର ଏକ ଟିମ ସହରରେ ପଡିଥିବା ଗଛକୁ କାଟି ବନ୍ଦ ହୋଇଥିବା ରାସ୍ତାକୁ ଖୋଲାଯାଉଛି। ଗତକାଲିଠାରୁ ସହରରେ ବିଦ୍ୟୁତ ସରବରାହ ବନ୍ଦ ରହିଛି।

The post କିଛି କ୍ଷଣ ମଧ୍ୟରେ ଛାରଖାର କରିଦେଲା ପବନ ବର୍ଷା appeared first on Dharitri Odia News.