ଆଦିବାସୀଙ୍କଠାରୁ ଜମି କିଣିବେ ସରକାର, ମାଲିକ ଚାହିଁଲେ ପୁଣି…

ଭୁବନେଶ୍ୱର,୨୨ା୫: ଏଣିକି ସରକାର ଆଦିବାସୀ(SC/ST)ଙ୍କ ଜମି କିଣିବେ। ଧନୀ ଲୋକ ଚାପ ପକାଇ ଜାତି ଓ ଜନଜାତିଙ୍କ ସମ୍ପତ୍ତି ହଡ଼ପ କରିପାରିବେ ନାହିଁ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଏନେଇ ରାଜ୍ୟ ସରକାର ଖୁବ୍‌ଶୀଘ୍ର କର୍ପସ ଫଣ୍ଡ୍‌ ଗଠନ କରିବେ। ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଉକ୍ତ କମିଟି ଗଠନ ହେବ। ଏହି କମିଟିରେ SC/ST ବିଭାଗ ସଚିବ, ନିର୍ଦ୍ଦେଶକ, ବିଶେଷଜ୍ଞ ରହିବେ। SC/ST ବିଭାଗ ଗୃହ କମିଟି, ବିଧାୟକଙ୍କ ପରାମର୍ଶ […] The post ଆଦିବାସୀଙ୍କଠାରୁ ଜମି କିଣିବେ ସରକାର, ମାଲିକ ଚାହିଁଲେ ପୁଣି… appeared first on Dharitri Odia News.

ଆଦିବାସୀଙ୍କଠାରୁ ଜମି କିଣିବେ ସରକାର, ମାଲିକ ଚାହିଁଲେ ପୁଣି…

ଭୁବନେଶ୍ୱର,୨୨ା୫: ଏଣିକି ସରକାର ଆଦିବାସୀ(SC/ST)ଙ୍କ ଜମି କିଣିବେ। ଧନୀ ଲୋକ ଚାପ ପକାଇ ଜାତି ଓ ଜନଜାତିଙ୍କ ସମ୍ପତ୍ତି ହଡ଼ପ କରିପାରିବେ ନାହିଁ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଏନେଇ ରାଜ୍ୟ ସରକାର ଖୁବ୍‌ଶୀଘ୍ର କର୍ପସ ଫଣ୍ଡ୍‌ ଗଠନ କରିବେ। ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଉକ୍ତ କମିଟି ଗଠନ ହେବ।

ଏହି କମିଟିରେ SC/ST ବିଭାଗ ସଚିବ, ନିର୍ଦ୍ଦେଶକ, ବିଶେଷଜ୍ଞ ରହିବେ। SC/ST ବିଭାଗ ଗୃହ କମିଟି, ବିଧାୟକଙ୍କ ପରାମର୍ଶ ନିଆଯିବ। ସମସ୍ତଙ୍କ ପରାମର୍ଶ ନେଇ କମିଟି ରିପୋର୍ଟ ଦେବା ପରେ ନିଷ୍ପତ୍ତି ହେବ। ଝିଅ ବାହାଘର, ଚିକିତ୍ସା, ପିଲାଙ୍କ ଉଚ୍ଚ ଶିକ୍ଷା ପାଇଁ ଜମି ବିକ୍ରି କରିବାକୁ ଚାହୁଁଥିଲେ, ସରକାର ଏହି ଜମିକୁ କିଣିବେ। ୨ରୁ ୩ ବର୍ଷ ସରକାର ଏହାକୁ ସୁରକ୍ଷିତ ରଖିବେ, ଜମି ମାଲିକ ଚାହିଁଲେ ଏହାକୁ ପୁଣି ନେଇପାରିବେ ବୋଲି ମନ୍ତ୍ରୀ କହିଛନ୍ତି।

The post ଆଦିବାସୀଙ୍କଠାରୁ ଜମି କିଣିବେ ସରକାର, ମାଲିକ ଚାହିଁଲେ ପୁଣି… appeared first on Dharitri Odia News.