ଭାରତୀୟ କ୍ରିକେଟ ଦଳ ପୁଣି ୨୦୨୬ରେ ଇଂଲଣ୍ଡ ଗସ୍ତରେ ଯିବ: ଘୋଷଣା କଲା BCCI

ନୂଆଦିଲ୍ଲୀ,୨୪।୭: ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ (ଇସିବି) ଗୁରୁବାର ୨୦୨୬ ଗ୍ରୀଷ୍ମ ଋତୁର ଘରୋଇ ମ୍ୟାଚ ତାଲିକା ଘୋଷଣା କରିଛି। ଏହି ତାଲିକା ଅନୁଯାୟୀ, ଭାରତୀୟ କ୍ରିକେଟ ଦଳ ଆଗାମୀ ବର୍ଷ ଇଂଲଣ୍ଡ ଗସ୍ତରେ ଯାଇ ପାଞ୍ଚଟି ଟି-୨୦ ଓ ତିନୋଟି ଦିନିକିଆ ମ୍ୟାଚ ଖେଳିବ। ବର୍ତ୍ତମାନ ଭାରତ ଇଂଲଣ୍ଡ ବିପକ୍ଷରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୨-୧ରେ ପଛରେ ରହିଛି। ଇଂଲଣ୍ଡର ୨୦୨୬ ଗ୍ରୀଷ୍ମ ଋତୁ କ୍ରିକେଟ ପାଇଁ ବ୍ୟସ୍ତବହୁଳ ରହିବ। […] The post ଭାରତୀୟ କ୍ରିକେଟ ଦଳ ପୁଣି ୨୦୨୬ରେ ଇଂଲଣ୍ଡ ଗସ୍ତରେ ଯିବ: ଘୋଷଣା କଲା BCCI appeared first on Dharitri Odia News.

ଭାରତୀୟ କ୍ରିକେଟ ଦଳ ପୁଣି ୨୦୨୬ରେ ଇଂଲଣ୍ଡ ଗସ୍ତରେ ଯିବ: ଘୋଷଣା କଲା BCCI

ନୂଆଦିଲ୍ଲୀ,୨୪।୭: ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ (ଇସିବି) ଗୁରୁବାର ୨୦୨୬ ଗ୍ରୀଷ୍ମ ଋତୁର ଘରୋଇ ମ୍ୟାଚ ତାଲିକା ଘୋଷଣା କରିଛି। ଏହି ତାଲିକା ଅନୁଯାୟୀ, ଭାରତୀୟ କ୍ରିକେଟ ଦଳ ଆଗାମୀ ବର୍ଷ ଇଂଲଣ୍ଡ ଗସ୍ତରେ ଯାଇ ପାଞ୍ଚଟି ଟି-୨୦ ଓ ତିନୋଟି ଦିନିକିଆ ମ୍ୟାଚ ଖେଳିବ। ବର୍ତ୍ତମାନ ଭାରତ ଇଂଲଣ୍ଡ ବିପକ୍ଷରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୨-୧ରେ ପଛରେ ରହିଛି।

ଇଂଲଣ୍ଡର ୨୦୨୬ ଗ୍ରୀଷ୍ମ ଋତୁ କ୍ରିକେଟ ପାଇଁ ବ୍ୟସ୍ତବହୁଳ ରହିବ। ଭାରତ ବ୍ୟତୀତ ନ୍ୟୁଜିଲ୍ୟାଣ୍ଡ ଓ ପାକିସ୍ତାନ ବିପକ୍ଷରେ ଟେଷ୍ଟ ସିରିଜ ଏବଂ ଶ୍ରୀଲଙ୍କା ବିପକ୍ଷରେ ଛଅଟି ହ୍ୱାଇଟ-ବଲ ମ୍ୟାଚ ଖେଳାଯିବ। ଏହା ସହ ଲର୍ଡସ୍ ଷ୍ଟାଡିୟମ ପ୍ରଥମ ଥର ପାଇଁ ମହିଳା ଟେଷ୍ଟ ମ୍ୟାଚର ଆୟୋଜନ କରିବ।

ପୁରୁଷ ଦଳର ମ୍ୟାଚ ତାଲିକା
ଇଂଲଣ୍ଡ ପୁରୁଷ ଦଳ ଜୁନ ମାସ ଆରମ୍ଭରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତିନୋଟି ଟେଷ୍ଟ ମ୍ୟାଚ ଖେଳିବ। ଏହା ପରେ ଜୁଲାଇରେ ଭାରତ ବିପକ୍ଷରେ ପାଞ୍ଚଟି ଟି-୨୦ ଓ ତିନୋଟି ଦିନିକିଆ ମ୍ୟାଚ ଖେଳାଯିବ। ଅଗଷ୍ଟରେ ପାକିସ୍ତାନ ତିନୋଟି ଟେଷ୍ଟ ମ୍ୟାଚ ଖେଳିବାକୁ ଆସିବ ଏବଂ ସେପ୍ଟେମ୍ବରରେ ଶ୍ରୀଲଙ୍କା ତିନୋଟି ଟି-୨୦ ଓ ତିନୋଟି ଦିନିକିଆ ମ୍ୟାଚ ଖେଳିବ।

ଭାରତ ବିପକ୍ଷ ମ୍ୟାଚ ତାଲିକା ଟି-୨୦:
୧. ଜୁଲାଇ ୧ – ବ୍ୟାଙ୍କସ ହୋମସ ରିଭରସାଇଡ, ଡରହାମ
୨. ଜୁଲାଇ ୪ – ଓଲ୍ଡ ଟ୍ରାଫୋର୍ଡ, ମାଞ୍ଚେଷ୍ଟର
୩. ଜୁଲାଇ ୭ – ଟ୍ରେଣ୍ଟ ବ୍ରିଜ, ନଟିଂହାମ
୪. ଜୁଲାଇ ୯ – ସିଟ ଇଉନିକ୍ ଷ୍ଟାଡିୟମ, ବ୍ରିଷ୍ଟଲ
୫. ଜୁଲାଇ ୧୧ – ଉଟିଲିଟା ବୋଲ, ସାଉଥାମ୍ପଟନ
ଦିନିକିଆ:
୧. ଜୁଲାଇ ୧୪ – ଏଡଗବାଷ୍ଟନ, ବାର୍ମିଂହାମ
୨. ଜୁଲାଇ ୧୬ – ସୋଫିଆ ଗାର୍ଡେନସ, କାର୍ଡିଫ
୩. ଜୁଲାଇ ୧୯ – ଲର୍ଡସ, ଲଣ୍ଡନ

ମହିଳା ଦଳର ମ୍ୟାଚ
ଇଂଲଣ୍ଡ ମହିଳା ଦଳ ମଇ ମାସରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତିନୋଟି ଦିନିକିଆ ଓ ତିନୋଟି ଟି-୨୦ ମ୍ୟାଚ ଖେଳିବ। ଏହା ପରେ ଭାରତ ବିପକ୍ଷରେ ତିନୋଟି ଟି-୨୦ ମ୍ୟାଚ ଖେଳାଯିବ, ଯାହା ଘରୋଇ ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତି ଭାବେ କାମ କରିବ। ଜୁଲାଇ ୫ରେ ଲର୍ଡସରେ ବିଶ୍ୱକପ ଶେଷ ହେବା ପରେ, ଜୁଲାଇ ୧୦ରେ ଭାରତ ବିପକ୍ଷରେ ଏକ ଐତିହାସିକ ଏକମାତ୍ର ଟେଷ୍ଟ ମ୍ୟାଚ ଖେଳାଯିବ। ସେପ୍ଟେମ୍ବରରେ ଆୟର୍ଲାଣ୍ଡ ବିପକ୍ଷରେ ତିନୋଟି ଦିନିକିଆ ମ୍ୟାଚ ମଧ୍ୟ ଖେଳାଯିବ।

The post ଭାରତୀୟ କ୍ରିକେଟ ଦଳ ପୁଣି ୨୦୨୬ରେ ଇଂଲଣ୍ଡ ଗସ୍ତରେ ଯିବ: ଘୋଷଣା କଲା BCCI appeared first on Dharitri Odia News.