୨୦୨୯ରେ କିଏ ହେବ ଭାଜପାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଦାବିବାର? ସଫା ସଫା କହିଲେ ଶାହା
ନୂଆଦିଲ୍ଲୀ,୧୩।୫: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଭୋଟ ସମଗ୍ର ଦେଶରେ ପର୍ଯ୍ୟାୟକ୍ରମେ ଚାଲିଛି। ଏଭଳି ପରିସ୍ଥିତିରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ପ୍ରମୁଖ ବିରୋଧୀ ଦଳର ନେତାମାନେ ନିର୍ବାଚନ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ବରିଷ୍ଠ ଭାଜପା ନେତା ତଥା ଦେଶର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ଆସନ୍ତା ଲୋକ ସଭା ନିର୍ବାଚନ ପାଇଁ ଦଳର ରଣନୀତି ଉନ୍ମୋଚନ କରିଛନ୍ତି। ଆସନ୍ତା ଲୋକ ସଭା ନିର୍ବାଚନରେ ଅର୍ଥାତ୍ ୨୦୨୯ ସାଧାରଣ ନିର୍ବାଚନରେ […] The post ୨୦୨୯ରେ କିଏ ହେବ ଭାଜପାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଦାବିବାର? ସଫା ସଫା କହିଲେ ଶାହା appeared first on Dharitri Odia News.
ନୂଆଦିଲ୍ଲୀ,୧୩।୫: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଭୋଟ ସମଗ୍ର ଦେଶରେ ପର୍ଯ୍ୟାୟକ୍ରମେ ଚାଲିଛି। ଏଭଳି ପରିସ୍ଥିତିରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ପ୍ରମୁଖ ବିରୋଧୀ ଦଳର ନେତାମାନେ ନିର୍ବାଚନ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ବରିଷ୍ଠ ଭାଜପା ନେତା ତଥା ଦେଶର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ଆସନ୍ତା ଲୋକ ସଭା ନିର୍ବାଚନ ପାଇଁ ଦଳର ରଣନୀତି ଉନ୍ମୋଚନ କରିଛନ୍ତି। ଆସନ୍ତା ଲୋକ ସଭା ନିର୍ବାଚନରେ ଅର୍ଥାତ୍ ୨୦୨୯ ସାଧାରଣ ନିର୍ବାଚନରେ ଭାଜପା କାହା ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛି ତାହା ମଧ୍ୟ ସେ ସ୍ପଷ୍ଟ କରିଛନ୍ତି।
ଏକ ଘରୋଇ ଟେଲିଭିଜନ ଚ୍ୟାନେଲ ସହିତ ଏକ ସ୍ବତନ୍ତ୍ର ବାର୍ତ୍ତାଳାପରେ ଅମିତ ଶାହା ଭାଜପାର ରଣନୀତି ବିଷୟରେ ବର୍ଣ୍ଣନା କରି କହିଛନ୍ତି ଯେ ନରେନ୍ଦ୍ର ମୋଦି ୨୦୨୯ ର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ ସମାପ୍ତ କରିବେ ଏବଂ ୨୦୨୯ପରେ ମଧ୍ୟ ନରେନ୍ଦ୍ର ମୋଦି ଭାରତୀୟ ଜନତା ପାର୍ଟିର ନିର୍ବାଚନ ପ୍ରଚାରର ନେତୃତ୍ୱ ନେବେ। ମୋଦି ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାଜପା ଆଗାମୀ ନିର୍ବାଚନରେ ମଧ୍ୟ ଲଢିବାକୁ ଯାଉଛି ବୋଲି ଅମିତ ଶାହା ସ୍ପଷ୍ଟ କରିଛନ୍ତି।
The post ୨୦୨୯ରେ କିଏ ହେବ ଭାଜପାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଦାବିବାର? ସଫା ସଫା କହିଲେ ଶାହା appeared first on Dharitri Odia News.