ଅଗ୍ନିପଥ ଯୋଜନାକୁ ନେଇ ବଡ଼ କଥା କହିଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୦୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୫ ତମ କାର୍ଗିଲ ବିଜୟ ଦିବସ ଅବସରରେ କାର୍ଗିଲ ଯୁଦ୍ଧ ସ୍ମାରକରେ ଶହୀଦ ବୀରଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ୨୬ ଜୁଲାଇ ୧୯୯୯ରେ ଭାରତ କାର୍ଗିଲ ଯୁଦ୍ଧରେ ବିଜୟ ହାସଲ କରିଥିଲା । ଏହି ଦିନକୁ ପ୍ରତିବର୍ଷ କାର୍ଗିଲ ବିଜୟ ଦିବସ ଭାବେ ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀ ଏନେଇ କହିଛନ୍ତି, ସତ ଏହା ଯେ ଅଗ୍ନିପଥ ଯୋଜନାରେ ଦେଶର ଶକ୍ତି ବୃଦ୍ଧି ହେଉଛି ଏବଂ ଦେଶର ସାମର୍ଥ୍ୟବାନ ଯୁବକମାନେ […] The post ଅଗ୍ନିପଥ ଯୋଜନାକୁ ନେଇ ବଡ଼ କଥା କହିଦେଲେ ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.

ଅଗ୍ନିପଥ ଯୋଜନାକୁ ନେଇ ବଡ଼ କଥା କହିଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୦୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୫ ତମ କାର୍ଗିଲ ବିଜୟ ଦିବସ ଅବସରରେ କାର୍ଗିଲ ଯୁଦ୍ଧ ସ୍ମାରକରେ ଶହୀଦ ବୀରଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ୨୬ ଜୁଲାଇ ୧୯୯୯ରେ ଭାରତ କାର୍ଗିଲ ଯୁଦ୍ଧରେ ବିଜୟ ହାସଲ କରିଥିଲା । ଏହି ଦିନକୁ ପ୍ରତିବର୍ଷ କାର୍ଗିଲ ବିଜୟ ଦିବସ ଭାବେ ପାଳନ କରାଯାଉଛି ।

ପ୍ରଧାନମନ୍ତ୍ରୀ ଏନେଇ କହିଛନ୍ତି, ସତ ଏହା ଯେ ଅଗ୍ନିପଥ ଯୋଜନାରେ ଦେଶର ଶକ୍ତି ବୃଦ୍ଧି ହେଉଛି ଏବଂ ଦେଶର ସାମର୍ଥ୍ୟବାନ ଯୁବକମାନେ ମାତୃଭୂମିର ସେବା ପାଇଁ ଆଗକୁ ଆସୁଛନ୍ତି । ମୁଁ ଜାଣିପାରୁନି ଯେ କିଛି ଲୋକ ଏହାକୁ ବୁଝି ପାରୁନାହାନ୍ତି । ଲୋକଙ୍କ ଭୁଲ୍‌ ଧାରଣା ଯେ ସରକାର ପେନ୍‌ସନ୍‌ ବଞ୍ଚାଇବା ପାଇଁ ଏହି ଯୋଜନା କରିଛନ୍ତି ବୋଲି ସେ କହିଛନ୍ତି ।

ମୁଁ ଏପରି ଲୋକଙ୍କ ଚିନ୍ତାଧାରା ପାଇଁ ଲଜ୍ଜିତ । କିନ୍ତୁ ସେମାନଙ୍କୁ ମୁଁ ପଚାରିବାକୁ ଚାହେଁ ଯେ ଆଜି ମୋଦି ସରକାରଙ୍କ ଶାସନରେ ଯିଏ ନିଯୁକ୍ତି ପାଇବ, ତାଙ୍କୁ ଆଜି ପେନ୍‌ସନ୍‌ ଦେବାକୁ ପଡିବ କି? ତାଙ୍କୁ ପେନ୍‌ସନ୍‌ ଦେବାର ସମୟ ୩୦ ବର୍ଷପରେ ଆସିବ ଏବଂ ସେତେବେଳକୁ ମୋଦିଙ୍କୁ ୧୦୫ ବର୍ଷ ବୟସ ହୋଇଥିବ। ଏହା କଣ ଉପଯୁକ୍ତ ଯୁକ୍ତି ? ମୋ ପାଇଁ ’ପାର୍ଟି’ ନୁହେଁ ବରଂ ’ଦେଶ’ ସର୍ବୋଚ୍ଚ । ଆମେ ରାଜନୀତି ପାଇଁ ନୁହେଁ ବରଂ ଜାତୀୟ ନୀତି ପାଇଁ କାର୍ଯ୍ୟ କରୁଛୁ ବୋଲି ସେ କହିଛନ୍ତି ।

The post ଅଗ୍ନିପଥ ଯୋଜନାକୁ ନେଇ ବଡ଼ କଥା କହିଦେଲେ ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.